Movie prime

ପାଠ ପଢାରେ କେମିତି ଲଗାଇବେ ମନ କେମିତି ସଠିକ୍ ଭାବେ ଦେବେ ପରୀକ୍ଷାରେ ପ୍ରଶ୍ନ ଉତ୍ତର ଦେଖନ୍ତୁ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆଜି ଜାଣିବା ପରୀକ୍ଷା ହଲ ରେ ଉତ୍ତର କେମିତି ଲେଖିବା। ତେବେ ପରୀକ୍ଷା ହଲ୍ ରେ ଶାନ୍ତ ମନ ଧାର୍ଯ୍ୟ ଦରକାର। ପରୀକ୍ଷା ଖାତାରେ ପ୍ରଥମ ପେଜ ଯେଉଁ ଡିଟେଲ ପୁରଣ କରିବାକୁ ପଡିବ।
ରୋଲ୍ ନମ୍ବର, ରେଜିଷ୍ଟେସନ୍ ନମ୍ବର ମନ ଦେଇକି ବିଷୟ ଲେଖିବ ଏବଂ ସାବଧାନ ସହକାରେ ତାକୁ ପୁରାଣ କରିବ। ଏହାପରେ ପ୍ରଶ୍ନ ଖାତା ଦିଆଯିବ ଆଉ ତାକୁ ପ୍ରଥମେ ମନ ଦେଇକି ପଢ଼ିବ।
ଯଦି ସିରିଏଲ୍ ଅନୁସାରେ ଉତ୍ତର ଦେଇ ଲେଖିବେ ତାହାଲେ ପରୀକ୍ଷକ ମନ ଖୁସି ହେଇକି ଗୋଟିଏ ପରେ ଗୋଟିଏ ନମ୍ବର ଦେଖିକି ମାର୍କ ଦେବେ। 
ଆଉ ଯଦି ଯେଉଁ ଉତ୍ତର ଆସୁଛି ତାକୁ ସିରିଏଲଲି ଆଗ କର। ତେଣୁ ଭଲରୁ ଆରମ୍ଭ ହେଲେ ପରୀକ୍ଷକ ମନରେ ଗୋଟେ ଭଲ ଭାବନା ଆସିଥାଏ ଯେ ପିଲାଟି ଭଲ ଲେଖିଛି।
ବହୁତ୍ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ହାଣ୍ଡରାଇଟିଙ୍ଗ। ଯାହାକି ହାଣ୍ଡରାଇଟିଙ୍ଗକୁ ପରୀକ୍ଷକ ଭଲ ଭାବରେ ପଢ଼ି ପାରୁଥିବା ଦରକାର।
ଆଉ ଗୋଟିଏ ଉତ୍ତର ପରେ ସ୍ପେସ ଦେଇ ଲେଖିଲେ ପରୀକ୍ଷକ ମନରେ ମଧ୍ୟ ଭଲ ଭାବନା ଆସିଥାଏ। ଏବଂ ପରୀକ୍ଷା ଖାତାରେ ଉତ୍ତର ସବୁ ପଏଣ୍ଟ ଭାବରେ ବର୍ଣ୍ଣନା କରନ୍ତୁ। 
ଏହାସହିତ ପେନ୍ସିଲ, ସ୍କେଲ ଓ କଳା ବଲପଏଣ୍ଟ ପେନ୍ ଅନୁମତି ରହିଥାଏ। ପ୍ରଶ୍ନ ସବୁ ମାର୍ଜିନ ପୂର୍ବରୁ ଲେଖିବ ଦରକାର। ଯେଉଁ ପ୍ରଶ୍ନ କୁ କେତେ ସମୟ ଦିଆଯିବ ତାହା ବହୁତ୍ ଗୁରୁତ୍ବପୂର୍ଣ୍ଣ।
ତେଣୁ ଘଣ୍ଟା ଦେଖିକି ଯଦି ଉତ୍ତର ଦେଉଥିବ ତେବେ କୌଣସି ପ୍ରଶ୍ନ ଛାଡିକି ଆସିପାରିବ ନାହିଁ। ଅଣ୍ଡର ଲାଇନ୍ ନିହାତି କରିବ। ଖାତା ସଫା ସୁତୁରା ରଖିବାକୁ ଚେଷ୍ଟା କରିବ।
ବାକ୍ୟ କାଟିଲେ ଖାତାଟି ଅସୁନ୍ଦର ଦେଖାଯିବ। ତେବେ ଯେତେବେଳେ କାଟୁଚ ଗୋଟିଏ ଗାର ପକାଇ କଟିବେ। 
ବହୁତ ବଡ଼ କଥା ହେଲା ପ୍ରଥମେ ସେପ୍ଲିଂ ଏରୋର୍ ଉପରେ ଧ୍ୟାନ ଦେବେ। ପରୀକ୍ଷକ ଜାଣିନାହାନ୍ତି ଆପଣ କେମିତିକା ଛାତ୍ର ମୂର୍ଖ ଛାତ୍ର କି ଭଲ ଛାତ୍ର। ଆପଣ ମାନଙ୍କର ଯୋଉ ପରୀକ୍ଷା ଖାତା ଅଛି ସେଇଟା ହେଉଛି ପ୍ରମାଣ।
ତେଣୁ ପରୀକ୍ଷା ଖାତାରେ କେମିତି କରିଚ ଭଲ ନା ଖରାପ ସେଇଟାକୁ ଗୁରୁତ୍ୱ ଦେବା ଉଚିତ୍। ଆଉ ଯଦି ପରୀକ୍ଷା ଖାତାରେ ଭଲ ହେଇଥିବ ତାହାଲେ ପରୀକ୍ଷକ ନିଶ୍ଚିନ୍ତ ଭଲ ମାର୍କ ଦେବେ।