ସ୍ଵପ୍ନରେ ମୃତ ଲୋକଙ୍କୁ ଦେଖିଲେ କଣ ଫଳାଫଳ ମିଳେ ଜାଣନ୍ତୁ ଏହାର  ପ୍ରକୃତ କାରଣ

 
ନମସ୍କାର ପାଠକ ବନ୍ଧୁ l ଆପଣମାନେ ତ ଶୋଇଲା ବେଳେ ବିଭିନ୍ନ ପ୍ରକାର ସ୍ବପ୍ନ ଦେଖିଥିବେ l ହେଲେ କେବେ ଭାବିଛନ୍ତି କଣ ପାଇଁ ଦେଖନ୍ତି ଲୋକମାନେ ଏପରି ସ୍ବପ୍ନ???
କାହିଁକି ଆମେ ନିଘୋଡ଼ ନିଦ୍ରାରେ ଶୋଇଥିବା ସମୟରେ ମନରେ ଆସିଥାଏ ଏପରି ଭାବନା??? ସାଧାରଣତଃ କୁହା ଯାଏ ଯେ ଦିନ ତମାମ ଆମ ସହ ଯାହା ବି କିଛି ଘଟିଥାଏ , ସେଇ ସବୁ ଘଟଣା ଆମ ଆଖୀକୁ ସ୍ୱପ୍ନ ଭାବରେ ଆସିଥାନ୍ତି l
 ତେଣୁ କିଛି କିଛି ସ୍ୱପ୍ନ ଆମ ମନରେ ଛାପି ହୋଇ ରହିଯାଇଥାଏ l ଆଉ କିଛି ସ୍ୱପ୍ନକୁ ଦେଖିଲା ପରେ ମଧ୍ୟ ଆମର ମନେ ପଡ଼ିନଥାଏ l
ବନ୍ଧୁ ଗଣ କଣ ପାଇଁ ମୃ-ତ ବ୍ୟକ୍ତି ବିଶେଷର ସ୍ୱରୂପକୁ ଆମେ ସ୍ବପ୍ନରେ ଦେଖିଥାଉ???? ଆପଣମାନେ କଣ ଏହାର କାରଣ ଜାଣିଛନ୍ତି!!!!! ଚାଲନ୍ତୁ ଆମେ ଜାଣିବା କଣ ପାଇଁ ମୃ-ତ ବ୍ୟକ୍ତି ଆପଣଙ୍କ ସ୍ୱପ୍ନରେ ଆସନ୍ତି???
ପ୍ରକୃତରେ ଏହା ପଛରେ ରହିଥିବା କାହାଣୀଟି ର ସତ୍ୟତା କଣ ଅଟେ l ଚାଲନ୍ତୁ ଜାଣିବା, ଯଦି ଆମର କୌଣସି ସମ୍ପର୍କୀୟ ମରିଯାଇଛନ୍ତି ହେଲେ ଏବେ ସେ ଆମ ସ୍ୱପ୍ନରେ ନଜର ଆସନ୍ତି ତେବେ ଏହା କୋଉ ସଂକେତ ଆଜ୍ଞା??? ସେ ମୃତ ବ୍ୟକ୍ତି ଆମକୁ କଣ କହିବାକୁ ଚାହାଁନ୍ତି??
