Movie prime

ଗଣେଶ ପୂଜାରେ ଘଟିଲା ବଡ଼ ଅଘଟଣ ଦେଖନ୍ତୁ କଣ ହେଲା ଏମିତି

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Hh
ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ତେବେ ବନ୍ଧୁଗଣ ବର୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ, ଗଣେଶ ପୂଜାରେ ସାପ କାମୁଡାରେ ଚାଲିଗଲା ଜଣେ ଭଉଣୀର ଜୀବନ। ଶେଷରେ ଦେଖିବା ପାଇଁ ଆସି ପାରିଲାନି ଭାଇ। ମୟୂରଭଞ୍ଜ ଜିଲ୍ଲା ପଡୋଶୀଦେବ ବ୍ଲକ କିରିକିଚିଆ ଗ୍ରାମରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା। 
Hb
ସୂଚନା ଅନୁସାରେ ଗ୍ରାମର ଶ୍ରୀକାନ୍ତ ନାୟକଙ୍କ ୨୩ ବର୍ଷୀୟ ଝିଅ ମାମା ନାୟକ ଘର ବାହାର ପିଣ୍ଡାରେ ବିଳମ୍ବିତ ରାତିରେ ନିଦରେ ଶୋଇ ପଡ଼ିଥିବା ସମୟରେ ଏକ ଅଜଣା ସାପ ବେକରେ ଚୋଟ ମାରିଥିଲା। ନିଦରେ ଶୋଇ ପଡ଼ିଥିବା ମାମା ଉଠି ଚିତ୍କାର କରି ଘର ଲୋକଙ୍କୁ ଡାକିବା ସହ ସେ ସେଇଠାରେ ହିଁ ଟଳି ପଡ଼ିଥିଲେ। ଘର ଲୋକେ ଆଉ ବିଳମ୍ବ ନକରି ଡାକ୍ତରଖାନା ନେଇଯାଇଥିଲେ। 
ହେଲେ ଡାକ୍ତର ମାମାଙ୍କୁ ସେହି ଠାରେ ହିଁ ମୃ-ତ ବୋଲି ଘୋଷଣା କରିଥିଲେ। ଏହି ଖବର ପାଇ ଗାଁରେ ଶୋକର ଛାୟା ଖେଳିଯାଇଛି। ଘଟଣାସ୍ଥଳରେ ଉଦଳା ପୋଲିସ ପହଞ୍ଚି ଏକ ଅ-ପ-ମୃ-ତ୍ୟୁ ମାମଲା ରୁଜୁ କରି ମୃ-ତ-ଦେ-ହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ସବୁଠାରୁ ଦୁଃଖର କଥା ହେଉଛି ଭଉଣୀ ମରି ଶୋଇଥିବା ବେଳେ ଭାଇ କିନ୍ତୁ ଶେଷ ଦର୍ଶନ ପାଇଁ ଭଉଣୀ ପାଖରେ ଆସି ପହଞ୍ଚି ପାରିଲାନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.