8 ବର୍ଷ ର ଅପରାଧୀ, ପ୍ରଥମ ଶିକାର କରିଥିଲା ନିଜ ଭଉଣୀ କୁ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଆଜ୍ଞା ହଁ ଆପଣ ମାନେ ଜାଣିଥିବେ କି ଛୋଟ ପିଲା ମାନେ ସାଧାରଣତଃ ଅଜ୍ଞାନ ହୋଇ ଥାଆନ୍ତି।
ସେଥିପାଇଁ ସେମାନେ କଣ କରନ୍ତି କଣ ନାହିଁ ତାହା ମଧ୍ୟ ଜାଣି ପାରି ନଥାନ୍ତି। ହେଲେ ଆମେ ଆପଣଙ୍କୁ ଏଭଳି ଏକ ପିଲା ସମ୍ପର୍କ ରେ କହିବାକୁ ଯାଉଛୁ ଯାହାର ବୟସ ମାତ୍ର ଆଠ ବର୍ଷ,
ମାତ୍ର ପିଲା ଟି ହେଉଛି ଜଣେ ସିରିଏଲ କିଲର। ଏହି ପିଲାଟି ମଧ୍ଯ ନେଇ ଯାଇଛି ତିନି ଜଣ ପିଲାଙ୍କୁ। ଖେଳିବା ବୁଲିବା ବୟସରେ ପିଲାଟି ଏଭଳି କାମ କରିଛି।
ଏହି ଘଟଣା ଟି ହେଉଛି ବିହାର, ବେଗୁସରାଇ ଗ୍ରାମର।୨୦୦୭ ରେ ଏହି ଗ୍ରାମରେ ପ୍ରଥମେ ଜଣେ ପରେ ଜଣେ ଦୁଇ ଶିଶୁ ଙ୍କୁ ହ-ତ୍ୟା କରାଯାଇଥିଲା। ହେଲେ ହ-ତ୍ୟା-କାରୀ କିଏ ତାହା କେହି ହେଲେ ମଧ୍ୟ ଜାଣି ପାରୁ ନଥିଲେ।
ତେଣୁ ଗ୍ରାମରେ ଭୟ ଏବଂ ଆତଙ୍କର ପରିବେଶ ମଧ୍ୟ ସୃଷ୍ଟି ହୋଇଥିଲା। ଏମିତି ସମୟରେ ମଧ୍ୟ ଆଉ ଏକ ଯୁବକ ଙ୍କୁ ହ-ତ୍ୟା କରାଯାଇଥିଲା। ହେଲେ କିଏ ମାରିଲା ତାହା କିନ୍ତୁ ଜଣା ପଡି ନଥିଲା। ଏନେଇ ଗ୍ରାମବାସୀ ମାନେ ମଧ୍ୟ ଆତଙ୍କିତ ହୋଇ ପଡ଼ିଥିଲେ।
ହେଲେ କେହି ଜାଣି ପାରୁ ନଥିଲେ କି ସେହି ହ-ତ୍ୟା କାରୀ ତାଙ୍କ ଆଖି ଆଗରେ ହିଁ ଅଛି କାରଣ ସେ ଥିଲା ଜଣେ ଆଠ ବର୍ଷ ର ବାଳକ। ଆଉ ତାର ନାମ ଥିଲା ଅମରଦିପ ସାଦା।
ଅମରଦିପ ପ୍ରଥମେ ତାର ଛଅ ମାସର ଭଉଣୀ କୁ ମଧ୍ୟ ମାରି ଦେଇଥିଲା। ଏହାପରେ ସେ ତାର ଦାଦା ପୁଅ ଭାଇ କୁ ମଧ୍ୟ ମାରି ପକାଇ ଥିଲା। ଏହାପରେ କିଛି ଦିନ ପରେ ଆଉ ଜଣେ ଲୋକଙ୍କୁ ବି ମାରି ଦେଇଥିଲା।
ଏହାପରେ ଅମରଦିପ ଉପରକୁ ସନ୍ଦେହ ଯାଇଥିଲା ଏବଂ ପୋଲିସ ତାକୁ ବାରମ୍ବାର ପଚାରିବାରୁ ସେ କହିଥିଲା କି ତାକୁ ବିସ୍କୁଟ ଦେଲେ ସେ ସବୁ କହିବ। ଆଉ ବିସ୍କୁଟ ଖାଇବା ପରେ ସେ ସବୁ ସତ ମାନି ନେଇଥିଲା।