Movie prime

ବିବାହ ପାଇଁ ଶାଶୁ ଘରେ ନ ରହି ବାହାରେ ରହିବା କଣ ଠିକ୍??

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଦିନ ଥିଲା ଝିଅ ଟିଏ ଅନେକ କିଛି ସ୍ଵପ୍ନ ରଖି ଶାଶୁ ଘରକୁ ଆସୁଥିଲା। ଅନେକ କିଛି ସ୍ଵପ୍ନ ଆଶା ତା ମନରେ ରହୁଥିଲା। ଯେମିତିକି ଶାଶୁ ଘରେ ସେ ତାର ସ୍ଵାମୀ, ଶାଶୁ, ଶଶୁର, ନଣନ୍ଦ ସମସ୍ତଙ୍କର ମନ ନେଇକି ଚାଲିବ।
କିନ୍ତୁ ଆଜି କାଲିର ଝିଅ ମାନେ ଯେତେବେଳେ ବିବାହ କରୁଛନ୍ତି ସେମାନେ ପ୍ରଥମେ ଚିନ୍ତା କରୁଛନ୍ତି ଯେ ମୁଁ ବାହା ହୋଇ ଶାଶୁ ଘରକୁ ଯିବି ସତ କିନ୍ତୁ ବାହାଘର ପରେ ସ୍ବାମୀ ସହିତ ଅଲଗା ଘରେ ରହିବି।
ଆଉ ଯଦିବି କେହି କେହି ଝିଅ ଚାହୁଁଛନ୍ତି ଶାଶୁ ଘରେ ଏକାଠି ରହିବା ପାଇଁ ସମସ୍ତଙ୍କ ସହିତ କିନ୍ତୁ ଏମିତି ପରିସ୍ଥିତି ସୃଷ୍ଟି ହେଉଛି ଯେ ସେମାନେ ସେଠାରେ ରହି ପାରୁନାହାନ୍ତି। 
ତେବେ ଏହା ପଛରେ କଣ ରହିଛି ମାନସିକତା କେଉଁ ଗ୍ରହ ନକ୍ଷତ୍ର ମୁଖ୍ୟତଃ ଦାୟି? କାହିଁକି କେଉଁ ଗ୍ରହ ମାନଙ୍କର ସ୍ଥିତି ଯୋଗୁଁ ଝିଅ ଟିଏ ବାହା ହେଲାପରେ ଶାଶୁ ଘର ଠାରୁ ବହୁତ୍ ଦୂରରେ ସ୍ଵାମୀ ସହିତ ଅଲଗା ରହିବା ପାଇଁ ଚାହୁଁଥାଏ?।
ତେବେ ଏ ସମସ୍ତ ବିଷୟରେ ଆଜି ଆଲୋଚନା କରିବା। ଏହି ଆଲୋଚନାକୁ ଆଗେଇ ନେବାକୁ ଆଜି ଉପସ୍ଥିତ ଅଛନ୍ତି ଆଷ୍ଟ୍ରଲୋଜର ଡ. ଭବାନି ଶଙ୍କର ମହାପାତ୍ର। ତେବେ ଏହି ବିଷୟରେ ଭବାନି ଶଙ୍କର ମହାପାତ୍ର କହିଛନ୍ତି
ଗ୍ରହ ମାନଙ୍କର କିଛି ସ୍ଥିତୀ ଜାତକରେ ରହିଲେ ବ୍ୟକ୍ତି ବିଶେଷ ମାନେ ଇଚ୍ଛା କରୁ ବା ନକରୁ ସେ ଶାଶୁ ଘରେ ରହିପାରେ ନାହିଁ। ଯଦି ଝିଅର ଜାତକରେ ଚନ୍ଦ୍ରମା ମେଷରେ ରହିଛି ଏବଂ ଯଦି ଧନୁରେ ରହିଛନ୍ତି ରବି ତାହାଲେ କନ୍ୟାଟି ବିବାହ ୬ ମାସ ମଧ୍ୟରେ ସେ ଶାଶୁ ଘର ଛାଡ଼ିକି ସ୍ଵାମୀ ସହିତ ବାହାରେ ରହିବ। 
