ଅଧା ଗିଳି ଦେଇଥିଲା କୁମ୍ଭୀର ମୁହଁକୁ ଗୋଇଠା ମାରି ଖସି ଆସିଲେ ଯୁବକ
Dec 5, 2024, 11:30 IST
ଜଣେ ସାହାସୀ ଯୁବକ ଯିଏକି ମୃ-ତ୍ୟୁ ସହ ଲଢେଇ କରି ନିଜ ଜୀବନକୁ ବଞ୍ଚେଇ ପାରିଛନ୍ତି। ଯେଉଁଠି କୁମ୍ଭୀରର ନାଁ ଶୁଣିବା ମାତ୍ରେ ଦେହ ଥରି ଉଠି ଥାଏ ଆଜି ସେହି କୁମ୍ଭୀର କୁ ସେ ଏକାକୀ ସାମ୍ନା କରିଛନ୍ତି। ମଣିଷ ଖିଆ କୁମ୍ଭୀର ସହ ଲଢେ଼ଇ କରିଛନ୍ତି ସେ ପୁଣି ଏଭଳି ଅବସ୍ଥାରେ ଯେଉଁଠି କୁମ୍ଭୀର ତାଙ୍କୁ ଅଧା ଗିଳି ଦେଇଥିଲା। ମଣିଷ ଦେହର ବାସ୍ନା ପାଇଁ କୁମ୍ଭୀର ତାଙ୍କୁ ଗଭୀର ପାଣି ଭିତରକୁ ଘୋଷାଡି ଘୋଷାଡି ନେଇ ଯାଉଥିଲା।
ଦେହ ସାରା ତାଙ୍କର ଅସହାୟ ଯନ୍ତ୍ରଣା ହେଉଥିବା ବେଳେ ବୋହି ଯାଉଥିଲା ତାଙ୍କର ଧାର ଧାର ହୋଇ ରକ୍ତ। ମଝିରେ ମଝିରେ ତାଙ୍କୁ ଝୁଣି ପକାଉ ଥାଏ କୁମ୍ଭୀର। ତଥାପି ମଧ୍ୟ ସେ ଆଦୌ ହାର ମାନି ନଥିଲେ ସେ ସେହି ହିଂସ୍ର କୁମ୍ଭୀର ସହ କରିଥିଲେ ଜୋରଦାର ଲଢେଇ। ଦୀର୍ଘ ସମୟ ଧରି ତାଙ୍କର ସେହି କୁମ୍ଭୀର ସହ ଚାଲିଥିଲା ସଂଘର୍ଷ। ମୁହଁ କୁ ମୁହଁ କୁ ମୁଖା ମାରିବା ସହ ତାହା କବଳରୁ ଖସି ପଳେଇ ଆସିବା କୁ ଚେଷ୍ଟା କରୁ ଥାଆନ୍ତି ଯୁବକ।
ତଥାପି ତାଙ୍କୁ ସେହି କୁମ୍ଭୀର ଛାଡୁ ନଥିଲା। ଶେଷରେ ନିଜର ଉପସ୍ଥିତ ବୁଦ୍ଧି ଖଟାଇଥିଲେ ଏହି ଯୁବକ ଜଣକ। କୁମ୍ଭୀର ମୁହଁ କୁ ଜୋରେ ଗୋଟେ ଗୋଇଠା ମାରି ସେଠାରୁ ଖସି ଆସିଥିଲେ। ପାଟି ଶୁଣି ଲୋକମାନେ ଘେରି ଯାଇ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ଆଉ ଯେତେ ଚେଷ୍ଟା କରିଲେ ମଧ୍ୟ କୁମ୍ଭୀର ତାଙ୍କୁ ଧରି ପାରି ନଥିଲା। ମାଡ଼ ଖାଇ ସେ ପାଣି ଭିତରକୁ ଛାନିଆରେ ପଳେଇ ଯାଇଥିଲା। ସେ ସମୟ କେତେ ଯେ ଭୟଙ୍କର ଥିବ ତାହା ଆପଣ ମାନେ ଜାଣି ପାରୁ ଥିବେ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲାରେ। କୁମ୍ଭୀର କବଳରୁ ଜୀବନ ବଞ୍ଚେଇ ଫେରିଥିବା ଯୁବକ ଜଣକ ନାମ ହେଉଛି ତୁଷାର ମଣ୍ଡଳ। ଯିଏକି କୁମ୍ଭୀର ଆକ୍ରମଣରେ ଗୁରୁତର ହୋଇ ଯାଇଛନ୍ତି। ତୁଷାର ଧାନ କାଟିବାକୁ ଯାଇଥିବା ବେଳେ ବାଟରେ ରାମଚଣ୍ଡୀ ନଦୀ କୂଳରେ ଶୌଚ ହେବାକୁ ଯାଇଥିଲେ ଆଉ ସେଠାରେ ହିଁ ତାଙ୍କୁ କୁମ୍ଭୀର ଆକ୍ରମଣ କରିଥିଲା। ଆଉ ସେଠାରୁ ସେ ବହୁତ୍ କଷ୍ଟରେ ଖସି ଆସିଥିଲେ।