Movie prime

ମଣିଷକୁ କୁକୁର କାହିଁକି କାମୁଡିଥାଏ ଜାଣନ୍ତୁ ଏହାର ଏକ ବିଶେଷ କାରଣ Special Report

 
Special Report
ଆପଣମାନେ ରାତିରେ ଯେତେବେଳେ ଘରୁ ବାହାରିଥିବେ କିମ୍ବା ଘର ଆଖପାଖ ରେ ବୁଲା କୁକୁର ମାନଙ୍କୁ ଦେଖିଥିବେ।ରାତିରେ ଯେଉଁମାନେ ଗାଡ଼ି ଚଲାଇ ଯାଇଥାନ୍ତି ବୁଲା କୁକୁର ତାଙ୍କୁ ଅନେକ ହଇରାଣ ମଧ୍ୟ କରିଥାନ୍ତି।କାରଣ ବୁଲା କୁକୁର ରାତିରେ ଭୁକି ଥାନ୍ତି।ଏବଂ ରାତିରେ ଆପଣକଂ ଗାଡ଼ି ସାମ୍ନାକୁ ମାଡି ଆସିଥାନ୍ତି।କିନ୍ତୁ ବୁଲା କୁକୁର ଲୋକମାନଙ୍କୁ କାହିଁକି କାମୁଡି ଥାନ୍ତି ତାହା କେହି ଜାଣି ନାହାଁନ୍ତି।ଏହାର କାରଣ କଣ ରହିଛି?
ବୁଲା କୁକୁର ଙ୍କ ର କାମୁଡିବା ଘଟଣା ସୁପ୍ରିମକୋର୍ଟ ଯାଏଁ ମଧ୍ୟ ଯାଇଛି।ଭାରତରେ ଲୋକମାନଙ୍କୁ ଏଭଳି ଘଟଣା ଆଶ୍ଚର୍ଯ୍ୟ କରି ଦେଉଛି।ଅନେକ ଗଳିରେ ଆପଣମାନେ କୁକୁର ଦେଖିଥିବେ।ଆପଣମାନେ ଯେଉଁ ଗଳିକି ଜାଇଥିବେ ହୋଇଥାଇ ପାରେ ଆପଣଙ୍କୁ ସେହି କୁକୁର ମାନେ ସେହି ଗଳି କୁ ପଶାଇ ନଦେଇ ପାରେ।କିନ୍ତୁ ଯଦି ଆପଣ ସେହି ଗଳି ରୁ ବାହାରି ଯିବେ ତାହେଲେ କୁକୁର ଆପଣକୁ କିଛି କରିବେ ନାହିଁ।
କୁକୁର ସହ ଲାଗିଲେ କୁକୁର କାମୁଡି ଥାଏ।ଏହା ଏକ ସ୍ୱାଭାବିକ ପ୍ରକ୍ରିୟା।ଏହା ସମସ୍ତେ ଜାଣିଛନ୍ତି।ବିଶେଷଜ୍ଞ ଙ୍କ କହିବା ଅନୁସାରେ କୁକୁର ମାନେ ଅସୁରକ୍ଷିତ ମନେ କରି ମଣିଷକୁ କାମୁଡି ଦେଇଥାନ୍ତି।ଏବଂ ଏହା ପଛରେ ସାଇକୋ ଲୋଜିକାଲ୍ କାରଣ ରହିଛି।ପ୍ରତି କୁକୁର ନିଜ ଅଞ୍ଚଳ ନିଜେ ନିର୍ଦ୍ଧାରିତ କରିଥାଏ। ସେ କେଉଁ ଅଞ୍ଚଳରେ ରହିବେ ଆଉ ବୁଲିବେ ତାହା ସେ ନିଜେ ଠିକ୍ କରିଥାନ୍ତି।ଗୋଟିଏ ପଟେ ଜନସଂଖ୍ୟା ବଢୁଛି।
ଅନ୍ୟପଟେ କୁକୁରଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।କିନ୍ତୁ ଏହି କଥା ଯେତେବେଳେ କୁହାଯାଉଛି ସେତେବେଳେ ଆଉ ଏକ କଥା ସାମ୍ନାକୁ ଆସୁଛି ତାହା ହେଉଛି କୁକୁର ଙ୍କ ପାଇଁ ସ୍ଥାନର ଅଭାନ ଦେଖିବାକୁ ମିଳିଛି।କୁକୁର ଯେତେବେଳେ ଅସୁରକ୍ଷିତ ମନେ କରୁଥାନ୍ତି ସେତେବେଳେ ମଣିଷଙ୍କୁ କାମୁଡିବା ପାଇଁ ଦୌଡ଼ନ୍ତି।ବିଶେଷଜ୍ଞ ଙ୍କ କହିବା ଅନୁସାରେ କୁକୁର ମାନଙ୍କୁ ଲାଗିଥାଏ ଯେ ମଣିଷ ମାନେ ସେମାନଙ୍କ ଜାଗା ନେବାପାଇଁ ଚେଷ୍ଟା କରିଥାନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.