ଆଜିର ରାଶିଫଳ ତା ୧୨/୦୧/୨୦୨୩ ଗୁରୁବାର , ଦେଖନ୍ତୁ କିପରି କରିବେ ପାରିବାରିକ ଅଶାନ୍ତି ର ପ୍ରତିକାର

 
ଆଜି ହେଉଛି ୧୨ ଜାନୁଆରୀ।ଗୁରୁବାର।୨୦୨୩।ପଞ୍ଚମ ତିଥି ସୂର୍ଯ୍ୟୋଦୟ ପରଠାରୁ ଅପରାହ୍ନ ୪ ଘଣ୍ଟା ୫୧ ମିନିଟ୍ ପର୍ଯ୍ୟନ୍ତ ରହିବେ।ଆପଣମାନେ ନିମ୍ବ କୁ ଖାଦ୍ୟ ହିସାବରେ ଗ୍ରହଣ କରନ୍ତୁ ନାହିଁ।ଦିନଟି କିପରି ବିତିବ ମେଷ ଠାରୁ ମୀନ ପର୍ଯ୍ୟନ୍ତ ୧୨ ଗୋଟି ରାଶିର ଫଳ ସମ୍ପର୍କ ରେ ଜାଣନ୍ତୁ।
ମେଷ:-
ଅନୁକୂଳ ରହିଛି।ଆର୍ଥିକ ସ୍ଥିତି ରେ ସୁଧାର ଆସିବ।ପୂର୍ବରୁ ଆର୍ଥିକ ସମସ୍ୟା ଥିଲେ ତାହା ଦୂରୀଭୂତ ହେବ।ପାରିବାରିକ ଜୀବନ ସୁଖମୟ ହେବ।ଯାହା ଅସୁବିଧା ରହିଥିବ ତାହା ଦୂରୀଭୂତ ହୋଇଯିବ।ସ୍ଵାସ୍ଥ୍ୟଗତ ସମସ୍ୟା ଥିଲେ ତାହାର ସମାଧାନ ପାଇବେ।
ବୃଷ:-
ମଧ୍ୟମ ଫଳପ୍ରଦ ରହିବ।ଆଣ୍ଠୁ ଗଣ୍ଠି ରେ ସମସ୍ୟା, ଅଣ୍ଟା ବା ମେରୁଦଣ୍ଡ ରେ ସମସ୍ୟା,ତଳ ପାଦରେ ଯନ୍ତ୍ରଣା,ପ୍ରାୟ ସମୟରେ ମୁଣ୍ଡ ବିନ୍ଧିବା ସମସ୍ୟା ଦେଖା ଦେଇପାରେ।ସ୍ବାସ୍ଥ୍ୟ ର ଯତ୍ନ ନେବା ନିହାତି ଆବଶ୍ୟକ।ଠିକ୍ ସମୟରେ ଖିଆପିଆ କରନ୍ତୁ।କର୍ମର ଚାପ ବଢ଼ି ଯାଇପାରେ।
ମିଥୁନ:-
ବନ୍ଧୁ ବାନ୍ଧବ ଙ୍କ ଗହଣରେ ସମୟ ଅତିବାହିତ କରିବେ।ଦୂର ଯାତ୍ରା କରିବେ।ସ୍ଵାସ୍ଥ୍ୟଗତ ସମସ୍ୟା କିଛି ରହିଥିଲେ ତାହା ଦୂରୀଭୂତ ହେବ।ନୂତନ କାର୍ଯ୍ୟ ଆରମ୍ଭ କରିଲେ ସେଥିରେ ସଫଳତା ହାସଲ କରିବେ।କିନ୍ତୁ ଦାମ୍ପତ୍ୟ ଜୀବନରେ ସାଧାରଣ କଥାକୁ ନେଇ ମାନ ଅଭିମାନ ବା ତର୍କ ବିତର୍କ ବଢ଼ି ଯାଇପାରେ।
କର୍କଟ:-
ବର୍ତମାନ ଯେଉଁ କାମ କରୁଛନ୍ତି ସେଥିପାଇଁ ଚିନ୍ତିତ ରହିବେ।କର୍ମ କ୍ଷେତ୍ରରେ କିଛି ସମସ୍ୟା ଦେଖା ଦେଇପାରେ।ସନ୍ତାନ ମାନଙ୍କର କାର୍ଯ୍ୟ କଳାପ କୁ ଦେଖି ମନ ବିଚଳିତ ହୋଇପାରେ।ପାରିବାରିକ ଜୀବନ ସୁଖମୟ ରହିବ।କୌଣସି ଦ୍ରବ୍ୟ ହଜାଇ ଥିଲେ ତାର ସନ୍ଧାନ ପାଇବେ।
ସିଂହ:-
ଅଧିକ ପରିଶ୍ରମ କରିବେ।ପରିଶ୍ରମ ପ୍ରତି କିନ୍ତୁ ବିମୁଖ ହେବେ ନାହିଁ।ପରିଶ୍ରମ କରି ସଫଳତା ହାସଲ କରିବେ।ବ୍ୟବସାୟ ରେ ବ୍ୟବସାୟୀ ମାନେ ଭଲ ରୋଜଗାର କରିପାରିବେ।ସନ୍ତାନ ମାନଙ୍କର ଉନ୍ନତି ରେ ଖୁସି ହେବେ।ଶୁଭ ରଙ୍ଗ ହେଉଛି ଲାଲ୍,ହଳଦିଆ,ସୁନେଲି ଏବଂ ଖଇର।
କନ୍ୟା:-
