ଆଜି ସୋମବାର, ଶିବ ମନ୍ଦିର ରେ ଏହି କାମ ରେ କରିଦେଲେ ଭଗବାନ୍ ଶିବ ଆପଣ ଙ୍କ ଉପରେ ହେବେ ପ୍ରସନ୍ନ

 
ଏପରି ସହଜ ପ୍ରତିକାର ରହିଛି ଯାହାକୁ ଆପଣମାନେ ସୋମବାର ଦିନ କରିଲେ ସମ୍ମାନ ପାଇବା ସହିତ ଧନ ପ୍ରାପ୍ତ ମଧ୍ୟ ହେବାର ସମ୍ଭାବନା ରହିଛି।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୋମବାର ଦିନ ଶିବଲିଙ୍ଗଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ଇଚ୍ଛା ପୂରଣ ହୋଇଥାଏ।
ଏହି ଦିନ ଭଗବାନ ଶିବଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରା ସମସ୍ତ କଷ୍ଟ ଆଉ ଅସୁବିଧା ଦୂର ହୋଇଥାଏ।ଶାସ୍ତ୍ରରେ କୁହାଯାଇଛି ଯେ ଭଗବାନ ଶିବ ସମସ୍ତ ଦେବତା ମାନଙ୍କ ମଧ୍ୟରୁ ବହୁତ ସହଜରେ ଭକ୍ତ ମାନଙ୍କ ପ୍ରତି ସନ୍ତୁଷ୍ଟ ହୁଅନ୍ତି।
ତେଣୁ ମହାଦେବଙ୍କୁ ଭୋଳାନାଥ ମଧ୍ୟ କୁହାଯାଏ। ସେଥିପାଇଁ ସୋମବାର ଦିନ ଭଗବାନ ଶିବଙ୍କୁ ପୂଜା କରି ଭଗବାନ ଶିବଙ୍କ ଆଶୀର୍ବାଦ ପ୍ରାପ୍ତ କରନ୍ତି।ଏହି ଦିନ ଶିବଲିଙ୍ଗ ଙ୍କୁ ନିୟମ ଅନୁସାରେ ପୂଜାର୍ଚ୍ଚନା କରନ୍ତୁ।
ଏବଂ ୨୧ ଟି ବେଲପତ୍ର ଉପରେ ଧଳା ରଙ୍ଗର ଚନ୍ଦନ ଲଗାଇ ଏହା ଶିବଲିଙ୍ଗ ଉପରେ ଅର୍ପଣ କରିବେ।ଏହା ପରେ ଭଗବାନ ଶିବ ଙ୍କ ଚଲିସା କିମ୍ବା ଶିବଷ୍ଟକ ପାଠ କରନ୍ତୁ।ଏହା କରିବା ଦ୍ୱାରା ଭଗବାନ ଶିବଙ୍କ କୃପା ପ୍ରାପ୍ତ ହୋଇଥାଏ।
ସୋମବାର ଦିନ ଶିବଲିଙ୍ଗ ଉପରେ କ୍ଷୀର ଏବଂ ପାଣି ଅର୍ପଣ କରନ୍ତୁ।ଏହାପରେ ଗୌରୀ ଶଙ୍କର ରୁଦ୍ରାକ୍ଷ ଅର୍ପଣ କରିବେ। ଏହା ପରେ ଘିଅ,ଚିନିର ଭୋଗ ଅର୍ପଣ କରି ଆରତୀ କରିବେ।
ଏହା କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ସୁଖ ରହିବା ସହିତ ଭଗବାନ ଶିବଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।ଆର୍ଥିକ ଅବସ୍ଥାକୁ ଦୃଢ଼ କରିବା ପାଇଁ ଆପଣମାନେ ସୂର୍ଯ୍ୟୋଦୟ ସମୟରେ ଆଖୁ ରସ ଶିବଲିଙ୍ଗକୁ ଅଭିଷେକ କରନ୍ତୁ।
ଏହା ପରେ, ସକାଳ ଓ ସନ୍ଧ୍ୟାରେ ରୁଦ୍ରାକ୍ଷ ମାଳା ଦ୍ଵାରା ଓମ୍ ନମୋ ଧନଦାୟ ସ୍ୱାହା ଜପ କରିବେ।ଏଭଳି କରିଲେ ଆପଣଙ୍କର ଯଦି ଧନ ସମସ୍ୟା ରହିଥିବ ତାହା ଦୂର ହୋଇଯିବ।
ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ପାଇବା ପାଇଁ ଶିବଲିଙ୍ଗକୁ ପଞ୍ଚାମୃତ ଦ୍ଵାରା ଅଭିଷେକ କରନ୍ତୁ।ଏହା ପରେ ଭକ୍ତିର ସହିତ ଓମ୍ ନମ ଶିବାୟ ମନ୍ତ୍ର ଜପ କରି ଏହାକୁ ବ୍ୟବସାୟ କରୁଥିବା ସ୍ଥାନରେ ଛିଞ୍ଚି ଦେବେ।