Movie prime

କାହିଁକି ଏମିତି ବେଶରେ ସାମ୍ନାକୁ ଆସିଲେ ଆପଣଙ୍କ ପ୍ରିୟ ଅଭିନେତ୍ରୀ Archita Sahu ଦେଖନ୍ତୁ ପୁରା ଘଟଣା

 
Special Report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଓଡ଼ିଆ ସିନେ ଜଗତର ଜଣେ ଚର୍ଚ୍ଚିତ ଓ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ଅର୍ଚ୍ଚିତା ସାହୁ। ନିଜର ସୁନ୍ଦରତା ଓ ନିଖୁଣ ଅଭିନୟ ପାଇଁ ସେ ଓଡ଼ିଶାର ଘରେ ଘରେ ପରିଚିତ। ଅର୍ଚ୍ଚିତା ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଯିଏ ନିଜ ପରିଶ୍ରମ ଓ ଦକ୍ଷତା ବଳରେ ସିନେ ଜଗତରେ ଅନେକ ସଫଳତା ହାସଲ କରିଛନ୍ତି। ତେବେ ଅର୍ଚ୍ଚିତା ନିଜ ଅଭିନୟ ମାଧ୍ୟମରେ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। 
ଖୁବ୍ କମ୍ ବୟସରୁ ଅଭିନୟ ଜଗତରେ ପାଦ ଦେଇଥିବା ଅର୍ଚ୍ଚିତା ଏବେ ଓଲିଉଡ଼ ର ଜଣେ ସଫଳ ଅଭିନେତ୍ରୀ। ଓଡ଼ିଆ ଦର୍ଶକ ମାନଙ୍କୁ ଅର୍ଚ୍ଚିତା ଅନେକ ସୁପରହିଟ ସିନେମା ଭେଟି ଦେଇଛନ୍ତି। ଓଲିଉଡ ର ନମ୍ୱର୍ ୱାନ ହିରୋଇନ ଭାବରେ ସେ ବେଶ୍ ଜଣାଶୁଣା। ନିଜର ଦମଦାର ଅଭିନୟ ପାଇଁ ଅର୍ଚ୍ଚିତା ତିନି ତିନି ଥର ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସମ୍ମାନିତ ମଧ୍ୟ ହୋଇଛନ୍ତି। 
ତେବେ ଚଳିତ ବର୍ଷ ଅର୍ଚ୍ଚିତା ଓଡ଼ିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ଶେଷରେ ଦୁହେଁ ଦୁହିଁଙ୍କୁ ଜୀବନସାଥୀ ରୂପେ ଗ୍ରହଣ କରିଛନ୍ତି। ତେବେ ବିବାହ ପରେ ଦୁହେଁ ବେଶ୍ ଖୁସି ଅଛନ୍ତି। ବର୍ତ୍ତମାନ୍ ସମୟରେ ଅର୍ଚ୍ଚିତାଙ୍କୁ ନେଇ ଏକ ଖୁସି ଖବର ଆସିଯାଇଛି। ଖବର ଟି ହେଉଛି ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ନେଇ ଏକ ଚଳଚ୍ଚିତ୍ର ଆସିବାକୁ ଯାଉଛି। 
ଏହି ଚଳଚ୍ଚିତ୍ର ଟିର ନାମ ହେଉଛି 'ମହିଷାସୁର'। ତରଙ୍ଗ ଚ୍ୟାନେଲ ର ୪୭ ତମ ଚଳଚ୍ଚିତ୍ର। ମହିଷାସୁର ଚଳଚ୍ଚିତ୍ର ରେ ସାବନା ବେଗମ୍ ଚରିତ୍ର ରେ ନଜର ଆସିବେ ଅର୍ଚ୍ଚିତା। ଏହି ଚଳଚିତ୍ର ରେ ଅର୍ଚ୍ଚିତା ଆଇନଜିବୀ ହୋଇଛନ୍ତି। ଆଉ ସେ ମୁସଲିମ ପରିବାରର ନଜର ଆସିବେ। ଏହି ଚଳଚ୍ଚିତ୍ର ର ଏକ ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଏବେ ଦେଖିବାକୁ ମିଳୁଛି। ତେବେ ଏହି ଦୃଶ୍ୟ ଟି କୌଣସି ରିଅଲ ଲାଇଫ ର ନୁହେଁ, ଏହା ହେଉଛି ରିଲ୍ ଲାଇଫ ର ଦୃଶ୍ୟ।