ଏସିଏଫ ମୃ-ତ୍ୟୁ ମାମଲା, ଗଜପରି ଏସପି କ୍ଳିନଚିଟ ଦେଲେ ଡିଏଫଓ, ରୋଷେୟା ଓ ଓଆଇସିଙ୍କୁ 

ପାରଳାଖେମୁଣ୍ଡି:- ଏସିଏଫ ସୌମ୍ଯରଞ୍ଜନ ମହାପାତ୍ରଙ୍କ ମୃତ୍ୟୁରେ ଅନେକ ରହସ୍ୟ ରହିଛି। ବର୍ତ୍ତମାନ ପର୍ଯ୍ଯନ୍ତ ଏହି ମାମଲାର ତଦନ୍ତ ଠିକ ଭାବରେ ସରିନାହିଁ। ବର୍ତ୍ତମାନ ପର୍ଯ୍ଯନ୍ତ ଜଣା ପଡିଲା ନାହିଁ କିପରି ଭାବରେ ସୌମ୍ଯରଞ୍ଜନଙ୍କର ମୃ-ତ୍ୟୁ ହେଲା, ଏହି ରହସ୍ୟ ବର୍ତ୍ତମାନ ପର୍ଯ୍ଯନ୍ତ ଜଣାପଡ଼ିପାରିଲା ନାହିଁ।

ନିକଟରେ ଗଜପତି ଏସପି ଡିଏଫଓ ଓ ଓଆଇସି ଓ ରୋଷେୟାଙ୍କୁ କ୍ଳିନ ଚିଟ ଦେଇଥିଲେ। ପରିବାର ଲୋକ ଯାହାଙ୍କ ଉପରେ ସନ୍ଦେହ କରିଥିଲେ ତାଙ୍କୁ ପୋଲିସ କ୍ଳିନ ଚିଟ ଦେଇଦେଲା। ଡିଏଫଓଙ୍କର ଶିଡାର ଚେକ କରଯାଇଥିଲା ସେଥିରେ ମଧ୍ୟ ରିପୋର୍ଟ ଠିକଠାକ ଥିଲା।

ଗଜପତି ଏସପି କହିଛନ୍ତିକି ସୌମ୍ୟରଞ୍ଜନ ଓ ବିଦ୍ୟାଭାରତୀଙ୍କ ମଧ୍ୟରେ ପାରିବାରିକ ଅଶାନ୍ତି ଥିଲା। ସୌମ୍ଯରଞ୍ଜନଙ୍କର ମୃ-ତ୍ୟୁ ସ୍ଵାଭାବିକ ନା ହ-ତ୍ୟା କରାଯାଇଛି, ବର୍ତ୍ତମାନ ଜଣାପଡ଼ିପାରିଲା ନାହିଁ।

ସୌମ୍ୟରଞ୍ଜନଙ୍କ ପରିବାର ଲୋକ କହିଛନ୍ତିକି ତାଙ୍କୁ ସଠିକ ଭାବରେ ନ୍ୟାୟ ମିଳିନାହିଁ। ସେଥିପାଇଁ ମାମଲାର ବର୍ତ୍ତମାନ ମଧ୍ୟ ତଦନ୍ତ ଜାରି ରହିଛି। ବିଦ୍ୟାଭାରତୀ ପ୍ରଶିକ୍ଷଣ ନେଉଥିବା ବଲାଙ୍ଗିରର ଏଲଆଇ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌କୁ ଯାଇ ବିଦ୍ୟାଭାରତୀ ଦେଇଥିବା ପାର୍ଟି ସମ୍ପର୍କରେ ବର୍ତ୍ତମାନ ପାରଳାଖେମୁଣ୍ଡି ପୋଲିସ ଖୋଳତାଡ଼ କରିବାକୁ ବଲାଙ୍ଗିରରେ ପହଞ୍ଚିଛି। ଆବଶ୍ୟକ ହେଲେ ପୁଣି ଆଉଠାରେ ବିଦ୍ୟାଭାରତୀଙ୍କୁ ପଚରାଉଚରା କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି।

ସୋମ୍ୟରଞ୍ଜନଙ୍କ ଭାଇ କହିଲେକି ସେ କଣ ଚାପରେ ରୁହେ ମୋତେ କହିଛି। କିନ୍ତୁ ପାରିବାରିକ ଚାପ ବିଷୟରେ କେବେ କିଛି କହି ନାହିଁ। ତାହା ବର୍ତ୍ତମାନ ଧୀରେ ଧୀରେ ଜଣାପଡୁଛି। ତାର ମୃ-ତ୍ୟୁ କିପରି ହେଲା ଏହାର ତଦନ୍ତ ପୋଲିସ ଭଲ ଭାବରେ କରିଲେ ଜଣାପଡିଯିବ।

Leave a Reply

Your email address will not be published. Required fields are marked *