ଏବଂ ଆଉ ଗୋଟେ ଗୋଟେ ପରିବାରରେ ଦେଖିବାକୁ ମିଳେ ଗୋଟେ ପୁଅ କୁ ବହୁତ୍ ଭଲ ପାଉଥିବେ ଆଉ ଗୋଟେ ପୁଅକୁ ଜମା ଭଲ ପାଇବେ ନାହିଁ। ଯାହା ଦ୍ଵାରା ବାଧ୍ୟ ହୋଇ ସେହି ପୁଅ ଟି ଚିନ୍ତା କେତେ ନିଜ ସ୍ତ୍ରୀ କୁ ନେଇକି ବାହାରକୁ ପଳେଇ ଯିବା ପାଇଁ।
ଆଉ ବେଳେ ବେଳେ କର୍ମ କ୍ଷେତ୍ରରେ ବାହାରେ କାମ କରୁଥାନ୍ତି ଏବଂ ସେହି ବ୍ୟକି ଯେଉଁ ଝିଅ କୁ ବିବାହ କରେ, ସେହି ଝିଅ ର ଜାତକରେ ମଧ୍ୟ ବାହାରେ ରହିବାର ଯୋଗ ଥାଏ। ଯାହା ଫଳରେ ସେହି ସ୍ତ୍ରୀ ଜଣକ ସ୍ଵାମୀ କାର୍ଯ୍ୟ କରୁଥିବା ଜାଗାରେ ରହିବା ପାଇଁ ସ୍ଥିର କରନ୍ତି।
ଗୋଟିଏ ବ୍ୟକ୍ତି ର ଜାତକରେ ଯଦି ଦ୍ଵାଦଶ କୁ ଶନି ଦେଖିଲା, ଦ୍ଵାଦଶ କୁ ମଙ୍ଗଳ ଦେଖିଲା ଏବଂ ଦ୍ଵାଦଶ ସ୍ଥାନରେ ରହୁ ରହିଲା ତାହାଲେ ସେହି ବ୍ୟକ୍ତିଙ୍କର ଶଯ୍ୟା ସୁଖର ଭାବ କମିଯାଏ। 
ବିଶେଷ କରି ଯେଉଁ ଝିଅ ମାନେ ଜଏଣ୍ଟ ଫ୍ୟାମିଲି ରୁ ଆସିଥାନ୍ତି ସେମାନେ ଚିନ୍ତା କରନ୍ତି ଆମେ ଜଏଣ୍ଟ ଫ୍ୟାମିଲିରେ ହିଁ ରହିବୁ। କାରଣ ଜଏଣ୍ଟ ଫ୍ୟାମିଲି ର ଯେଉଁ ମଜା ଆଉ ସୁଖ ଏହା ବହୁତ୍ ସୁନ୍ଦର ସୁଖ।
ତେଣୁ ଜଏଣ୍ଟ ଫ୍ୟାମିଲି ରେ ରହିଲେ ଭଲ ସଂସ୍କାର ମିଳେ। ଯଦି ବାପା ମାଆ ଙ୍କୁ ପାଖରେ ରଖିବେ ନାହିଁ ତାହାଲେ ଆପଣଙ୍କ ପିଲା ମଧ୍ୟ ଆପଣଙ୍କ ଠାରୁ ସେଇଆ ହିଁ ଶିକ୍ଷା ପାଇବେ।
ଏବଂ ଶନି ଯେଉଁମାନଙ୍କର କୁମ୍ଭ ରେ ଅଛି ସେମାନେ ସୁନିଶ୍ଚିନ୍ତ ଶାଶୁ ଘରେ ରହିପାରିବେ ନାହିଁ। ତେବେ ଅଲଗା ରୁହନ୍ତି ମନା ନାହିଁ କିନ୍ତୁ ଶାଶୁ ଶଶୁର ଙ୍କ ପ୍ରତି ଯେଉଁ ଦାୟିତ୍ଵ ଆଉ କର୍ତ୍ତବ୍ୟ ନେବା ଦରକାର ବୋହୂ ହିସାବରେ। ଯାହାକୁ ଦାୟିତ୍ଵ ନେଲେ ଆପଣଙ୍କ ସାଂସାରିକ ଜୀବନ ସୁଖମୟ ହେବ।