ଏମିତି କରନ୍ତୁ ଛତୁ ଚାଷ ଆଉ ହୁଅନ୍ତୁ ମାଲାମାଲ ଅଳ୍ପ ସମୟରେ ବେଶୀ ଲାଭ ଦେଖନ୍ତୁ କେମିତି

 
ଆପଣମାନେ ଜାଣିଥିବେ ଛତୁ ଚାଷ ଏକ ଲାଭଦାୟକ ଚାଷ ଅଟେ।ଏଥିରେ ଆପଣମାନେ ଅଳ୍ପ ଇନଭେଷ୍ଟମେଣ୍ଟ ଓ ଅଳ୍ପ ସମୟ ମଧ୍ୟରେ ଦୁଇ ଗୁଣ ଉପକାରିତା ପାଇପାରିବେ।ଆପଣମାନେ ୧ ହଜାର ଟଙ୍କା ଭିତରେ ଇନଭେଷ୍ଟମେଣ୍ଟ କରିପାରିବେ।ଆବଶ୍ୟକୀୟ ଜିନିଷ ହେଉଛି ନଡ଼ା ବା କୁଟା ଆଉ ଛଣ।ପ୍ରଥମେ ଛଣ କୁ ଭଲ ଭାବରେ ସାଇଜ଼ କରି ବିଡା କରି ଦେବେ।ଏହାପରେ ହାତେ ମାପି ତାକୁ କାଟି ଦେବେ।
ଦ୍ଵିତୀୟ ରେ ହେଉଛି ମଞ୍ଜି।ମଞ୍ଜି ଏକ ବୋତଲ ରେ ଆସିଥାଏ ଯାହାର ଦାମ୍ ୨୦ ଟଙ୍କା।ତୃତୀୟ ରେ ବେସନ ଆବଶ୍ୟକ ହେବ। ବେସନ ଆପଣମାନେ ଡାଇରେକ୍ଟ ବଜାର ରୁ କିଣି ପାରିବେ ନଚେତ ଶୋଲା ବୁଟ କୁ ଗ୍ରାଇଣ୍ଡିଙ୍ଗ କରି ବ୍ୟବହାର କରିପାରିବେ।ଯେଉଁ ଜାଗାରେ ଆପଣମାନେ ଚାଷ କରିବେ ସେ ଝାଟି ମାରି ଘର ହୋଇଥିଲେ ମଧ୍ୟ ଚଳିବ ନଚେତ୍ ପଲିଥିନ୍ ଟାଣି ଚାଷ କରିପାରିବେ।ଏପରି କରିଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ।
ବ୍ଲିଚିଂ ପାଉଡର ବ୍ୟବହାର କରିବେ।ଏହାପରେ ବାଉଁଶ ଓ ଇଟା ବ୍ୟବହାର କରିବେ।ଏତିକି ଜିନିଷ ବ୍ୟବହାର କରିଲେ ଛତୁ ଚାଷ ହୋଇ ପାରିବ। ନଡ଼ା କୁ ଭିଜାଇବେ।ସିମେଣ୍ଟ ସାହାର୍ଯ୍ୟ ରେ ନନ୍ଦ ତିଆରି କରିବେ। ଏହାପରେ ପାଣିରେ ଚୂନ ଭଲରେ ମିଳାଇ ଦେବେ।ନଡ଼ା କୁ ୬ ଘଣ୍ଟା ଭିଯାଇ ରଖିବେ।ତାପରେ ଏକ ଉଚ୍ଚ ସ୍ଥାନରେ ରଖି ଦେବେ।ଏହାପରେ ମଞ୍ଜି କୁ ଭାଙ୍ଗି ଦେଇ ଶୁଖି ଯାଇଥିବା ନଡ଼ା ଉପରେ ରଖିବେ।
ମଞ୍ଜି ଦେବା ପରେ ସେଥିରେ ବେସନ ଦେବା ପରେ ୧୨ ଦିନ ପାଇଁ ଜରି ରେ କଭର କରିଦେବେ।୧୨ ଦିନ ପରେ ଖୋଲିଲେ ତିନି ଦିନ ଧରି ଛତୁ ଫୁଟିବ। ବର୍ତ୍ତମାନ ଛତୁ ର ଏହି ପ୍ରଣାଳୀ କୁ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଛି।ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।