ଆଜ୍ଞା ହଁ! ଯଦି ଆମ ସ୍ୱପ୍ନରେ ସ୍ବର୍ଗବାସୀ ବ୍ୟକ୍ତି ଜଣଙ୍କ ଜୀବିତ ଥିବାର ନଜର ଆସନ୍ତି ତେବେ ଏହାର ଅର୍ଥ ସେ ପୁଣି ଥରେ ଜନ୍ମ ନେଇସାରିଲେଣି ଏବଂ ସେ ଭଲ ଜନ୍ମ ପାଇଛନ୍ତି l
ତେଣୁ ଏଭଳି ସ୍ୱପ୍ନ ଦେଖି ଆପଣ ଖୁସୀ ହେଇଯିବା କଥା l ଯଦି ମୃ-ତ୍ୟୁ ପୂର୍ବରୁ ବ୍ୟକ୍ତି ଜଣକ ସୁସ୍ଥ ଥିଲେ ହେଲେ ସ୍ବପ୍ନରେ ସେ ଅସୁସ୍ଥ ନଜର ଆସନ୍ତି ତେବେ ଏହାର ଅର୍ଥ ତାଙ୍କର ଏଇ ମୃ-ତ୍ୟୁ ପୂର୍ବରୁ କିଛି ଆଶା ରହିଯାଇଛି l
ଯଦି ଆପଣ ସେ ଆଶା ଜାଣିଥିବେ ତେବେ ଖୁ୍ବ୍ ଶୀଘ୍ର ସେଇ ଆଶାକୁ ତାଙ୍କର ପୂରଣ କରନ୍ତୁ l ଏହାଦ୍ୱାରା ସ୍ବର୍ଗବାସୀଙ୍କ ଆତ୍ମା କୁ ସଦ୍ଗତି ପ୍ରାପ୍ତ ହୋଇଥାଏ l ଯଦି ଆପଣ ସେ ଇଚ୍ଛା ଜାଣି ବି ତାକୁ ପୂରଣ କଲେନି ତେବେ ଆପଣଙ୍କ ଉପରକୁ କିଛି ସଂକଟ ଆସିଥାଏ l
ତେବେ ଯଦି କୌଣସି ଜୀବିତ ବ୍ୟକ୍ତି ସ୍ୱପ୍ନରେ ମୃତ ନଜର ଆସନ୍ତି ତେବେ ଆପଣମାନେ ବହୁତ ଡରିଯାଇଥାନ୍ତି l କିନ୍ତୁ ସ୍ୱପ୍ନ ଶାସ୍ତ୍ର ଅନୁସାରେ ଏପରି ହେଲେ ସେଇ ବ୍ୟକ୍ତିର ଆୟୁଷ ବଢ଼ି ଯାଇଥାଏ l
 ତେଣୁ ଆପଣ ଏଥିପାଇଁ ଚିନ୍ତିତ ହେବା ଉଚିତ ନୁହେଁ l ବେଳେ ବେଳେ ସ୍ବର୍ଗବାସୀ ବ୍ୟକ୍ତି ଆମ ସ୍ୱପ୍ନରେ ଆସନ୍ତି ହେଲେ କିଛି କହି ନଥାନ୍ତି ଏହାର ଅର୍ଥ ହେଉଛି ଆମ ମୃ-ତ ପରିଜନ ଆମ ଜୀବନରେ ଘଟୁଥିବା ଗତି ବିଦ୍ଧି ସମ୍ପର୍କରେ କହିବାକୁ ଚାହୁଁଛନ୍ତି l
ଯଦି ସେ ଆପଣଙ୍କ ସ୍ବପ୍ନରେ ଆସନ୍ତି ହେଲେ କିଛି କୁହନ୍ତିନି, କିନ୍ତୁ ପ୍ରସନ୍ନ ନଜର ଆସନ୍ତି ତେବେ ସେ ଆପଣଙ୍କୁ ଆଶୀର୍ବାଦ କରୁଛନ୍ତି ଏବଂ ଆପଣଙ୍କ କାମ ଶତ ପ୍ରତିଶତ ସଫଳ ହେବ l
ତେବେ ଯଦି ମୃ-ତ-କ ବ୍ୟକ୍ତି ସ୍ବପ୍ନରେ ଆସି କିଛି କୁହନ୍ତିନି ହେଲେ ଉଦାସ ନଜର ଆସନ୍ତି ତେବେ ଆପଣଙ୍କ କାମରେ ସେ ଆଦୌ ଖୁସୀ ନାହାନ୍ତି l
