Movie prime

ପାଠ ପଢ଼ିବାକୁ ଇଛା ହେଉନି କି ? ଦେଖନ୍ତୁ କଣ କଲେ ଲାଗି ରହିବ ମନ

 
Special report
ଆଜିକାଲି ସମସ୍ତେ ଗୋଟିଏ କଥା ହିଁ କହିଛନ୍ତି ତାହା ହେଉଛି ପାଠ ପଢିବାକୁ ଇଚ୍ଛା ହେଉନାହିଁ।ଏଥିପାଇଁ ନିଜେ ହିଁ ଦାୟୀ।ଯଦି ନିଜେ ଇଛା କରିବେ ତାହେଲେ ପାଠ ପଢିବାକୁ ଇଛା ହେବ।
ନିଜେ ଯଦି ପରିବର୍ତ୍ତନ ହେବା ତାହେଲେ ଏହି ଦୁନିଆ ମଧ୍ୟ ପରିବର୍ତ୍ତନ ହୋଇଯିବ।ଏପରି ଚାରୋଟି ପ୍ରଶ୍ନ ନିଜକୁ ପଚାରିବେ ଯାହାକି ପାଠ ପଢିବାକୁ ଆଗ୍ରହି ହେବେ।
(୧)ପ୍ରଥମ ପ୍ରଶ୍ନଟି ହେଉଛି କାହିଁକି ପଢ଼ିବା, କାହାପାଇଁ ମୁଁ ପଢୁଛି?ବାପା ମା ଙ୍କ ପାଇଁ ପଢ଼ୁଛନ୍ତି,ନା ପରିବାର ଲୋକଙ୍କ ପାଇଁ ପଢ଼ୁଛନ୍ତି,ଅନ୍ୟ ପାଇଁ ପଢ଼ୁଛନ୍ତି ନା ନିଜ ପାଇଁ ପଢ଼ୁଛନ୍ତି,
ନା ନିଜର ଉନ୍ନତି ପାଇଁ ପଢ଼ୁଛନ୍ତି ଏହିଭଳି ପ୍ରଶ୍ନ ନିଜକୁ ପଚାରିବା ଉଚିତ।ତେବେ ଏହାର ଉତ୍ତର ଆସିବ ନିଜ ଉନ୍ନତି ପାଇଁ ପଢ଼ିବେ।
ଜୀବନରେ କିଛି କରିବା ପାଇଁ,କିଛି ଚାକିରି କରିବେ କିମ୍ବା ବାପା ମା ଙ୍କ ନାମ ରଖିବେ।କାରଣ ବାପା ମା ବହୁତ କଷ୍ଟ କରି ପିଲା ମାନଙ୍କୁ ପାଠ ପଢାଇଥାନ୍ତି।
ଆଉ ତାଙ୍କ ପିଲାଛୁଆ ବଡ଼ ମଣିଷ ହୁଅନ୍ତୁ ବୋଲି ଭାବିଥାନ୍ତି।ପ୍ରତିଦ୍ବନ୍ଦ୍ବିତା ଏଠାରେ ବହୁତ ବଢ଼ି ଗଲାଣି।ପାଠ ନ ପଢିଲେ କିଛି ହେବ ନାହିଁ।ସାଙ୍ଗମାନେ ପାଠ ପଢି ଆଗକୁ ବଢିଯିବେ।
ପରୀକ୍ଷା କଥା ଚିନ୍ତା କରିବେ।ପରୀକ୍ଷା ରେ ଯଦି ସଫଳତା ପାଇବେ ତାହେଲେ ସମସ୍ତେ ପଚାରିବେ।ଯଦି ପରୀକ୍ଷା ରେ ସଫଳତା ପାଇବେ ନାହି ତାହେଲେ କେହି ପଚାରିବେ ନାହିଁ।ଗାଳି କରିବେ।
(୨)ଦ୍ଵିତୀୟ ପ୍ରଶ୍ନ ଟି ହେଉଛି ମୁଁ କେମିତି ପଢିବି?ନିଜର ଟାଇମ୍ ଟେବୁଲ୍ ତିଆରି କରିବେ।ସେହି ଟାଇମ୍ ଟେବୁଲ୍ ହିଁ ବାଟ ଦେଖାଇବ କେତେ ସମୟ ପଢ଼ିବେ।
(୩) ତୃତୀୟ ପ୍ରଶ୍ନ ଟି ହେଉଛି କଣ ପଢ଼ିବି? ପରୀକ୍ଷା ପାଇଁ ସିଲାବସ୍ ଦେଖିବେ।ଯାହା ପରୀକ୍ଷା ରେ ପଡିବ ସିଲାବସ୍ ଅନୁଯାୟୀ ପାଠ ପଢ଼ିବେ। ବହି ରୁ ପଢ଼ିବେ ନଚେତ୍ ଗାଇଡ ରୁ ପଢ଼ିବେ। କଣ ପଢ଼ିବେ ନିଶ୍ଚୟ ଜାଣି ପାରିବେ।
(୪)ଚତୁର୍ଥ ପ୍ରଶ୍ନ ହେଉଛି ମୁଁ କେବେ ଠାରୁ ପାଠ ପଢିବି?ସମୟ କାହାକୁ ଅପେଖି କରେ ନାହିଁ।ସମୟ ଯିଏ ନଷ୍ଟ କରେ ସମୟ ତାକୁ ନଷ୍ଟ କରି ଦେଇଥାଏ।ଦୃଢ ସଂକଳ୍ପ କରି ଏବେ ଠାରୁ ପଢିବାକୁ ଆଗ୍ରହ କର।