Movie prime

କାଉ ଶୁଆଙ୍କ ନିଆରା ବନ୍ଧୁତା ଦେଖନ୍ତୁ ଏହି ଦୃଶ୍ୟ ଦେଖିଲେ ଆପଣ ଆଶ୍ଚର୍ୟ୍ଯ ହେଇଯିବେ

 
Special Report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଧିରେ ଧିରେ ଦିନକୁ ଦିନ ଦୁନିଆ ବଦଳି ଗଲାଣି ଏଠି କେହି କାହାର ନୁହଁନ୍ତି। ଆଜିକାଲି ଦୁନିଆରେ କେହି କାହାକୁ ସାହଯ୍ୟ କରିବାକୁ ଆଗେଇ ଆସନ୍ତିନାହିଁ। ମଣିଷ ଦିନକୁ ଦିନ ସ୍ୱାର୍ଥପର ହେବାକୁ ବସିଲାଣି। କିନ୍ତୁ ପଶୁପକ୍ଷୀ ମାନଙ୍କ ମଧ୍ୟରେ ସାହାଯ୍ୟର ମନବୃତ୍ତି ଥିବା ଦେଖିବାକୁ ମିଳିଛି ଏହି ଭିଡ଼ିଓଟିରେ।
ବନ୍ଧୁଗଣ ସୋସିଆଲ ମିଡିଆରେ ଦିନକୁ ଦିନ ଭିନ୍ନ ଭିନ୍ନ ଭିଡିଓ ଭାଇରାଲ ହେଉଛି। ଯାହା ଆମକୁ ହସାଉ ଥିବା ବେଳେ ଆଉ କିଛି ଆମକୁ ଆଶ୍ଚର୍ଯ୍ୟ କରିଦେଇଥାଏ। ଆଉ କିଛି ଭିଡିଓ ଦେଖିଲେ ଆମର ଆଖି ଲାଖି ଯାଇଥାଏ। ଆଜିକାଲି ଦୁନିଆରେ ବହୁତ କମ୍ ଲୋକ କେହି କାହାକୁ ସାହଯ୍ୟ କରୁଥିବାର ଦେଖିବାକୁ ମିଳୁଛି। ଏମିତି ଏକ ଭିଡିଓ ଖୁବ୍ ଭାଇରାଲ ହେବାକୁ ଲାଗିଛି।
ଯାହା ସବୁ ଭିଡିଓ ଠାରୁ କିଛି ଅଲଗା ଦେଖିବାକୁ ମିଳୁଛି। ଭିଡ଼ିଓଟିରେ ଗୋଟିଏ କାଉ ଆଉ ଗୋଟିଏ ଶୁଆ ଡାଳରେ ବସିଥିବାର ଦେଖିବାକୁ ମିଳୁଛି। ଆଉ ତା'ପରେ କାଉଟି କିଛି ଖାଦ୍ୟ ଆଣି ଡାଳରେ ବସୁଛି ସେଇ ଖାଦ୍ୟକୁ କାଉଟି ଡାଳରେ ଥୋଇ ଦେବା କ୍ଷଣି ଶୁଆଟି ଆସି ସେଇ ଖାଦ୍ୟକୁ ନେଇ ଚାଲିଯାଉଛି। 
ଉଭୟଙ୍କ ବନ୍ଧୁତା ଦେଖି ଜଣାପଡ଼ୁଛି ଯେ ଆଜି ମଧ୍ୟ ପରୋ ଉପକାର ବଞ୍ଚି ରହିଛି। କାଉ ମଧ୍ୟ ବୁଝିପାରୁଛି ତା'ର ମଧ୍ୟ ଶୁଆର ଦୁଃଖକୁ। ଆଉ କାଉ ଆଣିଥିବା ଖାଦ୍ୟକୁ ସେ ତା'ର ବନ୍ଧୁ ଶୁଆକୁ ଦେଉଛି। ଶୁଆ ମଧ୍ୟ ତା'ର ଛୁଆ ପାଇଁ ସେ ଖାଦ୍ୟକୁ ନେଇ ଚାଲିଯାଉଛି। ଏହି କାଉ ଆଉ ଶୁଆର ବନ୍ଧୁତାରୁ ମଣିଷର କିଛି ଶିଖିବା ନିହାତି ଦରକାର।