ଏହି ହେଉଛି ସେହିସ୍ଥାନ ଯେଉଁଠାରେ ମା ସୀତାଙ୍କ ହୋଇଥିଲା ପାତାଳ ପ୍ରବେଶ ଦେଖନ୍ତୁ କେଉଁଠି ଏ ସ୍ଥାନ

 
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ଅଞ୍ଚଳର ଖବର ପାଇପାରିବେ । ଆପଣମାନେ ସମସ୍ତେ ରାମାୟଣ ବିଷୟରେ ଅନେକ କଥା ଜାଣିପାରୁଥିବେ । ରାମାୟଣର ବାଲ୍ମୀକି ଆଶ୍ରମ ଏବେବି ପୃଥିବୀରେ ଅଛି ।
ଏହିଥିରେ ମାତା ସୀତା ପାତାଳଗାମୀ ହୋଇଥିଲେ । ଆଜିବି ସେହି ସ୍ଥାନ ରାମାୟଣର ଐତିହାସିକତାର ପ୍ରମାଣ ଦେଉଛି । ଏହି କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ଅଟେ । 
ବହୁତ ଦିନ ଧରି ଭାରତର କୌଣସି ଏକ ସ୍ଥାନରେ ବାଲ୍ମୀକି ଆଶ୍ରମ ଥିବାର ଦାବି କରାଯାଇ ଆସୁଛି । ବିହାର ରାଜ୍ୟର ବାଲ୍ମୀକି ନଗର ଠାରୁ କିଛି ଦୂରରେ ରହିଛି ତ୍ରେତୟା ଯୁଗର ରାମାୟଣର ପ୍ରମାଣ । ତ୍ରେତୟା ଯୁଗର ଏହି ଆଶ୍ରମ ନେପାଳର ଚିତବନରେ ଅଛି ।
ଏହି ଆଶ୍ରମ ସତ ବୋଲି ଏଥିପାଇଁ କୁହାଯାଉଛି କି ରାମାୟଣର ଭୌଗଳିକ ସ୍ଥିତି ଯାହା ବର୍ଣ୍ଣନା କରାଯାଇଛି ତାହା ଏହି ସ୍ଥାନରେ ଦେଖିବାକୁ ମିଳିଛି । ଏହି ଆଶ୍ରମ ମିଥିଳା ଆଉ ଜନ୍ମପୁର ନିକଟତର ଅଟେ । 
ଏହି ସ୍ଥାନରେ ଏଭଳି କିଛି ଅଛି ଯେଉଁଥିରୁ ବିଶ୍ବାସ କରାଯାଏ କି ମାତା ସୀତା ଏହି ସ୍ଥାନରେ ଜନ୍ମଗ୍ରହଣ କରିଥିଲେ । ସେହି ସ୍ଥାନ ମଧ୍ୟ ଏଠାରେ ରହିଛି । ରାମାୟଣରେ ଶୁନ ଗଙ୍ଗା, ଶ୍ୱେତ ଗଙ୍ଗା, ଏବଂ
କାଳୀଭଦ୍ରା ଏହି ତିନୋଟି ନଦୀର ସଂଗମରେ ବାଲ୍ମୀକି ଆଶ୍ରମ ଅବସ୍ଥିତ ବୋଲି ବର୍ଣ୍ଣନା କରାଯାଇଛି । ଆଉ ଆଜିବି ଏହି ତିନୋଟି ନଦୀର ସଙ୍ଗମ ଏହି ଆଶ୍ରମ ନିକଟରେ ଦେଖିବାକୁ ମିଳିଥାଏ । ଏହି ଆଶ୍ରମରେ ଆହୁରି ଅନେକ ପ୍ରମାଣ ରହିଛି ଯାହା ରାମାୟଣ ସହ ଜଡ଼ିତ ଅଟେ । 
ଏଠାରେ ବାଲ୍ମୀକି ଆଶ୍ରମ ଠାରୁ ଆରମ୍ଭ କରି ସୀତା ମାତାଙ୍କ ସହିତ ଜଡିତ ଅନେକ ପ୍ରମାଣ ଅଛି । ସୀତା ମାତା ଯାହା ସବୁ ଜିନିଷ ବ୍ୟବହାର କରୁଥିଲେ ସେହି ସବୁ ବିଷୟରେ ଏହି ଭିଡିଓ ମାଧ୍ୟମରେ ପ୍ରମାଣ ଆପଣମାନେ ଦେଖିପାରିବେ । ନେପାଳର ଚିତବନ୍ ଜଙ୍ଗଲରେ ଲବ କୁଶଙ୍କ ଜନ୍ମ ସ୍ଥାନ ମଧ୍ୟ ଦେଖିବାକୁ ମିଳିଛି ।
ବାଲ୍ମିକୀ ଯେଉଁ ସ୍ଥାନରେ ବସି ଲବକୁଶଙ୍କୁ ଶିକ୍ଷା ଦେଉଥିଲେ ସେହି ସ୍ଥାନ ଏବେବି ସେଠାରେ ଦେଖିବାକୁ ମିଳିଛି । ନେପାଳର ପ୍ରତ୍ନତାତ୍ବିକ ଖନନ କରି ଏହି ସ୍ଥାନକୁ ଉଦ୍ଧାର କରାଯାଇଛି ।ତ୍ରେତୟା ଯୁଗର ରାମାୟଣ ବିଷୟରେ ଅନେକ ତଥ୍ୟ ଏହି ସ୍ଥାନରେ ଅଛି ବୋଲି ପ୍ରମାଣ ମିଳିଛି ।