ଶୋଇବା ବେଳେ ପାଣି ପିଉଛନ୍ତି କି ? ଦେଖନ୍ତୁ ଶୀଘ୍ର ଆପଣଙ୍କ ସହ ହୋଇପାରେ ଏମିତି

 
ନମସ୍କାର ପାଠକ ବନ୍ଧୁ l ବନ୍ଧୁଗଣ, ଆପଣ "ଶୋଇଲା ପୂର୍ବରୁ ପାଣି ପିଉ ଛନ୍ତି କି ? " l ଶୋଇଲା ପୂର୍ବରୁ ପାଣି ପିଇଲେ ହୋଇପାରେ ଅନେକ ସମସ୍ୟା l
କିଛି ଲୋକ ଥାଆନ୍ତି, ଯେଉଁମାନେ ଶୋଇଲା ପୂର୍ବରୁ କି ଶୋଇକି ଉଠିକି ପାଣି ପିଇବା ଠିକ୍ ତାହା ବୁଝି ପାରନ୍ତି ନାହିଁ l ପ୍ରକୃତରେ ସଠିକ୍ ତଥ୍ୟ ନଜାଣି ଏପରି କଲେ ଦୁନିଆରେ ଆପଣଙ୍କୁ ନାନାଦି ଅସୁବିଧାରେ ପଡିବାକୁ ହେବ l
ତେଣୁ ପାଣି ପିଇବା ପୂର୍ବରୁ ଆପଣ ଜାଣିଛନ୍ତି କି, ପାଣି ପିଇବା ଭଲ ହେଉଥିବାବେଳେ ଅନିଦ୍ରା ବା ନିଦ୍ରା ହୀନତାର କାରଣ ବନି ପାରେ l
ତେଣୁ ଚାଲନ୍ତୁ ନଜର ପକେଇବା ଏକ ସ୍ୱତନ୍ତ୍ର ରିପୋର୍ଟ ଉପରେ l ରାତିରେ ପାଣି ପିଇବା ଟା କେତେଦୂର ଭଲ ବା ଖରାପ l ରାତିରେ ପାଣି ପିଇବା ଦ୍ୱାରା ଅଧିକ ଥର ଆମକୁ ପରିସ୍ରା ଲାଗି ପାରେ l
ରାତି ଅଧାରୁ ନିଦ ଭାଙ୍ଗିବା ଦ୍ୱାରା ପୁଣି ନିଦ ଆସିବାକୁ ବହୁତ ସମୟ ଲାଗଥାଏ l ଏହାଦ୍ୱାରା ନିଦ୍ରା ହୀନତା ସହ ପ୍ରକୃତରେ ଅଧିକ ସମୟ ବି ଯାଇଥାଏ l
କାରଣ ଏ ଠାରେ ନିଦ ଭଙ୍ଗିବା ପରେ ସାଙ୍ଗେ ସାଙ୍ଗେ ଆଖିକି ନିଦ ଆସେନା ଆଉ ନିଦ କିଛି ସମୟ ପରେ ଆସିଥାଏ, ଆଉ ଆମେ ଟିକେ ଅଧିକ ସମୟ ଶୋଇବାକୁ ପସନ୍ଦ କରୁ l
ଶୋଇଲା ପୂର୍ବରୁ ପାଣି ପିଇଲେ ଆପଣଙ୍କ ଶରୀରରେ ଠିକ ପରିମାଣରେ ଜଳୀୟ ଅଂଶ ରହିଥାଏ ଏବଂ ଶରୀରର ତାପମାତ୍ରା ସନ୍ତୁଳିତ ରହିଥାଏ l
ଏହା ଆପଣଙ୍କୁ ମାଇଗ୍ରେନ ବା ମୁଣ୍ଡ ବିନ୍ଧା ପରି ସମସ୍ୟାରୁ ଦୂରେଇକି ରଖେ l ତେଣୁ ସର୍ବଦା ଫଳଦାୟୀ ହୋଇ ନଥାଏ l କାରଣ ରାତିରେ ଠିକ ଶୋଇବା ପୂର୍ବରୁ ପାଣି ପିଇଲେ ରାତିରେ ପରିସ୍ରା ପାଇଁ ଉଠିପାରନ୍ତି ଆଉ ତାହା ଆପଣଙ୍କ ମାନସିକ ଓ ଶାରୀରିକ ସମସ୍ୟା ସୃଷ୍ଟି କରିପାରେ l
 ଉତ୍ପାଦନତା ହ୍ରାସ ପାଏ ଆଉ ଉଦାସୀନତା ଦେଖା ଦିଏ l ଆପଣ ସିନା ଚେଷ୍ଟା କରି ଶୋଇ ପଡନ୍ତି ହେଲେ ଆପଣଙ୍କ ମସ୍ତିଷ୍କ ଶୋଇ ନଥାଏ ଆଜ୍ଞା l ତେଣୁ ଆପଣଙ୍କୁ ବୁଭିନ୍ନ ସମସ୍ୟା ମୁଣ୍ଡବିନ୍ଧା, ରକ୍ତ ଚାପ, ରକ୍ତରେ ସୁଗାର୍ ଲେବୁଲ ବଢ଼େଇ ଦେଇଥାଏ l
ବେଳେ ବେଳେ ପାଣି ନପିଇଲେ ରାତିରେ ଆମକୁ ଗଳା ଶୁଖିଗଲା ଭଳି ଲାଗେ ଏବଂ ଅଶ୍ୱସ୍ଥିକର ମନେହୁଏ l ଏହା ହୃଦ ରୋଗ ସମସ୍ୟା, ବ୍ଲାଡ଼ର ସମସ୍ୟା ବା ବ୍ଲାଡ଼ର ସଂକ୍ରମଣ ହେଇପାରେ l
ତେଣୁ ପାଣି କେତେବେଳେ ଆଉ ଶୋଇବାର କେତେ ସମୟ ପୂର୍ବରୁ ପିଇବା ଉଚିତ ଚାଲନ୍ତୁ ଜାଣିବା l ଶୋଇବାର ଏକ କି ଦୁଇ ଘଣ୍ଟା ପୂର୍ବରୁ ପାଣି ପିଇବା ଉଚିତ କାରଣ ତାପରେ ଆପଣଙ୍କୁ ପରିସ୍ରା ଲାଗିଲେ ଆରମରେ ପରିସ୍ରା ଯାଇ ଆସିକି ସୁନିଦ୍ରା ନେଇପାରିବେ l
 ତେଣୁ ଏଇ ବିଷୟରେ ବରିଷ୍ଠ ଡାକ୍ତର ହରିଶ ଚନ୍ଦ୍ର ଚୌଧୁରୀ କୁହନ୍ତି ଯେ, ଖାଇବାର ଅଧ ଘଣ୍ଟେ ପରେ ଏବଂ ଶୋଇବାର ଅଧ ଘଣ୍ଟେ ପୂର୍ବରୁ ପାଣି ପିଇଲେ, ଆପଣଙ୍କ ନିଦ୍ରା ହୀନତା, ଶରୀର ଶୁଷ୍କତା, ମାଇଗ୍ରେନ, ମାନସିକ ସନ୍ତୁଳନ, ଶରୀରର ସନ୍ତୁଳିତ ତାପମାତ୍ର ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ।