ଇଂଲିଶ ମିଡ଼ିୟମ ଛାତ୍ରୀ କୁ କମେଣ୍ଟ ପଡ଼ିଲା ମହଙ୍ଗା..ଯୁବକ କୁ ଧରି ଛେଚିଲେ ସ୍ଥାନୀୟ ଲୋକେ
Oct 5, 2024, 18:24 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ।
ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେଉଛି। କିଏ ଏହି ଭିଡିଓ ପାଇଁ ବିବାଦରେ ଫସିଯାଉଛି ତ ଆଉ କିଏ ଏହି ଭାଇରାଲ ଭିଡିଓ ପାଇଁ ରାତାରାତି ଷ୍ଟାର ହୋଇଯାଉଛି। ତେବେ ପୂର୍ବରୁ ଏହିପରି ଅନେକ ଭିଡିଓ ଭାଇରାଲ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ଏକ ବିଡିଓ ଭାଇରାଲ ହେଉଛି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ, ୩ ଜଣ ରୋଡ଼ ରୋମୀୟ ଛାତ୍ରୀଙ୍କୁ କମେଣ୍ଟ ମାରିବା ସହିତ ତାଙ୍କର ଫୋଟ ମଧ୍ୟ ଉଠାଇଥିଲେ। ଏ ବିଷୟରେ ଛାତ୍ରୀଙ୍କ ଅଭିଭାବକ ଜାଣିବା ପରେ ନିର୍ଦ୍ଧୁମ ପିଟିଥିଲେ ୩ ଜଣ ରୋଡ ରୋମିୟଙ୍କୁ।
ବନ୍ଧୁଗଣ ସ୍କୁଲ୍ ଆଗରେ ଠିଆ ହେଇ ଛାତ୍ରୀଙ୍କୁ କମେଣ୍ଟ ମାରି ଫଟୋ ଉଠାଇବା ପଡିଲା ମହଙ୍ଗା। ତିନି ଜଣ ଯୁବକଙ୍କୁ ନିସ୍ତୁକ ମାଡମାରିଲେ ଛାତ୍ରୀଙ୍କ ଅଭିଭାବକ ଓ ଗ୍ରାମବାସୀ ମାନେ। ଶେଷରେ ପୋଲିସ ଡକାଇ ୩ ଜଣ ରୋଡ ରୋମୀୟଙ୍କୁ ପୋଲିସଙ୍କୁ ହସ୍ତାନ୍ତର ମଧ୍ୟ କରିଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା କମର୍ଦା ଆରୁହାବୃତ୍ତି-୧ ନୋଡାଲ୍ ବିଦ୍ୟାଳୟ ନିକଟରେ। ଖବର ଅନୁଯାୟୀ, ସ୍କୁଲ୍ ଛୁଟି ହେବାପରେ ଛାତ୍ରଛାତ୍ରୀ ମାନେ ଘରକୁ ଯାଉଥିଲେ।
ଏହି ସମୟରେ ସ୍କୁଲ ସାମ୍ନାରେ ବାଇକରେ ୩ ଜଣ ଯୁବକ ଆସି ଜୈନିକ ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ଫଟୋ ଉଠାଇଥିଲେ। ଛାତ୍ରୀ ଜଣଙ୍କ କାନ୍ଦି କାନ୍ଦି ଯାଇ ଗ୍ରାମବାସୀଙ୍କୁ କହିବା ପରେ ଗ୍ରାମବାସୀ ଓ ଅଭିଭାବକ ଯୁବକଙ୍କୁ କାବୁ କରି ମାଡ଼ ମାରିଥିଲେ। କମେଣ୍ଟ ମାରିଥିବା ଯୁବକ ୩ ଜଣ ବାଲିଆପାଳ ଅଞ୍ଚଳର ବୋଲି ଜଣାପଡିଛି। ସେପଟେ ଖବର ପାଇ ଘଟଣାସ୍ଥଳରେ କମର୍ଦା ପୋଲିସ ପହଞ୍ଚି ତିନି ଜଣ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି। ଏହାସହିତ ଘଟଣାର ଛାନ୍ଭିନ୍ ଜାରି ରଖିଛି।