ସ୍ଵାସ୍ଥ୍ୟଗତ ସମସ୍ୟା କୁ ନେଇ ସାମାନ୍ୟ ଚିନ୍ତାରେ ରହିବେ। ମା ଙ୍କ ର କିମ୍ବା ସ୍ତ୍ରୀ ଙ୍କ ର ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ।ଗାଡ଼ି ମଟର ପ୍ରତି ସତର୍କ ରୁହନ୍ତୁ।ଦୁର୍ଘଟଣା ହେବାର ସମ୍ଭାବନା ରହିଛି।ଅଚାନକ ଭାବରେ ସ୍କିଁନ୍ ରିଲେ ଟେଡ୍ କିଛି ସମସ୍ୟା ମଧ୍ୟ ଦେଖା ଦେଇପାରେ।ମା ଦୁର୍ଗା ଙ୍କୁ ଦର୍ଶନ କରନ୍ତୁ।ଯାହାବି ଅସୁବିଧା ରହିଛି ତାହା ଦୂରୀଭୂତ ହେବ 
ତୁଳା:-
ଭ୍ରମଣ ପ୍ରିୟ ହେବେ।ଆଶାବାଦୀ ହେବେ।ପାରିବାରିକ ଜୀବନରେ ସ୍ନେହ, ଶ୍ରଦ୍ଧା ରହିବ।ଅନ୍ୟ ମାନଙ୍କ ଠାରୁ ସାହାର୍ଯ୍ୟ ସହଯୋଗ ପାଇବେ।ଅନ୍ୟ ମାନଙ୍କ ସହିତ ଝଗଡ଼ା କରନ୍ତୁ ନାହିଁ।ଭାବିଚିନ୍ତି ବୁଝି ବିଚାରି ସବୁ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ।ଭଗବାନ ଶିବ ଙ୍କୁ ଦର୍ଶନ କରନ୍ତୁ।
ବିଛା:-
ଭାବିଚିନ୍ତି ବୁଝି ବିଚାରି ସବୁ କାର୍ଯ୍ୟ କରିଲେ ନିଶ୍ଚୟ ଭାବରେ ସଫଳତା ହାସଲ କରିବେ।ଉଚ୍ଚ ପଦାଧିକାରୀ ସାହାର୍ଯ୍ୟ ସହଯୋଗ କରିବେ।ପ୍ରଶଂସା ମଧ୍ୟ କରିବେ।ଯେଉଁମାନେ କଳା, ସାହିତ୍ୟ, ସଙ୍ଗୀତ, ନୃତ୍ୟ ବା ସାମ୍ବାଦିକ ରେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପାଇଁ ଭଲ ରହିବ 
ଧନୁ:-
ଅତ୍ୟନ୍ତ ଶୁଭ ପ୍ରଦ ରହିବ।କର୍ମ କ୍ଷେତ୍ରରେ ଥିବା ସମସ୍ତ ବାଧା ବିଘ୍ନ ଦୂରୀଭୂତ ହୋଇଯିବ।ପରିଶ୍ରମୀ ହେବେ।ପାରିବାରିକ ଜୀବନ ସୁଖମୟ ହେବ।ସାମାଜିକ କ୍ଷେତ୍ରରେ,ଆନୁଷ୍ଠାନିକ କ୍ଷେତ୍ରରେ ଯୋଗଦାନ ରହିବ। ଦୂର ସମ୍ପର୍କୀୟ ଙ୍କୁ ଭେଟିବେ।
ମକର:-
ସାଧାରଣ କଥାକୁ ନେଇ ବିଚଳିତ ରହିବେ।ଆନ୍ତରିକତା କଥାକୁ ଅନ୍ୟ ମାନଙ୍କୁ କହିବା ପାଇଁ ସଙ୍କୋଚ କରିବେ।ଘରର କିଛି ସଦସ୍ୟ ଙ୍କ ଦ୍ଵାରା ସାମାନ୍ୟ ଚିନ୍ତିତ ରହି ପାରନ୍ତି। ଦୂର ଯାତ୍ରା କରିବାର ଯୋଗ ରହିଛି।
କୁମ୍ଭ:-
ପାର୍ଟନର ସିପ ରେ କୌଣସି ବ୍ୟବସାୟୀ କରୁଥିଲେ ଧୋକା ବା ବିଶ୍ୱାସ ଘାତକ ତାର ସମ୍ମୁଖୀନ ହେବାକୁ ପଡିବ।ତେଣୁ ସତର୍କ ହୋଇ ରୁହନ୍ତୁ।ବ୍ୟବସାୟୀ ମାନେ ବ୍ୟବସାୟ ରେ କ୍ଷତି ପାଇବେ। କର୍ମ କ୍ଷେତ୍ରରେ ଚାପ ଅନୁଭବ କରିବେ।ପାରିବାରିକ ଜୀବନରେ ଅଶାନ୍ତି ଦେଖା ଦେବ।
ମୀନ:-
ପାରିବାରିକ ଜୀବନ ସୁଖମୟ ହେବ।କର୍ମ କ୍ଷେତ୍ରରେ ଲାଭବାନ ହେବେ।ଉଚ୍ଚ ପଦାଧିକାରୀ ଙ୍କ ପାଖରୁ ପ୍ରଶଂସା ପାଇବେ।ବ୍ୟବସାୟୀ ମାନେ ବ୍ୟବସାୟ ରେ ସଫଳତା ପାଇବେ।ନୂତନ କାର୍ଯ୍ୟ କୁ ଗ୍ରହଣ କରିଲେ ନିଶ୍ଚିନ୍ତ ଭାବରେ ସଫଳ ମିଳିବ।