Movie prime

ମଗାଇଥିଲେ ଚିକେନ ଆସିଲା ହାଡ଼ - Sorry Sir ଭୋକ ଲାଗିଲା ଖାଇଦେଲି - ଖାଦ୍ୟ ଡେ-ଲିଭରୀ ଦେବାକୁ ଆସିଥିବା ବୟ ଙ୍କ ଚିଠି

 
Special Report
ବର୍ତ୍ତମାନ ଏପରି ଏକ ଭିଡିଓ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ଡେ଼ଲିଭରି ବଏ ଏଭଳି କାମ କରିଛନ୍ତି ଯାହାକି ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ପାର୍ଶଲ ବକ୍ସ୍ ଭିତରେ ଏଭଳି ଏକ ଦୁଃଖ ଭରା ଚିଠି ମିଳିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ସେଥିରେ ଲେଖା ହୋଇଥିଲା ବାବୁ କ୍ଷମା କରିଦେବେ।ବହୁତ ଜୋରେ ଭୋକ ଲାଗିଲା।ତେଣୁ ସବୁ ଖାଇଦେଲି।
ଡେ଼ଲିଭରି ସେବା ଯୋଗାଇଥିବା ଲୋକଙ୍କ ଜୀବନ ଖୁବ କଷ୍ଟ ଦାୟକ ହୋଇଥାଏ। ଖରା ବର୍ଷା ହେଉ ଅବା ସୀତ ସେମାନଙ୍କ ପାଇଁ କର୍ତ୍ତବ୍ୟ ଆଗ।ଅନେକ ସମୟରେ ସେମାନେ ଭୋକ ରେ ରହି ଦିନ ରାତି ଲୋକମାନଙ୍କୁ ଖାଇବା ଦେଇଥାନ୍ତି।ସେମାନଙ୍କର ଅନେକ ସଂଘର୍ଷ ର କାହାଣୀ ଆପଣମାନେ ଜାଣିଥିବେ।କିନ୍ତୁ ବର୍ତ୍ତମାନ ଏମିତି ଏକ ଡେ଼ଲିଭରି ବଏ ର କାହାଣୀ ବିଷୟରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।
ରାଗିବେ କି ଦୁଃଖ କରିବେ କିଛି ଜାଣି ପାରିବେ ନାହିଁ। ଆପଣଙ୍କୁ ଜୋରେ ଭୋକ ଲାଗୁଥିବ ସେଥିପାଇଁ ଆପଣ ଖାଇବା ଅନଲାଇନ୍ ରୁ ଅର୍ଡର ଦେଇଥିବେ।କିନ୍ତୁ ଖାଇବା ଜାଗାରେ ମିଳିବ ହାଡ଼।ତେବେ ଆପଣ କଣ କରିବେ ତାହା କିଛି ବୁଝି ପାରିବେ ନାହିଁ।ଏଠାରେ ଜଣେ ଗ୍ରାହକ ଙ୍କ ସହିତ ଏଭଳି କିଛି ଘଟଣା ଘଟିଛି ।ଜଣେ ଗ୍ରାହକ ଖାଦ୍ୟ ଅର୍ଡର କରିଥିଲେ।ଜଣେ ଡେ଼ଲିଭରି ବଏ ଖାଦ୍ୟ ଡେ଼ଲିଭରି ମଧ୍ୟ କରିଥିଲେ।
ଗ୍ରାହକ ଜଣଙ୍କ ଚିକେନ ଏବଂ କୋଲ୍ ଡ୍ରିଙ୍କ ଅନଲାଇନ୍ ରୁ ଖାଇବା ପାଇଁ ଅର୍ଡର୍ କରିଥିଲେ।କିନ୍ତୁ ଯେତେବେଳେ ସେ ପାର୍ଶଲ ଖୋଲି ଦେଖିଲେ ସେତେବେଳେ ତାଙ୍କୁ ବକ୍ସ୍ ଭିତରୁ ଏକ ଦୁଃଖଭରା ଚିଠି ଏବଂ ଚିକେନ ର ହାଡ ମିଳିଥିଲା।ଜଣେ ବ୍ୟକ୍ତି ଏହି ଭିଡିଓ କୁ ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି।ଯାହାକି ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇ ଲକ୍ଷ ରୁ ଅଧିକ ଲୋକ ଏହି ଭିଡିଓ କୁ ଦେଖି ସାରିଲେଣି।କିଛି ଲୋକମାନେ କହିଛନ୍ତି ଯେ ଡେ଼ଲିଭରି ବଏ କୁ କ୍ଷମା କରି ଦିଅନ୍ତୁ।