Movie prime

BMC ଆରମ୍ଭ କଲା ନୂଆ ଗାଇଡ ଲାଇନ ବିନା ଲାଇସେନ୍ସ ରେ ଏବେ ଘରେ କୁକୁର ରଖିବା ମନା ! ଦେଖନ୍ତୁ ସତ କଣ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ଖବର ପାଉଥିବେ । ସୋସିଆଲ ମିଡ଼ିଆ ହିଁ ଆମକୁ ଅନେକ ନିୟମ ଆଉ ଅନେକ ଖବର ଏବଂ ସବୁ ଅଞ୍ଚଳରେ ଘଟୁଥିବା ଘଟଣା ବିଷୟରେ ଜଣାଇଥାଏ ।
ସୋସିଆଲ ମିଡିଆ ହେଉଛି ଏଭଳି ଏକ ପ୍ଲାଟଫର୍ମ ଯାହା ଦ୍ଵାରା ଆମେ ସବୁକିଛି ଜାଣିଥାଉ । ଆପଣମାନେ ସମସ୍ତେ ତ ଜାଣିଥିବେ ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ପଶୁପକ୍ଷୀ ପାଳିବାକୁ ଭଲପାଆନ୍ତି ।
ଅନେକ ଲୋକ ପଶୁପକ୍ଷୀ ମାନଙ୍କୁ ଏତେ ଭଲ ପାଆନ୍ତି ଯେ ତାଙ୍କୁ ନିଜର କରି ପାଖରେ ରଖନ୍ତି । ଆଜିକା ସମାଜରେ ପ୍ରାୟ ସମସ୍ତେ ପଶୁପକ୍ଷୀମାନଙ୍କୁ ବହୁତ ସ୍ନେହ ଆଦର କରନ୍ତି ।
ସେ କୁକୁର ହେଉ ବା ଗାଈ ବା ଅନ୍ୟାନ୍ୟ ପକ୍ଷୀ ହେଉ ଲୋକମାନେ ତାଙ୍କୁ ଘରେ ଆଣି ରଖନ୍ତି । କିନ୍ତୁ ବେଳେବେଳେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏହିସବୁ ପଶୁପକ୍ଷୀଙ୍କୁ ଆଣି ଘରେ ରଖିବେ କିନ୍ତୁ ତାଙ୍କୁ ସ୍ନେହ ଦେବା ବଦଳରେ ତାଙ୍କ କଥା ବୁଝିବେ ନାହିଁ ।
କି ତାଙ୍କର ଯତ୍ନ ନେବେ ନାହିଁ । ପଶୁପକ୍ଷୀମାନେ କଥା କହିପାରନ୍ତି ନାହିଁ ଆଉ ତାଙ୍କୁ ଆଘାତ ଲାଗିଲେ ବି ସେ କିଛି କହିପାରିବେ ନାହିଁ । ପଶୁପକ୍ଷୀମାନେ ହେଉଛନ୍ତି ବହୁତ ନିରୀହ ଆଉ ସରଳ ।
ସେମାନଙ୍କୁ ବହୁତ ଭଲଭାବରେ ଜଣା ତାଙ୍କୁ କିଏ ଭଲ ପାଉଛି କି ଆଉ କିଏ କିପରି ବ୍ୟବହାର କରୁଛି । ଆଜିକାର ଲୋକମାନେ ଗୃହପାଳିତ ପଶୁ ହୁଅନ୍ତୁ ବା ଅନ୍ୟାନ୍ୟ ପଶୁ ତାଙ୍କୁ ଘରକୁ ଆଣି ହେତାଦର କରୁଛନ୍ତି ।
ସେଥିପାଇଁ BMC ନୂଆ ଗାଇଡଲାଇନ ବାହାର କରିଛି । ଏହି ଗାଇଡଲାଇନ୍ ଅନୁସାରେ ବିନା ଲାଇସେନ୍ସରେ ପଶୁପକ୍ଷୀ ପାଳନ ମନା ।
ଏହି ଗାଇଡଲାଇନ ଅନୁସାରେ ଯାହା ପାଖରେ ପଶୁପକ୍ଷୀମାନଙ୍କୁ ପାଳିବାର ଲାଇସେନ୍ସ ଥିବ ସେମାନେ ତାଙ୍କୁ ପଶୁପକ୍ଷୀ ଯଥା ବିଭିନ୍ନ ଜାତିର କୁକୁର ଏବଂ ଅନ୍ୟାନ୍ୟ ପ୍ରାଣୀ ପାଳନ କରିବାକୁ ଦେବେ ।
ଆଉ ସେମାନେ ପଶୁପକ୍ଷୀ ଦେଇସରିବା ପରେ ତାଙ୍କୁ ନେଇ ସେ ଯେଉଁ ଘରକୁ ଯିବେ ସେଠି ଯାଇ ଯାଞ୍ଚ କରିବେ । ଏହାସହ ସେଠି ପଶୁପକ୍ଷୀ ସୁରକ୍ଷିତ ନା ନାହିଁ ।
ସେମାନେ ରହୁଥିବା ସ୍ଥାନ ତାଙ୍କ ପାଇଁ ଉପଯୁକ୍ତ ନା ନାହିଁ । କି କୌଣସି ଅସୁବିଧା ଅଛି ଏହିସବୁ BMC ଟିମ୍ ଯାଞ୍ଚ କରିବା ପରେ ପଶୁପକ୍ଷୀ ପାଳିବାକୁ ଦେବ ।