Movie prime

କେବେ ଆସିବ ଏହି ଦୁଇ ସୁପର ଷ୍ଟାର ଯୋଡିଙ୍କ ଏକାଠି ଫିଲ୍ମ ?

 
Special Report
ଆପଣମାନେ ଓଲିଉଡ଼ ର ସୁପର ଷ୍ଟାର୍ ଅଭିନେତା ବାବୁଶାନ୍ ମହାନ୍ତି ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ।ଅଭିନେତା ବାବୁଶାନ୍ ଅଭିନେତ୍ରୀ ରିୟା ଦେ ଙ୍କ ସହିତ କାହିଁକି ଆଉ ଚଳଚ୍ଚିତ୍ର କରୁ ନାହାନ୍ତି ସେଥିପାଇଁ ସମସ୍ତଙ୍କ ମନରେ ବହୁତ ବଡ଼ ପ୍ରଶ୍ନ ଉଙ୍କି ମାରୁଛି।ଏକ ସାକ୍ଷାତକାର ରେ ଅଭିନେତା ବାବୁଶାନ୍ ଙ୍କୁ ପଚରା ଯାଇଥିଲା ଯେ ରିୟା ଙ୍କ ସହିତ ଚଳଚ୍ଚିତ୍ର କାହିଁକି କରୁ ନାହାନ୍ତି।ଏବଂ ଅଭିନେତ୍ରୀ ରିୟା ଙ୍କ ବିଷୟରେ କଣ ଜାଣିଛନ୍ତି?
ଏହି ପ୍ରଶ୍ନ ଶୁଣି ଅଭିନେତା ବାବୁଶାନ୍ ଏହାର ଉତ୍ତରରେ କହିଥିଲେ ଯେ ସେ ଅଭିନେତ୍ରୀ ରିୟା ଙ୍କ କାମ କରି ଖୁବ୍ ଆନନ୍ଦ ପାଇଛନ୍ତି।ଗତ ତିନି ରୁ ଚାରି ବର୍ଷ ହେବ ଅଭିନେତା ବାବୁଶାନ୍ ନୂଆ ନୂଆ ଅଭିନେତ୍ରୀ ମାନଙ୍କ ସହିତ ନଜର ଆସୁଛନ୍ତି।ଦର୍ଶକ ମାନେ ମଧ୍ୟ ତାଙ୍କୁ ବହୁତ ଭଲ ପାଇବା ମଧ୍ୟ ଦେଇଥିଲେ।କିନ୍ତୁ ଅଭିନେତା ବାବୁଶାନ୍ ଓ ଅଭିନେତ୍ରୀ ରିୟା ଙ୍କ ପ୍ରଶଂସକ ମାନେ ଏଭଳି ପ୍ରଶ୍ନ କରୁଛନ୍ତି 
ବାବୁଶାନ୍ ଏହି କିଛି ବର୍ଷ ହେବ ଏଲିନା,ଶିବାନୀ,ଭୂମିକା,ସନ୍ମିରା,ସୁପ୍ରିୟା, ଦିବ୍ୟା ଏବଂ ଶୀତଲ ଆଦି ନାୟିକା ଙ୍କ ସହିତ ନାୟକ ଭୂମିକାରେ ନଜର ଆସି ରୋମାନ୍ସ କରିଛନ୍ତି।ଏଲିନା ଙ୍କ ସହିତ ଲଭ୍ ଷ୍ଟେସନ, ଶିବାନୀ ଙ୍କ ସହିତ ସିଷ୍ଟର ଶ୍ରୀଦେବୀ,ଭୂମିକା ଙ୍କ ବିପକ୍ଷରେ ହିରୋ ନମ୍ବର ୱାନ, ସନ୍ମିରା ଙ୍କ ସହିତ ଲୋକାଲ ଟୋକା ଲଭ ଚୋଖା, ସୁପ୍ରିୟା ଙ୍କ ବିପକ୍ଷରେ ଲଭ୍ ପାଇଁ କୁଛ ଭି କରେଗା। ଶୀତଳ ସହିତ ଯିଏ ଯାହା କହୁ ମୋର ଢୋ।
Special report
ଦିବ୍ୟା ଙ୍କ ବିପକ୍ଷରେ ସୁନ୍ଦରଗଡର ସଲମାନ ଖାନ୍ ଆଦି ଅନେକ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି। ଇତି ମଧ୍ୟରେ ପାଖାପାଖି ତିନି ଚାରି ବର୍ଷ ହେବ ବାବୁଶାନ୍ ଙ୍କ ପ୍ରିୟ ନାୟିକା ରିୟାଙ୍କ ସହିତ କୌଣସି ଚଳଚ୍ଚିତ୍ର ରେ ନଜର ଆସି ନାହାଁନ୍ତି।ତେବେ ଅଭିନେତ୍ର ରୀୟା ମଧ୍ୟ ଅନେକ ଅଭିନେତା ଙ୍କ ସହିତ ଅଭିନୟ କରୁଥିବାର ନଜରରେ ଆସୁଛନ୍ତି।ଦର୍ଶକ ମାନେ ପସନ୍ଦ ମଧ୍ୟ କରୁଛନ୍ତି। ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ନଜର ଆସୁଛନ୍ତି।