Movie prime

ସାମ୍ନାକୁ ଆସିଲା ହୃଦୟ ବିଦାରକ ଘଟଣା ଦେଖନ୍ତୁ କଣ ହେଲା ଏମିତି

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିକୁ ଦୀର୍ଘ ୯ ଦିନ ବିତିଗଲାଣି ତଥାପି ବି ଶେଫାଳୀଙ୍କୁ ନ୍ୟାୟ ମିଳି ପାରିନାହିଁ। ସେପଟେ ଝିଅ ମା ଜଣଙ୍କ ଝିଅକୁ ନ୍ୟାୟ ଦେବା ପାଇଁ ଥାନାର ଦ୍ବାରସ୍ଥ ହେଇଛି। ଆଉ ମା ଜଣଙ୍କ ଝିଅର ମୃତ୍ୟୁର କାରଣ ଝିଅର ବାପା ବୋଲି ପୋଲିସ ଆଗରେ ପ୍ରକାଶ କରିଛନ୍ତି। ଏବେ ସୃଷ୍ଟି ଶେଫାଳୀଙ୍କ ସ୍ୱାଇଁଙ୍କ ସନ୍ଦେହ ଜନକ ମୃ-ତ୍ୟୁ ଘଟଣା ନୂଆ ଏକ ମୋଡ ନେଇଛି। ମାଙ୍କ ଅଭିଯୋଗ ଅନୁସାରେ, ବାପା କିଶୋରଙ୍କ ବିରୁଦ୍ଧରେ ହ-ତ୍ୟା ମାମଲା ରୁଜୁ କରିଛି ନାୟାଳି ଥାନା ପୋଲିସ। 
Vg
ଗତ ସେପ୍ଟେମ୍ବର ୧୨ ତାରିଖରେ ସୃଷ୍ଟି ଶେଫାଳୀ ଘରେ ଜୀବନ ହାରିଥିବା ନେଇ ଥାନାରେ ଲିଖିତ ଭାବେ ଜଣାଇଥିଲେ ବାପା କିଶୋର। ହେଲେ ମୃ-ତ ଛାତ୍ରଙ୍କ ମା ସସ୍ମିତା ସ୍ୱାଇଁ ନିଆଳି ଥାନାରେ ଭିନ୍ନ ଏକ ଅଭିଯୋଗ କରିଛନ୍ତି। ସ୍ବାମୀକୁ ଛାଡ଼ି ଦୁଇ ଛୁଆଙ୍କୁ ଧରି ସସ୍ମିତା ବାପ ଘରେ ରହୁଥିବା ବେଳେ ତାଙ୍କ ନଣନ୍ଦ ତଥା ସୃଷ୍ଟିଙ୍କ ପିୟୁସି ପ୍ରଭାତୀ ସ୍ବାଇଁ ଏବଂ ପରିବାରର ଅନ୍ୟ ସଦସ୍ୟ ବିରୁଦ୍ଧରେ ସେ ହ-ତ୍ୟା ଅଭିଯୋଗ ଆଣିଛନ୍ତି। 
Gg
ତେବେ ସୂଚନା ମୁତାବିକ ସସ୍ମିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ନଣନ୍ଦ ମିଶି ଶାରୀରିକ ଓ ମାନସିକ ନି-ର୍ଯା-ତ-ନା ଦେଇ ଆସୁଥିଲେ। ଏନେଇ ଥାନାରେ ସସ୍ମିତା ପୂର୍ବରୁ ଅଭିଯୋଗ ମଧ୍ୟ କରିଥିଲେ। ଦୁଇବର୍ଷ ପୂର୍ବରେ ବିଶିଷ୍ଟ ସମାଜସେବିକା ଋତୁପର୍ଣ୍ଣା ମହାନ୍ତି ସସ୍ମିତାକୁ ଉଦ୍ଧାର କରି ତାଙ୍କ ପାଖରେ ରଖିଥିଲେ। ତେବେ ଏହି ମାମଲାରେ ପୋଲିସ ସସ୍ମିତାଙ୍କ ସ୍ବାମୀ କିଶୋରକୁ ଗିରଫ କରି କୋର୍ଟ ଚାଲାଣ ବି କରିଥିଲା। ହେଲେ ନିକଟରେ ସେ ଜାମିନ ପାଇ ଘରକୁ ଫେରିଛନ୍ତି। 
ଆଉ କିଶୋର ଘରକୁ ଫେରୁ ଫେରୁ ଝିଅର ଏଭଳି ମୃ-ତ୍ୟୁ ଘଟଣା ସମସ୍ତଙ୍କ ସନ୍ଦେହକୁ ବଢାଇ ଦେଇଛି। ସେପଟେ ଘଟଣାକୁ ନେଇ ୮ ରୁ ୯ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଏଯାଏଁ କାହାକୁ ଗିରଫ କରିନି। ଏପରିକି ସସ୍ମିତାଙ୍କ ଅନ୍ୟ ଦୁଇଜଣ ପିଲାଙ୍କୁ ମଧ୍ୟ ସେଠାରୁ ଉଦ୍ଧାର କରାଯାଇନି। ସେହିପରି ଅଭିଯୋଗ କାରିଣୀଙ୍କ ବୟାନ ୧୪୬ ଧାରାରେ ରେକର୍ଡ କରାଯିବାରେ ବିଳମ୍ବକୁ ନେଇ ସମାଜସେବୀଙ୍କ ପକ୍ଷରୁ କ୍ଷମା ପ୍ରକାଶ କରାଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.