Movie prime

ପୁଣି ବୋଲବମ ଯାଉଥିବା ବାଟରେ ଘଟିଲା ବଡ଼ ଅଘଟଣ ଦେଖନ୍ତୁ କଣ ହେଲା ଏମିତି

 
Hh
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ କାଉଡ଼ିଆ ମାନେ ଜଳାଲାଗି କରିବାକୁ ଯାଇଥିବା ବେଳେ ୪ ଜଣଙ୍କ ଉପରେ ଚଢ଼ିଗଲା କାର। କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଜିଗିନିପୂର୍ ପଞ୍ଚାୟତ ବସପଦା ଗାଁ'ର ୧୫ରୁ ଅଧିକ ଯୁବକ ଯୁବତୀ ଏବଂ ପିଲା ଓ ମହିଳା ମାନେ ପାଣି ଢାଳିବା ପାଇଁ ଯାଇଥିଲେ ଗ୍ରାମ ମହାଦେବ ମନ୍ଦିରକୁ। ଜଳଲାଗି କରିବା ପାଇଁ ମହାନଦୀରୁ ପାଣି ଧରି ଆସିବା ବେଳେ ଘଟିଥିଲା ବଡ ଅଘଟଣ। ଫଳରେ ଜଣେ ମହିଳା କାଉଡ଼ିଆଙ୍କ ମୃ-ତ୍ୟୁ ହୋଇଥିବା ବେଳେ ଆଉ ୨ କାଉଡ଼ିଆ ଗୁରୁତର ହୋଇଛନ୍ତି। ଏପରି ଏକ ମର୍ମନ୍ତୁଦ ଦୁ-ର୍ଘ-ଟ-ଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟରେ। 
Hb
ମୃ-ତ ମହିଳା କାଉଡିଆ ଜଣଙ୍କ ହେଲେ ବସପଦା ଜିହ୍ନିପୁରର ୨୧ ବର୍ଷୀୟ ଚିନ୍ମୟୀ ବେହେରା। ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ଦୁଇ କାଉଡ଼ିଆ ହେଲେ ଦୀପ୍ତିରଞ୍ଜନ ରାଉତ ଓ ପୂର୍ଣ ଚନ୍ଦ୍ର ବେହେରା। ସୂଚନା ଅନୁଯାୟୀ, ଗତକାଲି ୩୭ଜଣ କାଉଡ଼ିଆ ଭକ୍ତ ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟ ବାବୁଜଙ୍ଗରୁ ପାଣି ଉଠାଇଥିଲେ। ସେଠାରୁ ସେମାନେ ପାଇକରାପୁର ସିଦ୍ଧେଶ୍ୱର ମହାଦେବଙ୍କ ପାଖକୁ ଯାଉଥିଲେ। 
Vv
କାଉଡ଼ିଆମାନେ ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟରେ ହୋଇଥିବା ବେଳେ ପଛରୁ ଦ୍ରୁତ ଗତିରେ କେନ୍ଦ୍ରାପଡ଼ାରୁ ଆସୁଥିବା ଏକ କାର୍‌ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଏହାପରେ କାର୍‌ଟି ଭାରସାମ୍ୟ ହରାଇ କାଉଡ଼ିଆମାନଙ୍କ ସହ ଯାଉଥିବା ପିକଅପ ଭ୍ୟାନରେ ପିଟି ହୋଇଗଲା। ଏହାପରେ ଖବର ପାଇ ତୁରନ୍ତ ସ୍ଥାନୀୟ ଲୋକେ ୩ ଜଣଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମହିଳାଙ୍କୁ ମୃ-ତ ଘୋଷଣା କରିଥିଲେ। 
ଏଥିସହ ଗୁରୁତର ୨ ଜଣଙ୍କୁ କଟକ ବଡ ମେଡିକାଲକୁ ରେଫର କରାଯାଇଛି।ତେବେ ଚନ୍ମିୟଙ୍କ ବାପା ଆଗରୁ ମୃ-ତ୍ୟୁ ବରଣ କରିଥିବା ବେଳେ ଏବେ ଘରର ବଡ଼ଝିଅର ମୃ-ତ୍ୟୁ ପରେ ପୁରା ପରିବାର ଭାଙ୍ଗି ପଡ଼ିଛି। ଝିଅ ଏଭଳି ମୃ-ତ୍ୟୁକୁ ମା ସହଜରେ ଗ୍ରହଣ କରିପାରୁନି। ଚନ୍ମିୟଙ୍କ ପରିବାର ଗରିବ ଶ୍ରେଣୀର ହେଇଥିବା ବେଳେ ଗ୍ରାମବାସୀ ମାନେ କ୍ଷତି ପୂରଣ ପାଇଁ ଦାବି କରିଛନ୍ତି। ତେବେ ଘଟଣା ଘଟିବା ପରେ କାର୍‌ ଡ୍ରାଇଭରକୁ ଅଟକ ରଖି ନିଶ୍ଚିନ୍ତକୋଇଲି ପୁଲିସ ଅଧିକ ତଦନ୍ତ କରୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.