Movie prime

କୁକୁର ଆଖିରୁ ବୋହୁଛି ଧାର ଧାର ଲୁହ ସତେ ଯେମିତି କହୁଛି - ହେ ମଣିଷ ଆଉ କେତେ ତଳକୁ ଖସିବ ମୁଁ ରୋଗୀଣା ହେଲି ବୋଲି ଏମିତି ରାସ୍ତାରେ ଛାଡ଼ିଦେବ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଗୋଟିଏ କଥା ଶୁଣିଥିବେ କି କୁକୁର ଠାରୁ ବିଶ୍ବାସୀ ପ୍ରାଣୀ ଏହି ଦୁନିଆରେ କେହି ନାହାଁନ୍ତି । ଆଉ କୁକୁର ମଧ୍ୟ ଏକ ବିଶ୍ବାସୀ ପ୍ରାଣୀ ବୋଲି ସମସ୍ତେ ଜାଣିଛନ୍ତି । ଆଉ କୁକୁର ଠାରୁ ବଡ ବିଶ୍ବାସୀ ପ୍ରାଣୀ ଏହି ଦୁନିଆରେ କେହି ନାହାଁନ୍ତି । ଆଉ ଶାସ୍ତ୍ରରେ ଲେଖା ହୋଇଛି କି ଆପଣମାନେ ଯେଉଁ ପଶୁପକ୍ଷୀ ମାନଙ୍କୁ ସ୍ନେହ ଆଉ ଶ୍ରଦ୍ଧାରେ ବଢ଼ାଇଥିବେ ସେ କେବେବି ଧୋକା ଦେବ ନାହିଁ । 
ଆଉ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ପୋଷା କୁକୁରକୁ କୌଣସି ଏକ ଲୋକ ପୋଷିଥିଲେ । ଆଉ ସେ ବୁଢ଼ା ହୋଇଯିବା ପରେ ତାକୁ ରାଜରାସ୍ତାରେ ଛାଡି ଦେଇଛି ସେହି ମାଲିକ । ଏବେ ସେହି କୁକୁରଟି କାନ୍ଦୁଛି । ଧନ୍ୟ ଧନ୍ୟରେ ମଣିଷ ତୁ ଏମିତି କାମ କେମିତି କରିପାରିଲୁ । ଏହି ଘଟଣାଟି ଘଟିଛି କଟକ ଜିଲ୍ଲା ଧବଳେଶ୍ଵର ମନ୍ଦିର ରାସ୍ତାର ମଧୁସୂଦନ ବ୍ରିଜ ନିକଟରେ ଦୁଇଦିନ ତଳେ ଜଣେ ମାଲିକ ତାର କୁକୁରକୁ ଛାଡ଼ି ଚାଲିଯାଇଛି ।
ଆଉ ସେହି କୁକୁରଟି ପୋଷା କୁକୁର ଆଉ ଜର୍ମାନ କୁକୁର । ରାସ୍ତାରେ ଥିବା ଲୋକମାନେ ଏହାକୁ ଦେଖି ଚାଲି ଯାଉଥିଲେ ଆଉ କେହି ଏହାକୁ ଦେଖୁ ନଥିଲେ । କିନ୍ତୁ ସେହି ରାସ୍ତା ଦେଇ ଜଣେ ଯୁବକ ସେହି କୁକୁରର ଦୁଃଖ ସହି ପାରିଲେନି । ଆଉ ସେ ସେହି କୁକୁରଟିକୁ ସାଙ୍ଗରେ ନେଇଗଲେ । କୁକୁରଟି ତିନିଦିନ ହେଲା ସେ ଖାଇନଥିଲା । ଆଉ ତା ଆଖିରେ ଲୁହ ଭରି ଯାଉଛି । ଏହି ଲୋକ ଜଣକ କେମିତି ଯେ କୁକୁରଟିକୁ ଛୋଟରୁ ବଡ କରିଲେ ଆଉ ସେ ବୁଢ଼ା ହୋଇଯିବା ପରେ ତାକୁ ରାସ୍ତାରେ ଛାଡ଼ିଦେଲେ । 
ଆଉ ଏଭଳି ଲୋକ ବହୁତ ଖରାପ । ଏହିଭଳି କୁକୁର ଘରେ ରହିଥାନ୍ତି ସେମାନେ ବାହାର ଦୁନିଆ ବିଷୟରେ ଜାଣିନାହାନ୍ତି । ଆଉ ତାଙ୍କୁ ବାହାର କୁକୁରମାନେ କାମୁଡି ଦେଉଛନ୍ତି । ଆଉ ମୋର ସେହି ମାଲିକକୁ ଅନୁରୋଧ କି ଯଦି ସେ ଏହି ଭିଡିଓ ଦେଖୁଛନ୍ତି ତାହେଲେ ସେହି କୁକୁରଟିକୁ ନିଜର କରନ୍ତୁ । ଆଉ ପାଖକୁ ନେଇ ଯାଆନ୍ତୁ । ଆଉ କୁକୁରଟି ବୁଢ଼ା ହୋଇଗଲା ବୋଲି ତାକୁ ଏମିତି ବାହାରେ ଛାଡି ଦେବା ଟା କଣ ମାନବିକତାର ପରିଚୟ ?