୨୦୦୦ ଟଙ୍କିଆ ନୋଟ୍ ବନ୍ଦ କରିଥିଲେ, ଏବେ ୭୫ ଟଙ୍କିଆ କଏନ ପ୍ରଚଳନ କଲେ, ତେବେ ମୋଦୀ କହିଲେ ଏଟା ମୋର ମାଷ୍ଟର ପ୍ଲାନ୍ ! ଆଗକୁ ଆହୁରି ବଡ ପରିବର୍ତ୍ତନ ଆଣିବି

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ବଜାର କୁ ଆସିବାକୁ ଯାଉଛି ନୂଆ ୭୫ ଟଙ୍କିଆ କଏନ୍। ଏହାକୁ ନେଇ ମଧ୍ୟ ଅନେକ ଙ୍କ ମନରେ ସୃଷ୍ଟି ହେବାରେ ଲାଗିଛି ଅନେକ ପ୍ରଶ୍ନ।
ଏହାକୁ କେଉଁଠୁ ପାଇ ପାରିବେ ବୋଲି ମଧ୍ୟ ଲୋକ ମାନେ ଅନେକ ପ୍ରଶ୍ନ କରିଛନ୍ତି। ଏହାକୁ ବ୍ୟବହାର କରି ଜିନିଷ ପତ୍ର କିଣି ହେବ କି ନାହିଁ ଏନେଇ ମଧ୍ୟ ଲୋକ ମାନେ ପ୍ରଶ୍ନ କରିଛନ୍ତି। ଆଉ ଏହି ମୁଦ୍ରା କିଭଳି ଦେଖା ଯିବ ଏନେଇ ମଧ୍ଯ ଅନେକ ପ୍ରଶ୍ନ ହେଉଛି।
ଆସନ୍ତା ୨୮ ରେ ଲୋକାର୍ପିତ ହେବାକୁ ଯାଉଛି ନୂଆ ସଂଶୋଧିତ ଭବନର ନୁଆ କୋଠା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ବାରା ଏହାର ଲୋକାର୍ପିତ ହେବାର ମଧ୍ଯ କାର୍ଯ୍ୟକ୍ରମ ଚାଲିଛି।
ଏହି ଅବସର ରେ ନୁଆ ୭୫ ଟଙ୍କିଆ କଏନ ମଧ୍ୟ ଲୋକାର୍ପିତ ହେବ।୭୫ ବର୍ଷ ର ସ୍ଵାଧୀନତା କୁ ଦେଶ ମଧ୍ୟ ଖୁବ୍ ଧୁମଧାମ ରେ ପାଳନ କରିଥିଲା। ଏହି ଅବସର କୁ ଏବେ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଏଭଳି ଏକ କଏନ ଲଞ୍ଚ କରିଛନ୍ତି କେନ୍ଦ୍ର ସରକାର।
ଏହି କଏନ ର ସମ୍ମୁଖ ପାର୍ଶ୍ଵରେ ଅଶୋକ ସ୍ତମ୍ଭ ରହିବା ସହ ତଳେ ଲେଖା ମଧ୍ୟ ରହିବ ସତ୍ୟମେବ ଜୟତେ। ବାମ ଓ ଡାହାଣ ପାର୍ଶ୍ଵରେ ହିନ୍ଦୀ ରେ ଭାରତ ଓ ଇଂରାଜୀ ରେ ଇଣ୍ଡିଆ ମଧ୍ୟ ଲେଖା ଯାଇଥିବ।
ଆଉ ଏହାର ତଳେ ମଧ୍ୟ ୭୫ ବୋଲି ଲେଖା ରହିବ। ସେହିଭଳି ଅନ୍ୟ ଏକ ପାର୍ଶ୍ଵରେ ନୂତନ ସଂସଦ ଭବନର ଚିତ୍ର ରହିବା ନେଇ ମଧ୍ଯ ଏହା ସୁଚନା ମିଳିଛି। ଏହି ମୁଦ୍ରାର ଆକାର ମଧ୍ୟ ସଂପୂର୍ଣ୍ଣ ଭାବରେ ଗୋଲ ରହିବ।
ଏହି କଏନ ର ଓଜନ ମଧ୍ଯ ୩୫ ଗ୍ରାମ ରହିଛି। ଏହାର ଗଠନରେ ୫୦ ପ୍ରତିଶତ ରୂପା, ୪୦ ପ୍ରତିଶତ ତମ୍ବା, ୫ ପ୍ରତିଶତ ଜୀଙ୍କ ଏବଂ ୫ ପ୍ରତିଶତ ନିକେଲ ର ବ୍ୟବହାର ମଧ୍ୟ କରାଯାଇଛି।
ମଣିପୁର , କୋଲକାତା ଓ ମୁମ୍ବାଇ ରେ ଏହି କଏନ ର ଉପଲବ୍ଧ ହେବ। ଏହାକୁ ଚାହିଁଲେ ମଧ୍ଯ ଅର୍ଡର କରି ପାରିବେ। ଏହାକୁ କୌଣସି ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇ ପାରିବ ନାହିଁ। କାରଣ ଏହା ଏକ ସ୍ମୃତି ସୂଚକ ମୁଦ୍ରା।