ହାତରେ ଲୁହା ରଡ ଧରି ଶାନ୍ତିଲତା କଲେ ଏମିତି ମହିଳାଙ୍କ ପାଇଁ ସାଜିଲେ ପ୍ରେରଣା
Mar 10, 2025, 17:49 IST
ସମାଜରେ ଅନେକ ମହିଳା ଘର ଭିତରେ ରୋଷେଇ କାମ କରିଥାନ୍ତି କିନ୍ତୁ ଏଭଳି କିଛି ମହିଳା ଅଛନ୍ତି ଯେଉଁମାନେ ତାଙ୍କ ପରିବାର ଆଉ ଛୁଆଙ୍କ ପାଇଁ ଦୁନିଆ ସହ ଲଢେ଼ଇ କରିଥାନ୍ତି । ଏବେ ଏଭଳି କିଛି ଖବର ଆପଣମାନେ ପାଇପାରିବେ । ଏହି ଭିଡିଓ ମାଧ୍ୟମରେ ନାରୀ ଜାତି ପାଇଁ ପ୍ରେରଣା ଏହି ମହିଳା ଜଣଙ୍କ ବିଷୟରେ ଜାଣିପାରିବେ । ଏହି ମହିଳା ଜଣକ ହାତରେ ହାତୁଡ଼ି ଆଉ ରେଞ୍ଚି ଧରିଛନ୍ତି । ଏବେ ଏହି ମହିଳା ଜଣଙ୍କୁ ନେଇ ଚର୍ଚ୍ଚା ହେଉଛି ।
ଗୋଟିଏ ହାତରେ ମହିଳା ଜଣକ ରେଞ୍ଚି ଧରିଥିବା ବେଳେ ଆଉ ଗୋଟିଏ ହାତରେ ହାତୁଡ଼ି ଧରିଛନ୍ତି । ଆଉ ସେ ଏହିସବୁ ଧରି କାମ କରୁଛନ୍ତି । ମହିଳା ଜଣକ ନିଜର ବଳ ନେଇ ପିଟି ଚାଲିଛନ୍ତି । ଆଉ ଏହି ମହିଳା ଜଣକ ନିର୍ଭୀକ ଭାବରେ କାମ କରିଛନ୍ତି । ସେ କେବେବି କାମକୁ ଡରି ନାହାଁନ୍ତି ଆଉ ଏହି ମହିଳା ଜଣକ ତାଙ୍କ କାମ ଅଳ୍ପ ସମୟ ଭିତରେ ସାରି ଦେଉଛନ୍ତି । ଏହି ମହିଳା ଜଣକର କାମକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏହି ମହିଳା ଜଣକ ଅନେକ ମହିଳାଙ୍କ ପାଇଁ ସାଜିଛନ୍ତି ପ୍ରେରଣା ।
ମହିଳା ଦିବସରେ ଏହି ମହିଳା ଜଣକ ସମସ୍ତଙ୍କ ପାଇଁ ଉଦାହରଣ ଅଟନ୍ତି । ଏହି ମହିଳା ଜଣକ ଏଭଳି କାମ କରିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ସାହସୀ ଆଉ ସଙ୍ଘର୍ଷ କରିଥିବା ମହିଳା ଜଣକ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଏହି ମହିଳା ଜଣକ ବଜାର ଭିତରେ ଦୋକାନ କରି ଶହ ଶହ ଗ୍ରାହକଙ୍କ ଗାଡ଼ି ସଜାଡୁଛନ୍ତି । ଏହି ମହିଳା ଜଣକ ଏବେ ତାଙ୍କ ପିଲାମାନଙ୍କୁ ବଡ କରୁଛନ୍ତି । ଆଉ ଭଲ ସ୍କୁଲରେ ପାଠ ପଢ଼ାଉଛନ୍ତି ।
ଏହି ମହିଳା ଜଣକ ଟାୟାର ବଦଳାଉଛନ୍ତି । ସେ ରୋଷେଇ କରିବା ସହ ବଜାରରେ ଏହି ଦୋକାନ ଦେଇଛନ୍ତି । ଏହି ମହିଳା ଜଣକ ହେଉଛନ୍ତି ଶାନ୍ତିଲତା । ଏହି ଶାନ୍ତିଲତା ନାମକ ମହିଳା ଅନେକ ଭଲ କାମ କରିଛନ୍ତି। ଆଉ ତାଙ୍କ ଜୀବନରେ ସେ ଅନେକ ସଙ୍ଘର୍ଷ କରିଛନ୍ତି । ସ୍ଵାମୀ ଜଣଙ୍କର ହଠାତ୍ ଚାକିରୀ ଯିବା ପରେ ଏଭଳି କିଛି ଦେଖିବାକୁ ମିଳିଥିଲା ତାଙ୍କୁ। ଅଭାବ ଭିତରେ ସେ ରହିଥିଲେ । ଆଉ ଶେଷରେ ସେ ଏଭଳି ଟାୟାର ବଦଳାଇବା କାମ କରିଥିଲେ । ଆଉ ଏବେ ଏହି ମହିଳାଙ୍କୁ ନେଇ ସବୁଠି ଚର୍ଚ୍ଚା ହେଉଛି ।