ପ୍ରେମ କରି ବାହା ହେଲା, କିଛି ଦିନ ରହିଲା ପରେ ସ୍ତ୍ରୀ ର ସବୁ ତାଙ୍କ ଟଙ୍କା ସୁନା ନେଇ ଚଂପଟ ମାରିଲା ଲମ୍ପଟ ସ୍ବାମୀ

ଶାଶୂ ଘର ଦୁଆର ମୁହଁରେ ବସି ଧାର ଧାର ଲୁହ ଗଡାଉଛି ବୋହୂ। ଡହଳ ବିକଳ ହୋଇ ମୋ ସ୍ୱାମୀକୁ ଫେରାଇ ଦିଅ ବୋଲି ନେହୁରା ହେଉଛି। କିନ୍ତୁ ଶାଶୂ ଘରେ ଝୁଲୁଛି ତାଲ। ବୋହୂ ରଶ୍ମିତା ଅଖିଆ ଅପିଆ ଘର ଦୁଆରେ ଚାହିଁ ବସିଛି ସ୍ୱାମୀର ଫେରିବା ବାଟକୁ। ନ୍ୟାୟ ପାଇବା ଆଶାରେ ଆଖିରୁ ସୁଖୁନି ଲୁହ। କିନ୍ତୁ ସ୍ୱାମୀ ସ୍ତ୍ରୀ ଠାରୁ ଟଙ୍କା ନେଇ ଛୁ ମାରିଛି।

ଏ ଦୃଶ୍ୟ ହେଉଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ପଞ୍ଚୁପାଲି ଗାଁର। ସୂଚନା ଅନୁଯାୟୀ ଏହି ଗାଁର ସୁଶାନ୍ତ ଗିରିଙ୍କ ପୁଅ ଶରତ, ଜମ୍ଭିରାଇ ଗାଁର ବିଜୟ ବରଙ୍କ ଝିଅ ରଞ୍ଜିତାକୁ ପ୍ରେମ କରୁଥିଲେ। ଉଭୟ ନିଜ ପ୍ରେମକୁ ନାମ ଦେବା ପାଇଁ ବିବାହ କରିବାକୁ ମନସ୍ଥ କଲେ ଆଉ ଘରୁ ପଳାଇ ଯାଇ ଗତ ବର୍ଷ ଅକ୍ଟୋବର ମାସରେ କୋର୍ଟ ମ୍ୟାରେଜ୍‌ ଏବଂ ପରେ ମନ୍ଦିରରେ ବିବାହ କଲେ। ବାହାଘର ପରେ ଦୁହେଁ ବାଲେଶ୍ୱରରେ ଘରଭଡା ନେଇ ରହୁଥିଲେ। ତେବେ ବାଲେଶ୍ୱରରେ କିଛି ଦିନ ରହିବା ପରେ ସ୍ବାମୀ ସ୍ତ୍ରୀ ଉଭୟ ନିଜ ଗାଁ ପଞ୍ଚୁପାଲିରେ ଥିବା ଘରକୁ ଆସିଥିଲେ। କିନ୍ତୁ ଶାଶୂ ଘର ଲୋକେ ରଞ୍ଜିତାଙ୍କୁ ନୀଚ ଜାତିର ଝିଅ କହି ସେମାନଙ୍କ ବିବାହକୁ ସିକୃତି ନ ଦେଇ ଘରେ ରହିବାକୁ ଅନୁମତି ଦେଲେନି। ଉଭୟ ସ୍ୱାମୀ ସ୍ତ୍ରୀ, ରଞ୍ଜିତାଙ୍କ ବାପ ଘର ଜମ୍ଭୀରାଇରେ ଯାଇ ରହିଲେ।

ତେବେ ସେଠାରେ ରହିବା ସମୟରେ ଶରତ ତାଙ୍କ ପରିବାର ଲୋକଙ୍କ କଥାରେ ପଡି ରଞ୍ଜିତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ। କିନ୍ତୁ ଗତକାଲି ଉଭୟ ସ୍ୱାମୀ ସ୍ତ୍ରୀ ଏକ ଦୋକାନ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇଲେ। ରଞ୍ଜିତା ତାଙ୍କ ବାପାଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କା ଉଠାଇ ଶରତକୁ ଦେଇଥିଲେ। ତେବେ ଟଙ୍କା ପାଇବା ପରେ ଘରେ କେହି ନଥିବାବେଳେ ଟଙ୍କା ଆଉ ଜିନିଷପତ୍ର ନେଇ ଚମ୍ପଟ ମାରିଛି ଶରତ। ଶରତଙ୍କୁ ଟଙ୍କାନେଇ ଲୁଚି ଲୁଚି ଯାଉଥିବାର ଦେଖି ରଞ୍ଜିତା ତାଙ୍କୁ ବହୁତ ଡାକିଥିଲେ ତାଙ୍କ ପଛେ ପଛେ ବି ଗଲେ କିନ୍ତୁ ପାଣି କାଦୁଅରେ ପଶି ବାଡ ଡେଇଁ କେଉଁଆଡକୁ ଚାଲିଯାଇଛି ଶରତ।

ତେବେ ରଞ୍ଜିତା ଶରତକୁ ଯୋଗାଯୋଗ କରି ନ ପାଇବାରୁ ଶରତଙ୍କ ଘରେ ପହଂଚି ପଚରାଉଚରା କରିଥିଲେ। କିନ୍ତୁ ଶରତଙ୍କ ପରିବାର ଲୋକେ ରଞ୍ଜିତାଙ୍କୁ ଜାତି ନାମରେ ଗାଳିଗୁଲଜ କରିବା ସହିତ ମାରପିଟ କରି ଘରୁ ତଡି ଦେଲେ। ଶେଷରେ ନିରାଶ ହୋଇ ରଞ୍ଜିତା ଅଖିଆ ଅପିଆ ଶରତଙ୍କ ଘର ଆଗରେ ରାତି ତମାମ ଧାରଣାରେ ବସିବା ସହିତ ନ୍ୟାୟ ପାଇଁ ବାଲିଆପାଳ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅନ୍ଯପଟେ ରଞ୍ଜିତାଙ୍କ ଶାଶୁଘର ଲୋକେ ଘରେ ତାଲା ପକାଇ ପଳାଇ ଯାଇଥିବାରୁ ସେମାଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

ଘଟଣା ଯାହା ବି ହୋଇଥାଉ ନା କାହିଁକି ଗୋଟେ ବୋହୁ ଏପରି ଘର ଦୁଆରେ ବସି କାନ୍ଦୁଥିବାର ଚିତ୍ର ଅତ୍ୟନ୍ତ ଦୁଃଖଦାୟକ। ଯଦି ଚଳେଇବା ପାଇଁ ଅକ୍ଷମ ତାହେଲେ ପ୍ରେମ କରି ବାହା ହେଉଥିଲ କାହିଁକି। ଗୋଟେ ଝିଅର ଜୀବନ ଏପରି ଭାବେ ନଷ୍ଟ କରିବା ଆଦୌ ଠିକ ନୁହେଁ। ଆମେ ପୋଲିସକୁ ଅନୁରୋଧ କରୁଛୁ ଏ ଘଟଣାର ତଦନ୍ତ କରି ଝିଅକୁ ନିହାତି ଭାବେ ନ୍ୟାୟ ଦିଆଯାଉ। କାହିଁକିନା ଗୋଟେ ଝିଅ ବାହା ହେଲା ପରେ ତାର ସବୁକିଛି ତା ସ୍ୱାମୀ ଆଉ ଶାଶୂ ଘର।

Leave a Reply

Your email address will not be published. Required fields are marked *