ତେଣୁ ଆପଣ ଯଥା ଶୀଘ୍ର ସେ କର୍ମକୁ ତ୍ୟାଗ କରିବା ଉଚିତ l ନହେଲେ ସେ କର୍ମ ଆପଣଙ୍କୁ ଅଶୁଭ ଫଳ ପ୍ରଦାନ କରେ l ତେଣୁ ଆମେ ଯଦି ତାଙ୍କର ଏଇ ସଂକେତକୁ ବୁଝି ନପାରିବା ତେବେ ବଡ ଅସୁବିଧାର ସମ୍ମୁଖୀନ ହେଵା l
ବେଳେ ବେଳେ ମୃ-ତ ପରିଜନ ଆମକୁ ସ୍ବପ୍ନରେ ଆସି କିଛି ବସ୍ତୁ ର ଦର୍ଶନ ଦେଇଥାନ୍ତି l ଯଦି ସ୍ୱପ୍ନରେ ଆପଣଙ୍କୁ ସେ ନିବସ୍ତ୍ର ଦେଖାଯାନ୍ତି ବା ପାଦରେ ତାଙ୍କର ଜୋତା ନଥାଏ l
 ଯେଉଁ ସବୁ ଜିନିଷ ତାଙ୍କ ଠାରେ ଆମେ ଦେଖିବାକୁ ପାଇବାନି ତେବେ ଆମକୁ ସେଇ ବସ୍ତୁ ବା ଜିନିଷ କୁ କୌଣସି ବ୍ରାହ୍ମଣଙ୍କୁ ଦାନ କରିବା ବା କୌଣସି ମନ୍ଦିରରେ ଦାନ ଦେବା ଉଚିତ l
ଏହା କରିବା ସମୟରେ ଆପଣ ଧ୍ୟାନ କରିବା ଉଚିତ ଯେ ଏଗୁଡିକ ସ୍ବର୍ଗବାସୀ ଙ୍କୁ ପ୍ରାପ୍ତ ହେଉ ବୋଲି l ଏପରି କଲେ ପିତୃ ପୁରୁଷ ପ୍ରସନ୍ନ ହୁଅନ୍ତି ଆଉ ଆପଣଙ୍କ ମନ ସ୍କାମନା ପୂର୍ଣ୍ଣ ହୁଏ l
ଯଦି ସ୍ବର୍ଗବାସୀ ବ୍ୟକ୍ତି ଜଣକ କିଛି ଦୂର ବସ୍ତୁ କିଛି ଦେଖlନ୍ତି ତେବେ ଏହାର ଅର୍ଥ ସେ ସୂର୍ଯ୍ୟ ପ୍ରାପ୍ତି ହୋଇଛନ୍ତି l ଆଉ ଯଦି ସେ ଆପଣଙ୍କୁ ଘରର କିଛି ଦୃଶ୍ୟ ଦେଖାନ୍ତି ତେବେ ଏହାର ଅର୍ଥ ତାଙ୍କର ଘର ପ୍ରତି ମୋହ ଛାଡିନି l
ତେଣୁ ଆପଣ ଅମାବାସ୍ୟା ଦିନକୁ ଗାଈକୁ ସବୁ ବେଳେ ରୁଟି ଖାଇବାକୁ ଦିଅନ୍ତୁ ଏବଂ ପିତୃ ପୁରଷଙ୍କ ଅର୍ଥରେ ସେଦିନ ଭୋଗ ଲଗାନ୍ତୁ ଓ ବ୍ରାହ୍ମଣ ଙ୍କୁ ଭୋଜନ କାରନ୍ତୁ l ଏହା କରିବା ଦ୍ୱାରା ପିତୃ ପୁରୁଷ ପ୍ରସନ୍ନ ହେଵା ଦ୍ୱାରା ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହୁଏ l
ଆମ ଦୁନିଆରେ ତେତିଶି କୋଟି ଦେବା ଦେବୀ ଅଛନ୍ତି ତେଣୁ ପିତୃ ପୁରୁଷ ବି ଦେବତା ଙ୍କ ଭିତରୁ ଜଣେ l ସେମାନେ ଆମର ଭଲ ଚାହିଁ ଥାନ୍ତି ତେଣୁ ଆମକୁ ତାଙ୍କ ସଂକେତ ବୁଝି କାର୍ଯ୍ୟ କରିବା ଉଚିତ l