ସାଇବର ଠକକୁ ଧୋକା ଦେଇ ବିରୀୟାନି ଖାଇଦେଲେ ବ୍ୟକ୍ତି ଦେଖନ୍ତୁ କେମିତି ମାରିଲେ ପଟି
Thu, 19 Jan 2023

ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଜଣେ ବ୍ୟକ୍ତି ସାଇବର ଠକ କୁ ବଡ଼ ଚଖମା ଦେଇଛନ୍ତି ଆଉ ତା ପଇସାରେ ବିରୀୟାନି ଖାଇଥିବର ଘଟଣା ସାମ୍ନାକୁ ଆସିଛି।
ଆପଣମାନେ ଦେଖିଥିବେ ଯେ ଫେସ୍ ବୁକ୍ ରେ ନିଜ ସାଙ୍ଗର ଫ୍ରେଣ୍ଡ୍ ରିକୁଏଷ୍ଟ ଆସିଥାଏ। ଏହାପରେ ତାଙ୍କୁ ଟଙ୍କା ମାଗିଥାନ୍ତୀ।ବ୍ୟକ୍ତି ଙ୍କ ସହିତ ଏଭଳି ଘଟଣା ଘଟିଥିଲା।କିନ୍ତୁ ଏଠାରେ ଓଲଟା ବ୍ୟକ୍ତି ଜଣଙ୍କ ତାଙ୍କ ପାଖରୁ ଟଙ୍କା ଆଣି ବିରୀୟାନି ଖାଇ ଦେଇଛନ୍ତି।
ସେହି ବ୍ୟକ୍ତି ଙ୍କ ନାମ ହେଉଛି ନାରାୟଣୀ ପୃଷ୍ଠି।ସାଇବର ଠକେଇ ବର୍ତ୍ତମାନ ବହୁ ମାତ୍ରାରେ ବ୍ୟାପୀ ଯାଇଛି।କାହାକୁ ଛାଡୁ ନାହାନ୍ତି। ଯାହାଙ୍କର ପାଖରୁ ଇଛା ହେଉଛି ତାଙ୍କ ପାଖରୁ ଅନେକ ଟଙ୍କା ଲୁଟି ନେଉଛନ୍ତି।କିନ୍ତୁ ବ୍ୟକ୍ତି ଜଣଙ୍କ ଯାହା କରିଛନ୍ତି ତାହା ଓଲଟା କରିଛନ୍ତି।
ବ୍ୟକ୍ତି ଜଣଙ୍କ କହିଛନ୍ତି ଯେ ତାଙ୍କର ଜଣେ ଭାଇ ହେବେ ଯାହାଙ୍କର ନାମ ହେଉଛି ବିଶ୍ୱଜିତ୍ ଟିଗା ସେ ଫେସ୍ ବୁକ୍ ରେ ଫ୍ରେଣ୍ଡ୍ ଅଛନ୍ତି।ତାଙ୍କ ଆଇଡି ରୁ ଜଣେ ଠକ ଫେକେ ଆଇଡି କରି ତାଙ୍କ ଫଟୋ ଲଗାଇ ମେସେଜ କରିଥିଲେ।
ଏହାପରେ କିଛି ସମୟ କଥା ହୋଇଥିଲେ।କିନ୍ତୁ ବ୍ୟକ୍ତି ଜଣଙ୍କ ତାଙ୍କ ସାଙ୍ଗ ବିଶ୍ୱଜିତ୍ ଟିଗା ଙ୍କୁ କଲ୍ କରି ଏହି ବିଷୟରେ ପଚାରିଥିଲେ।କିନ୍ତୁ ତାଙ୍କ ଫେସ୍ ବୁକ୍ ରେ କଥା ହୋଇ ନାହାନ୍ତି ବୋଲି କହିଥିଲେ।
ଏହାଶୁଣି ବ୍ୟକ୍ତି ଜଣଙ୍କ କହିଥିଲେ ଯେ ତାଙ୍କ ସାଙ୍ଗ ଆକାଉଣ୍ଟ୍ ରେ କିଏ ଜଣେ ଫେକ ଆକାଉଣ୍ଟ କରି ପଇସା ମାଗୁଛନ୍ତି।ତାପରେ ବ୍ୟକ୍ତି ଙ୍କ ସାଙ୍ଗ କହିଥିଲେ ସେ ଠକ ହୋଇଥିବେ ତାଙ୍କୁ କିଛି ପଇସା ପତ୍ର ଦେବେ ନାହିଁ।ଏହାପରେ ବ୍ୟକ୍ତି ଜଣଙ୍କ ସାଇବର ଠକ ସହିତ କଥା ହୋଇଥିଲେ।
ବ୍ୟକ୍ତି ଜଣଙ୍କ ଯୁବତୀ ଙ୍କ ପରି କଥା ହୋଇଥିଲେ। ଏହାପରେ ସାଇବର ଠକ କୁ ଠକି ଥିଲେ ବୋଲି କହିଛନ୍ତି।ଲୋକମାନେ ସଚେତନ ହେବା ଦରକାର ବୋଲି ବ୍ୟକ୍ତି ଜଣଙ୍କ କହିଛନ୍ତି।
ଏଭଳି କ୍ରାଇମ ହେଉଛି ତେଣୁ ଏହାକୁ ରୋକିବା ନିହାତି ଦରକାର।ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।