Movie prime

ଓଡ଼ିଆ ଅଭିନେତ୍ରୀ ମାନଙ୍କର ଶିକ୍ଷାଗତ ଯୋଗ୍ୟତା ଏବଂ ପ୍ରଥମ ଚଳଚ୍ଚିତ୍ର ଦେଖନ୍ତୁ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ସିନେ ଜଗତରେ ହିରୋ ମାନଙ୍କ ଭୂମିକା ଯଦି ମୂଖ୍ୟ ଥାଏ ତେବେ ଏଥିରେ ହିରୋଇନ୍ ମାନେ ମଧ୍ୟ ମୂଖ୍ୟ ଭୂମିକା ଗ୍ରହଣ କରିଥାଆନ୍ତି। ହିରୋଇନ୍ ମାନେ ତାଙ୍କ ଅଭିନୟ ଦ୍ୱାରା ସିନେମା ଟିକୁ ଜୀବନ୍ତ କରିଥାଆନ୍ତି। ଆପଣ ମାନେ ବୋଧ ହୁଏ ଅନେକ ହିରୋଇନ୍ ମାନଙ୍କ ସମ୍ବନ୍ଧରେ ଜାଣି ନଥିବେ। ତେବେ ଚାଲନ୍ତୁ ଜାଣିବା ଓଡ଼ିଆ ଫିଲ୍ମ୍ ଏକ୍ଟ୍ରେସ ଙ୍କ ପ୍ରଥମ ସିନେମା ର ନାମ କଣ ଥିଲା??
ପ୍ରଥମ ଅଭିନେତ୍ରୀ ଙ୍କ ନାମ ହେଉଛି ଗ୍ଲୋରିଆ ମହାନ୍ତି। ତାଙ୍କ ପ୍ରଥମ ସିନେମା ନାମ ହେଉଛି ଶ୍ରୀ ଜଗନ୍ନାଥ ଯାହାକି ୧୯୫୦ ରେ ରିଲିଜ୍ ହୋଇଥିଲା। ପାର୍ବତୀ ଘୋଷ ଙ୍କ ପ୍ରଥମ ଚଳଚ୍ଚିତ୍ର ଆମରି ଗାଁ ଝିଅ ରିଲିଜ୍ ହୋଇଥିଲା ୧୯୫୩ ରେ। ଲୀଳା ଦୁଲାଲି ତାଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ଭାଇ ଭାଇ ରିଲିଜ୍ ହୋଇଥିଲା ୧୯୫୬ ରେ। ଅଭିନେତ୍ରୀ ମଣି ମାଳା ଦେବୀ ତାଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ଶ୍ରୀ ଲୋକନାଥ ରିଲିଜ୍ ହୋଇଥିଲା ୧୯୬୦ ରେ।ଅଭିନେତ୍ରୀ ଉର୍ବଶୀ ଙ୍କ ମଧ୍ଯ ପ୍ରଥମ ଚଳଚ୍ଚିତ୍ର ଥିଲା ଉର୍ବଶୀ ରିଲିଜ୍ ହୋଇଥିଲା ୧୯୬୦ ରେ।
ମିନତୀ ମିଶ୍ର ଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ଜୀବନ ସାଥୀ ଏବଂ ଏହା ରିଲିଜ୍ ହୋଇଥିଲା ୧୯୬୩ ରେ। ଗୀତା ରାଓ ଙ୍କ ମଧ୍ଯ ପ୍ରଥମ ଚଳଚ୍ଚିତ୍ର ଥିଲା ଜୀବନ ସାଥୀ ରିଲିଜ୍ ହୋଇଥିଲା ୧୯୬୩ ରେ। ସୁଜାତା ଆନନ୍ଦ ଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ମାଟିର ମଣିଷ ଏହା ରିଲିଜ୍ ହୋଇଥିଲା ୧୯୬୬ ମସିହାରେ। ଅନିତା ଦାସ ଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ଯାଯାବର ଓ ଏହା ରିଲିଜ୍ ହୋଇଥିଲା ୧୯୭୫ ମସିହାରେ। ଅଭିନେତ୍ରୀ ମହେଶ୍ୱେତା ରାୟ ଙ୍କ ପ୍ରଥମ ଚଳଚ୍ଚିତ୍ର ଶେଷ ଶ୍ରାବଣ ଯାହାକି ରିଲିଜ୍ ହୋଇଥିଲା ୧୯୭୬ ମସିହାରେ।
ଅଭିନେତ୍ରୀ ମାଳବିକା ରାୟ ଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ନାଗ ଫାସ ଯାହାକି ରିଲିଜ୍ ହୋଇଥିଲା ୧୯୭୭ ମସିହାରେ। ତନ୍ଦ୍ରା ରାୟ ଙ୍କ ପ୍ରଥମ ଚଳଚ୍ଚିତ୍ର ଚିଲିକା ତୀରେ ଯାହାକି ୧୯୭୭ ରିଲିଜ୍ ହୋଇଥିଲା। ଅଭିନେତ୍ରୀ ଅପରାଜିତା ମହାନ୍ତି ଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ଅସ୍ତରଗ ରିଲିଜ୍ ହୋଇଥିଲା ୧୯୮୨ ମସିହାରେ। ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ସାଗର ଗଙ୍ଗା ଯାହାକି ୧୯୯୪ ମସିହାରେ। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ପ୍ରଥମ ସିନେମା ଥିଲା ଏଜୁଗର କୃଷ୍ଣ ସୁଦାମା ଯାହାକି ୨୦୦୩ ରେ ରିଲିଜ୍ ହୋଇଥିଲା। ଅର୍ଚ୍ଚିତା ସାହୁ ଙ୍କ ପ୍ରଥମ ସିନେମା ଓ ମାଇ ଲଭ୍ ରିଲିଜ୍ ହୋଇଥିଲା ୨୦୦୬ ରେ। ଏଭଳି ଅନେକ ଅଭିନେତ୍ରୀ ଅଛନ୍ତି ଆପଣ ଭିଡ଼ିଓ କୁ ସମ୍ପୂର୍ଣ ଭାବରେ ଦେଖିଲେ ଜାଣି ପାରିବେ।