Movie prime

ତଳେ ପଡିଥିବା ଖାଦ୍ୟ ଦେଉଛି Domino's ଦେଖନ୍ତୁ କାହିଁକି ଆସିଲା ଏମିତି ଅଭିଯୋଗ

 
Special Report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣଙ୍କୁ ଏଭଳି ଏକ କଥା କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ବଡ଼ ବଡ଼ ହୋଟେଲ୍ କୁ ଯିବା ପୁର୍ବ ରୁ ଆପଣ ମାନେ ହଜାର ଥର ସେକଥା ଚିନ୍ତା କରିବେ। ଆଜ୍ଞା ହଁ ଡୋମିନୋସ ପିଜା ନାଁ ରେ ଏଭଳି କିଛି ଅଭିଯୋଗ ଆଣିଛନ୍ତି ଏକ ଗ୍ରାହକ ଜଣକ। ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ।
ଗ୍ରାହକ ଭୁବନେଶ୍ୱର କିଡ୍ସ ଛକ ରେ ଥିବା ଡୋମିନୋସ ପିଜା ଦୋକାନ କୁ ଯାଇଥିଲେ। ଏବଂ ସେଠାରେ ମଧ୍ଯ ସେ ପିଜା କିଣିଥିଲେ। ୭୦୦ ଟଙ୍କାର ହେଲେ ପିଜା କିଣି ସାରିବା ପରେ ୱେଟର ଜଣକ ଯେତେବେଳ ପାର୍ଶଲ୍ ଦେଇଥିଲେ ,ସେତେବେଳେ ୱେଟର ଜଣକ ହାତରୁ ସେହି ପାର୍ଶଲ୍ ଟି ତଳେ ପଡି ଯାଇଥିଲା। ଏବଂ ଏହାପରେ ତଳେ ପଡ଼ିଯାଇଥିବା ପିଜା କୁ ୱେଟର ଜଣକ ପୁଣି ଥରେ ପାକିଂ କରିଥିଲେ।
ହେଲେ ବ୍ୟକ୍ତି ଜଣକ ତଳେ ପଡ଼ିଯାଇଥିବା ପିଜାକୁ ନେବା ପାଇଁ ସମ୍ପୂର୍ଣ ଭାବରେ ମନା କରି ଦେଇଥିଲେ। ହେଲେ ସେଠାକାର କର୍ମଚାରୀ ମାନେ ତାଙ୍କୁ ସେହି ପିଜା ନେବା ପାଇଁ ହିଁ ବାଧ୍ୟ କରିଥିଲେ। ହେଲେ ବ୍ୟକ୍ତି ଜଣକ କହିଥିଲେ ତାଙ୍କୁ ସେହି ପିଜା ପ୍ରତିବଦଳରେ ଅନ୍ୟ ପିଜା ଦେବା ପାଇଁ ନଚେତ୍ ତାଙ୍କୁ ସେହି ପିଜା ପାଇଁ ଦେଇଥିବା ପଇସା ଫେରାଇ ଦେବାକୁ ହେଲେ,
ଡୋମିନୋସ କର୍ମଚାରୀ ମାନେ ପଇସା ତ ଦେବା ଦୂରର କଥା ତାଙ୍କୁ ତାହା ପ୍ରତି ବଦଳରେ ଅନ୍ୟ ପିଜା ମଧ୍ଯ ଦେଇ ନଥିଲେ।ଏହାପରେ ଗ୍ରାହକ ଜଣକୁ ମଧ୍ୟ ଅନେକ ଖରାପ୍ ବ୍ୟବହାର କରିବା ସହ ତାଙ୍କୁ ଅନେକ ଖରାପ୍ ଭାଷାରେ ଗାଳି ଗୁଲଜ ମଧ୍ଯ କରିଥିଲେ। ଏଭଳି ବ୍ୟବହାର କରିବା ପରେ ସେଠାରେ ପହଞ୍ଚି ଥିଲେ ଫୁଡ୍ ସେଫ୍ଟୀ ଡିପାର୍ଟମେଣ୍ଟ। ଏଥିରୁ ଜଣା ପଡ଼ିଥିଲା କି ସେମାନେ ସ୍ବଚ୍ଛତା ଅବଲମ୍ବନ କରୁ ନାହାଁନ୍ତି।