Movie prime

ଭାଇରାଲ ହେଲା ରେଷ୍ଟୁରାଣ୍ଟ ବିଲ ୨୪ ଟଙ୍କାରେ ପନିର,ଡାଲି,ରାଇତା,ରୁଟି ! ଜାଣନ୍ତୁ କେମିତି

 
Special Report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ସେହି ସମୟର ଜୀବନଶୈଳୀ ଓ ବର୍ତ୍ତମାନର ଜୀବନଶୈଳୀ ମଧ୍ୟରେ ଆକାଶ ପାତାଳ ଫରକ୍ ରହିଛି କହିଲେ କିଛି ଅତ୍ୟୁକ୍ତି ହେବନାହିଁ।
ବର୍ତ୍ତମାନ ମହଙ୍ଗା ଯୁଗରେ ବଞ୍ଚୁଥିବା ସାଧାରଣ ଲୋକଟିଏ ସେହି ସମୟର କଥା ଶୁଣିଲେ ବା ଭାବିଲେ ଆଶ୍ଚର୍ଯ୍ୟ ହୋଇପଡେ। ଏହାରି ଭିତରେ ଏକ ରେଷ୍ଟୁରାଣ୍ଟ ବିଲ୍ ଭାଇରାଲ ହେବାରେ ଲାଗିଛି।
ଯେଉଁଥିରେ ଖାଇବା ବିଲଟିକୁ ଯିଏ ବି ପଢ଼ିବ ସେ ଆଶ୍ଚର୍ଯ୍ୟ ହୋଇଯିବ। 
ବନ୍ଧୁଗଣ ସୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ୩୭ ବର୍ଷିୟ ପୁରାଣ ରେଷ୍ଟୁରାଣ୍ଟ ବିଲଟି।
ତେବେ ସେପଟେ ଦେଖିବାକୁ ଗଲେ ସୋସିଆଲ ମିଡିଆରେ ଏକ ଫୋଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏହି ରେଷ୍ଟୁରାଣ୍ଟର ବିଲଟି ଦେଖିବାକୁ ମିଳିଛି। ଏହି ବିଲଟି ୧୯୮୫ ମସିହାର ବୋଲି କୁହାଯାଉଛି।
ଏବଂ ଏଥିରେ ନଜର ଆସୁଛି ଖାଦ୍ୟର ଦାମ୍। ସୋସିଆଲ ମିଡିଆରେ ଏହି ବିଲଟି ଏବେ ଏତେ ମାତ୍ରାରେ ଭାଇରାଲ ହେଉଛି ଯେ ଲୋକ ମାନେ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। 
ତେବେ ସେହି ବିଲଟିରେ ରହିଛି ଖାଇବାର ରେଟ ବା ଦାମ। ଏଥିରେ ପନିର, ରୁଟି, ରାଇତା, ଡାଲି ଓଡ୍ରର କରିଥିବାର ନଜର ବି ଆସୁଛି।
ଏହି ରେଷ୍ଟୁରାଣ୍ଟ ବିଲର ଫୋଟଟିରେ ଆଇଟମର ଦାମ୍ ମଧ୍ୟ ଲେଖାଯାଇଛି। ଏଥିରେ ନଜର ଆସୁଛି ପନିର ଦାମ ଆଠ ଟଙ୍କା ରହିଛି। ସେହିଭଳି ଡାଲି ଓ ରାଇତା ପାଞ୍ଚ ଟଙ୍କାରେ ମିଳିଯାଉଛି।
ଆଉ ସେହି ବିଲଟିରେ ରୁଟିର ଦାମ୍ ୭୦ ପଇସା ଲେଖା ହେଇଛି। ତେବେ ଏହିସବୁକୁ ମିଶେଇକି ପୁରା ବିଲଟି ୨୬ ଟଙ୍କା ୩୦ ପଇସା ହେଉଛି। 
ତେବେ ଏଥିରେ ଏକ ବଡ ଖାସ୍ କଥା ହେଉଛି କି ସେଥିରେ ୨ଟଙ୍କା ସର୍ଭିସ୍ ଚାର୍ଜ ମଧ୍ୟ ଯୋଡ଼ା ଯାଇଛି। ଏହି ବିଲଟିକୁ ଦେଖିଲେ ଜଣା ପଡୁଛି କି ଏହା ଏକ ଭଲ ରେଷ୍ଟୁରାଣ୍ଟର ବିଲ ହେଇଥିବ।
ଏହି ବିଲିଟି ଏବେ ଏତେ ମାତ୍ରାରେ ଭାଇରାଲ ହେଉଛି ଯେ ଲୋକ ମାନେ ଏହାକୁ ଦେଖି ଭାବୁଛନ୍ତି କି , ସେଇ ସମୟରେ ଖାଦ୍ୟର ଦାମ୍ କେତେ ଥିଲା। ଯଦି ଆମେ ଆଜିକାଲିର ସେହି ସମାନ ଆଇଟମ କଥା ଭାବିବା ତାହାଲେ ଆକାଶ ପାତାଳ ଫରକ ରହିଥିବାର ଦେଖିବାକୁ ମିଳିବ।