ଆସୁଛି କଳାହାଣ୍ଡିଆ ମେଘ !ବର୍ଷିବ... ହେବ ପ୍ରବଳ ବର୍ଷା ଆଉ ଘଡଘଡି
Oct 4, 2024, 18:34 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିବା ସହ ପାଣିପାଗ ବିଷୟରେ ଆସିଥିବା ଖବର ଜାଣିପାରିବେ । ଏବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହି ଲଘୁଚାପ ଯୋଗୁଁ ଅନେକ କିଛି କ୍ଷୟକ୍ଷତି ହେବ ବୋଲି ସୂଚନା ମିଳିଛି । ଆପଣମାନେ ଏହି ବିଷୟରେ ସଂପୂର୍ଣ୍ଣ ଭାବରେ ବିବରଣୀ ଜାଣିପାରିବେ ।
ଦକ୍ଷିଣ ପୂର୍ବ ବଙ୍ଗଳାଦେଶ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ତେଣୁ ଆସନ୍ତା ୪ ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗରର ସଂଲଗ୍ନ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । କିନ୍ତୁ ଏହା ଅବପାତ ବା ବାତ୍ୟାରେ ପରିଣତ ହେବ ନାହିଁ । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ କହିଛନ୍ତି । ଏନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ମିଳିଥିବା ସୂଚନା ଅନୁସାରେ ଏବେ ପ୍ରଶାନ୍ତ ମହାସାଗରରେ ନ୍ୟୁଟ୍ରାଲ ଏଲ୍ ଲୀନ ସ୍ଥିତି ରହିଛି ।
ଆଉ ଅକ୍ଟୋବର ବା ନଭେମ୍ବର ମାସରେ ଲାରନିନା ସ୍ଥିତି ରହିପାରେ । ଫଳରେ ଉତ୍ତର ଭାରତରେ ତାପମାତ୍ରା ସ୍ଵାଭାବିକ ଠାରୁ କମ୍ ରହିବ ଏବଂ ଅଧିକ ଥଣ୍ଡା ଅନୁଭବ ରହିବ । ୨୦୨୫ ମସିହା ସୁଦ୍ଧା ଅନେକ ସ୍ଥାନରେ ବର୍ଷା ହେବ ବୋଲି ସୂଚନା ମିଳିଥିବା ବେଳେ ଅନେକ କିଛି ଖବର ଆସିଛି । ୨୦୨୫ ମସିହା ସୁଦ୍ଧା ବାଲେଶ୍ଵର ଆଉ ସମ୍ବଲପୁର ଜିଲ୍ଲାରେ ଏହି ଜିନିଷ ଲଗାଯିବ ବୋଲି ସୂଚନା ମିଳିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ଅନେକ କିଛି ପୂର୍ବାନୁମାନ କରିଛି ।
ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିବା ସହିତ କେଉଁ କେଉଁ ଜିଲ୍ଲାରେ ବର୍ଷା ହେବ ଏନେଇ କହିଛି । ବାଲେଶ୍ଵର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ରାୟଗଡ଼ା, ଗଞ୍ଜାମ, ଗଜପତି, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଜକାନଗିରି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆଉ ଆସନ୍ତା କାଲି ମଧ୍ୟ ଅନେକ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।