Movie prime

ଆସନ୍ତା କାଲିଠାରୁ ଏହି ସମସ୍ତ ଜିଲ୍ଲାରେ ଛେଚିବ ବର୍ଷା ଦେଖନ୍ତୁ କେଉଁ ଯେଉଁ ଜିଲ୍ଲା ହେବେ ପ୍ରଭାବିତ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର ଆସି ପହଞ୍ଚିଛି ଯାହାକି ହେଉଛି ପୁଣି ଥରେ ଏକ ଲଘୁଚାପ ସୃଷ୍ଠି ହେବାର ସମ୍ଭାବନା ଅଛି। ଏହି ଲଘୁଚାପ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସୃଷ୍ଠି ହେବାର ସମ୍ଭାବନା ଅଛି। ସେଥି ପାଇଁ ଦକ୍ଷିଣ ଓଡ଼ିଶାରେ ବେଶି ପ୍ରଭାବ ପକାଇବ ବୋଲି ଆକଳନ କରାଯାଇ ଅଛି। ଏହି ଲଘୁଚାପ ଯୋଗୁଁ ମଧ୍ଯ ୮ ତାରିଖରେ ବର୍ଷାର ପ୍ରଭାବ ବଢିବ।
୬ ତାରିଖରେ ଅଳ୍ପ ବର୍ଷା ହେବା ସହ କିଛି ସ୍ଥାନରେ ଅଧିକରୁ ଅତ୍ୟଧିକ ପରିମାଣରେ ବର୍ଷା ହେବ ବୋଲି ଆକଳନ କରାଯାଉ ଅଛି। ଆଜି ପାଇଁ ପୁରୀ, ଖୋର୍ଦ୍ଧା, ନୟାଗଡ଼ , ଗଞ୍ଜାମ , ଗଜପତି , କଟକ , ଜଗତସିଂହପୁର , ମାଲକାନଗିରି , କୋରାପୁଟ , ରାୟଗଡ଼ା , ନବରଙ୍ଗପୁର , କଳାହାଣ୍ଡି ଆଦି ଜିଲ୍ଲାରେ ବିଜୁଳି ଓ ଘଡ଼ ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ପାଇଁ ୟେଲୋ ଆଲର୍ଟ ମଧ୍ୟ ଜାରୀ କରି ଦିଆ ଯାଇଛି।
ଏନେଇ ପାଣିପାଗ ବିସେଷଜ୍ଞ ସନ୍ଦୀପ ପଟ୍ଟନାୟକ ତାଙ୍କ ମତ ରଖିଛନ୍ତି କି ଏହା ଆସନ୍ତା କାଲି ଘନୀଭୂତ ହେବା ପାଇଁ ଯାଉଛି। ଏବଂ ଏହା ଦଶ ତାରିଖ ମଧ୍ୟରେ ଅବପାତ ର ରୂପ ନେବ ବୋଲି କହିଛନ୍ତି। ଏହାର ପ୍ରଭାବରେ ମଧ୍ଯ ଓଡ଼ିଶାରେ ବର୍ଷାର ପରିମାଣ ବହୁତ ଅଧିକା ରହିବ। ଆଗକୁ ଯେଉଁ ୨୦ ଦିନ ଆସିଛି ସେଥି ମଧ୍ୟରେ ମୌସୁମୀ ଅଧିକ ସକ୍ରିୟ ରହିବ ବୋଲି ପାଣିପାଗ ବିସେଷଜ୍ଞ ସନ୍ଦୀପ ପଟ୍ଟନାୟକ କହିଛନ୍ତି।
ଆପଣ ମାନେ ଜାଣିଥିବେ କି ଏହି ବର୍ଷାର ପ୍ରଭାବ ଗତ ମାସ ଅଗଷ୍ଟ ରେ କିଭଳି ରହିଥିଲା। ଚାରି ଆଡେ଼ ଏହି ବର୍ଷା ଯୋଗୁଁ ଜଳାତ୍ନବ ହୋଇ ଯାଇଥିଲା। ତେବେ ପାଣିପାଗ ବିଶେଷଜ୍ଞ ଏହା କହିଛନ୍ତି କି ଏହି ମାସ ଗତ ମାସର ପୁନର୍ବାର ପୁନରାବୃତ୍ତି ହେବାକୁ ଯାଉଛି। ସେଥି ପାଇଁ ସେ ଲୋକ ମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ କହି ଦେଇଛନ୍ତି। ତେବେ ଦେଖା ଯାଉ ଆସନ୍ତା ଲଘୁଚାପ ପୁଣି ପାଣି ପାଗ ରେ କେଉଁ ମୋଡ ନେବାକୁ ଯାଉଛି।