Movie prime

ଏମିତି କରିଦେଲେ କଟିବନି ରାସନ୍ କାର୍ଡ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

 
Vh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଘରେ ବସି ଚାଉଳ ପାଇପାରିବେ ରାସନ କାର୍ଡ ହିତାଧିକାରୀ। ଯେଉଁମାନେ ପଞ୍ଚାୟତ ଅଫିସ ଆସିପାରୁନାହାନ୍ତି ସେମାନଙ୍କ ଘରେ ଚାଉଳ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର। ସେହିଭଳି ଯେଉଁ ମାନଙ୍କ ବୟସାଧିକ କାରଣ ଯୋଗୁଁ ଟିପ ଚି଼ହ୍ନ କାମ କରୁନାହିଁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆପ ଆଣିବେ ସରକାର। ଗୃହରେ ଉତ୍ତର ରଖିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। 
Bb
ସୂଚନାଯୋଗ୍ୟ, ସରକାର ଏବେ ଆଧାରଭିତ୍ତିକ ଇ-କେୱାଇସି ଲାଗୁ କରିଛନ୍ତି। ଯାହାଫଳରେ ଅଯୋଗ୍ୟ ହିତାଧୀକାରୀଙ୍କ ନାଁ ଆପେ ଆପେ ବାଦ ପଡ଼ିଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେହିପରି ଯେଉଁ ପରିବାରରେ ବାପ ପୁଅ ଅଲଗା ଅଲଗା ରହୁଥିବେ, ଉଭୟଙ୍କୁ ରାସନ କାର୍ଡ ଦେବାକୁ ବ୍ୟବସ୍ଥା କରାଯିବ। ମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି, ରାଜ୍ୟରେ ୧୬ ଲକ୍ଷ ୨୭ ହଜାର ୯୩୨ ଭୂତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। 
Hh
ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ୧୯ ହଜାର ୮୩୬ ଜଣ ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି। ବିଭିନ୍ନ କାରଣରୁ ବାଦ୍ ପଡ଼ିଥିବା ଲୋକେ ଏବେ ଆବେଦନ କରିପାରିବେ। ମରି ଯାଇଥିବା ଲୋକଙ୍କ ନାଁ କଟାଯାଇ ନୂଆ ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି। ଗୃହରେ ଆଜି ନୂଆ ରାସନ କାର୍ଡ ଆବେଦନରେ ସମସ୍ଯା ପ୍ରସଙ୍ଗ ଉଠାଇଥିଲେ ଫୁଲବାଣୀର ବିଧାୟକ ଉମା ମଲ୍ଲିକ ଓ କଟକ ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ। 
ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧୦ ଲକ୍ଷ ୨ ହଜାର ୧୪୪ ଜଣ ହିତାଧିକାରୀ ରାସନ ପାଉଛନ୍ତି। ଆବେଦନ ପାଇଁ ୱେବସାଇଟ ଖୋଲୁନଥିବା ସେମାନେ ଅଭିଯୋଗ କରିଥିଲେ। ୨୪ ଘଣ୍ଟା ୱେବସାଇଟ୍ ଖୋଲିବାକୁ ଓ ବିପିଏଲଙ୍କୁ ଚିହ୍ନଟ କରି ରାସନ ଦେବାକୁ ଦାବି କରିଥିଲେ ବିଧାୟକ। ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି, ଏପରି ଅବ୍ଯବସ୍ଥା ଥିଲେ, ଅଧିକାରୀଙ୍କ ଜରିଆରେ ସମାଧାନ କରାଯିବ। ବିଧାନସଭାରେ ଏହା କହିଛନ୍ତି ଖାଦ୍ଯ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.