Movie prime

ପ୍ରଳୟ ରଚିବ ବାତ୍ୟା ୟାଗି, ସବୁକିଛି ଛିନଛତ୍ର କରିଦେବ, ଆଉ କିଛି ସମୟ ପରେ ଏଇଠି କରିବ ଲ୍ୟାଣ୍ଡଫଲ୍

 
Vv
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବାତ୍ୟା ‘ଆସନା’ ପରେ ଏବେ ଗର୍ଜନ କରି ତୀବ୍ର ଗତିରେ ଅଗ୍ରସର ହେଉଛି ବାତ୍ୟା ୟାଗି। ଏହାକୁ ନେଇ ବର୍ତ୍ତମାନ ଲୋକଙ୍କ ମନରେ ଭୟ ଦେଖାଦେଇଛି। ବିଶେଷ କରି ସମୁଦ୍ରକୂଳିଆ ଲୋକଙ୍କୁ ବାତ୍ୟାର ପରିରାମକୁ ନେଇ ଅଧିକ ଭୟ ସୃଷ୍ଟି ହୋଇଛି। ତେବେ ଏହା ଭିତରେ ଏହି ବାତ୍ୟା ସମ୍ପର୍କରେ ବଡ଼ ଅପଡେଟ୍ ଦେଇଛି ପାଣିପାଗ ବିଭାଗ। ବାତ୍ୟା ‘ୟାଗି’ ବର୍ତ୍ତମାନ ଏକ ସୁପର ଟାଇଫୋନରେ ପରିଣତ ହୋଇଛି। ଖୁବଶୀଘ୍ର ସ୍ଥଳଭାଗରେ ଏହା ପ୍ରଳୟ ରଚିବ ବୋଲି ଆଶଙ୍କା କରାଯାଉଛି।
Vg
ପାଣିପାଗ ବିଭାଗ ଅନୁଯାୟୀ, ବାତ୍ୟା ‘ୟାଗି’ ଆଜି ସ୍ଥଳଭାଗ ଅତିକ୍ରମ କରିବ। ବର୍ତ୍ତମାନ ଏକ ସୁପର ଟାଇଫୋନରେ ପରିଣତ ହୋଇଥିବା ବେଳେ ବାତ୍ୟା ‘ୟାଗି’ ତୀବ୍ର ଗତିରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ୟାଗି ହେଉଛି ଏକ ଜାପାନୀ ନାଁ। ଜାପାନର ଲୋକ କଥା ଅନୁଯାୟୀ ଏହା ଏକ ଜୀବର ନାଁ। ଯାହାର ଅଧାଭାଗ ଛେଳି ଏବଂ ଅଧା ମାଛ ଭଳି ଦେଖିବାକୁ। ତେବେ ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ଛୁଟି ସାଙ୍ଗକୁ ବିମାନ ମଧ୍ୟ ବାତିଲ୍ କରାଯାଇଛି। 
Gf
ସେହିପରି ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ଏପଟେ ପ୍ରଶାସନ ମଧ୍ୟ ବାତ୍ୟା ପାଇଁ ସଜାଗ ଥିବା ବେଳେ ଜୋରଦାର ଚାଲିଛି ପ୍ରସ୍ତୁତି। ତଳିଆ ଅଂଚଳର ଲୋକାମାନଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି। ସୂଚନା ଅନୁସାରେ, ଶୁକ୍ରବାର ହୈନାନର କିଓନଘଇଠାରୁ ଗ୍ୱାଙ୍ଗଡୋଙ୍ଗ ପ୍ରାନ୍ତର ଡିଆନବାଇ ଯାଏଁ ଉପକୂଳିଆ ଅଞ୍ଚଳରେ ଆସିବା ନେଇ ଅନୁମାନ କରାଯାଉଛି। ଚୀନର ଦକ୍ଷିଣ ପ୍ରାନ୍ତ ହୈନାନ୍ ଓ ଗ୍ୱାଙ୍ଗଡୋଙ୍ଗ, ଆସୁଥିବା ଏହି ବାତ୍ୟାରୁ ରକ୍ଷା ପାଇବା ପାଇଁ ଅନେକ ପଦକ୍ଷେପ ନେବା ଆରମ୍ଭ କରିଦେଲେଣି। 
ଚୀନ ପାଣିପାଗ ବିଜ୍ଞାନୀଙ୍କ କହିବା ହିସାବରେ, ଏହା ଶକ୍ତିଶାଳୀ ଝଡର ରୂପ ନେଇସାରିଲାଣି। ୨୦୨୪ ର ବିଶ୍ୱର ଏ ହେଉଛି ଦ୍ୱିତୀୟ ଭୟଙ୍କର ଘୂର୍ଣ୍ଣିଝଡ। ଏହାପ୍ରଭାବରେ ଘଣ୍ଟା ପ୍ରତି ୨୩୦ କି.ମି ବେଗରେ ବହୁଛି ପବନ। ଏହା ଗ୍ୱାଙ୍ଗଡୋଙ୍ଗ ନିକଟରେ ଲ୍ୟାଣ୍ଡଫଲ କରିବା ପରେ ୟାଗି ତ୍ର ଭିୟତନାମା ଆଡକୁ ଅଗ୍ରସର ହେବ। ତେବେ ଆସନ୍ତା କାଲି ସୁଦ୍ଧା ୟାଗି ଉତ୍ତର ଭିଏତନାମାରେ ଦ୍ୱିତୀୟ ଥର ପାଇଁ ଲାଣ୍ଡଫଲ କରିବ ବୋଲି ଆକଳନ କରାଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.