Movie prime

ମୁଁ ମୋ ଶାଳୀନତା ରକ୍ଷା କରିଛି ମୁଁ କିଛି ବି ଭୁଲ କରିନି - Rani

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଏବେ ଯାତ୍ରା ଜଗତକୁ ନେଇ ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଛି । ଏବେ ଯାତ୍ରା ଜଗତର ଜଣେ ଅଭିନେତ୍ରୀଙ୍କୁ ଏଭଳି ଭାବରେ ବ୍ୟବହାର କରାଯାଉଛି ଯାହାର ଭିଡିଓ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଏବେ ସେହି ଅଭିନେତ୍ରୀଙ୍କ କଥାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି । ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।
ଏବେ ସୋସିଆଲ ମିଡିଆରେ ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ସାହୁଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଅଭିନେତ୍ରୀ ଜଣକ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଛନ୍ତି । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଆଇଟମ ଡ୍ୟାନ୍ସ କରନ୍ତି । ଏବେ ଏକ ଖବର ଆପଣମାନେ ସମସ୍ତେ ଜାଣିଥିବେ କି ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ଯେତେବେଳେ ଷ୍ଟେଜ ଉପରେ ଆଇଟମ ଡ୍ୟାନ୍ସ କରୁଥିଲେ ସେତେବେଳେ ତାଙ୍କ ଉପରକୁ ଜଣେ ମହିଳା ଚପଲ ଫିଙ୍ଗିଥିଲେ । ଆଉ ଏହି ଘଟଣା ସମ୍ପର୍କରେ ରାନୀ ଏବେ କିଛି କହିଛନ୍ତି ।
ଏହି ଭିଡିଓରେ ରାନୀ କହିଛନ୍ତି ଅନେକ କଥା । ସେ କହିଛନ୍ତି କି ତାଙ୍କୁ କହୁଛନ୍ତି ଅଶ୍ଳୀଳ ନାଚ କରୁଥିଲେ । ଏବଂ ଅଶ୍ଳୀଳ ପୋଷାକ ପିନ୍ଧିଥିଲେ । କିନ୍ତୁ ରାନୀ କହୁଛନ୍ତି ନା ସେ ଅଶ୍ଳୀଳ ନାଚ କରିଥିଲେ ନା ଅଶ୍ଳୀଳ ପୋଷାକ ପିନ୍ଧିଥିଲେ । ଆଉ ସେ ନିଜର ଲିମିଟ୍ ଭିତରେ ରହି ନାଚ କରନ୍ତି । ସେହି ଭଦ୍ର ମହିଳା ଜଣକ କାହିଁକି ତାଙ୍କ ସହ ଏଭଳି କାମ କରିଲେ ସେ ଜାଣିନାହାନ୍ତି । ସେହି ମହିଳା ଜଣକ ଚାହିଁଥିଲେ ପରେ ତାଙ୍କୁ ଏହି ବିଷୟରେ କହି ପାରିଥାନ୍ତେ । କିନ୍ତୁ ସେ ଏମିତି ଚପଲ ଫିଙ୍ଗିବାଟା କଣ ଭଦ୍ରାମୀର ପରିଚୟ । ଆଉ ସେହି ମହିଳାଙ୍କ ସ୍ଵାମୀଙ୍କ ଉପରେ କଣ ତାଙ୍କର ବିଶ୍ଵାସ ନାହିଁ ନା ରାନୀ କିଛି କରି ଦେଉଥିଲା । ଯେଉଁଥିପାଇଁ ମହିଳା ଜଣକ ଏଭଳି କାମ କରିଲେ ।
କୋଭିଡ ସମୟରେ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ଯେତେବେଳେ ଗରିବଲୋକଙ୍କୁ ଖାଇବାକୁ ଦେଉଥିଲେ ଆଉ ତଙ୍କମାନଙ୍କୁ ସାହାଯ୍ୟ କରୁଥିଲେ ସେତେବେଳେ ଏହିକଥା ତ ଏତେ ଚର୍ଚ୍ଚା ହୋଇନଥିଲା । କିନ୍ତୁ ଆଜି ଯେତେବେଳେ ମୋର ବେଜିତ୍ ହୋଇଛି ସେତେବେଳେ ଏହିସବୁ ଭିଡିଓ ଭାଇରାଲ ହେଉଛି । ଆଉ ଅଶ୍ଳୀଳ କଥା ଉଠୁଛି । ରାନୀ କହିଛନ୍ତି ତାଙ୍କର କିଛି ଭୁଲ ନଥିଲା କିନ୍ତୁ ତାଙ୍କ ଉପରକୁ ଆଙ୍ଗୁଠି ଉଠାଗଲା । ଏହି ମହିଳାଙ୍କ ବିରୋଧରେ ସେ ଆକ୍ସନ ନେବେ । ଏହି ଘଟଣାକୁ ନେଇ ଏମିତି କିଛି ସ୍ପଷ୍ଟୀକରଣ ଦେଇଛନ୍ତି ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ସାହୁ ।