ବ୍ୟକ୍ତିଗତ ଭିଡିଓ ଭାଇରାଲ ହେଲେ କଣ କରିବେ ଜାଣନ୍ତୁ ଏହି ବିଶେଷ କଥା

 
ଦେଶରେ ଅନେକ ସମୟରେ ଏମ୍ ଏମ୍ ଏସ ଲିକ୍ ଘଟଣା ସାମ୍ନାକୁ ଆସୁଛି।ଚଣ୍ଡୀଗଡ଼ ବିଶ୍ବ ବିଦ୍ୟାଳୟ ଭିଡିଓ ଭାଇରାଲ ହେବା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।ଛାତ୍ରୀ ମାନଙ୍କୁ ବିଦେଶୀ ନମ୍ବର ରୁ ଧମକ ପୂର୍ଣ୍ଣ ଫୋନ କଲ୍ ଆସୁଛି।କିଛି କହିଲେ ଭିଡିଓ ର ଭାଇରାଲ କରିବେ ବୋଲି ଧମକ ମିଳୁଛି।ପୋଲିସ ଏବଂ ମିଡ଼ିଆ ସାମ୍ନାକୁ ଛାତ୍ରୀ ମାନେ ଆସୁ ନାହାନ୍ତି। ଲଜ୍ୟା ନୁହେଁ ଏବେ ସାହସ ଦେଖାଇବାର ସମୟ।
ବିଶେଷଜ୍ଞ ମାନେ ମତ ରଖିଛନ୍ତି ଯେ ଏମ୍ ଏମ୍ ଏସ ଲିକ୍ କୁ ସାମ୍ନା କରନ୍ତୁ।ପୀଡ଼ିତା ଙ୍କୁ ପ୍ରଥମେ ସାହସୀ ଦେବା ଦରକାର ବୋଲି ବିଶେଷଜ୍ଞ କହିଛନ୍ତି। ସ୍ପେସାଲ୍ କ୍ୟାରେକ୍ଟର ରେ ନିଜର ପାସୱାର୍ଡ କୁ ମଜବୁତ୍ କରନ୍ତୁ।ଭିଡିଓ ବା ଫଟୋ ଲିକ୍ ହେଲେ ତୁରନ୍ତ ସାଇବର ଥାନାରେ ରିପୋର୍ଟ କରନ୍ତୁ।ବ୍ୟକ୍ତିଗତ ଭିଡ଼ିଓ ଯଦି ଲିକ୍ ହେଉଛି ତାହେଲେ ଯଥାଶୀଘ୍ର ରିପୋର୍ଟ କରନ୍ତୁ।ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି।
ଯେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି ବା ଯେଉଁ ମାନଙ୍କର ଭିଡିଓ ଆଉ ଫଟୋ ଭାଇ ରାଲ ହେଉଛି ସେମାନେ କ୍ୟାମେରା ସାମ୍ନାକୁ ଆସି ସବୁ ସତ କଥା କହିବା କଥା କିନ୍ତୁ ଛାତ୍ରୀମାନେ ଚୁପ୍ ରହୁଛନ୍ତି। ଯଦି ଏହି ଘଟଣାକୁ ସାମ୍ନା କରାଯାଏ ତାହେଲେ ସଂପର୍କୀୟ ଙ୍କ ମତାମତ ନେବା ଆବଶ୍ୟକ ହୋଇଥାଏ। ଯଦି ଫଟୋ ଏବଂ ଭିଡିଓ ଲିକ୍ ହୁଏ ପ୍ରଥମ କଥା ପୋଲିସ ଙ୍କୁ ନିହାତି ଭାବରେ ଜଣେଇବା ଉଚିତ ହୋଇଥାଏ।
ସିଷ୍ଟମ୍ ଆଉ ଫୋନ ରେ ପାସୱାର୍ଡ ବ୍ୟବହାର କରନ୍ତୁ।ଏବଂ ପୋଲିସ ଙ୍କ ସହାୟତା ରେ ଆଗକୁ ବଢନ୍ତୁ।ଯଦି ଏପରି କିଛି ଘଟୁଛି ତାହେଲେ ଲାଜ ନକରି ବାହାରକୁ ଆସିବେ ସମାଜରେ କୌଣସି କଥାକୁ ଚିନ୍ତା ନକରି ପୋଲିସ ଙ୍କୁ କହିବା ଉଚିତ ହୋଇଥାଏ।ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।