ମଦ ନିଶା ରେ ବେ_କ କାଟିଲେ

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଆମ ସମାଜରେ କିଭଳି ଭାବରେ ଅଜବ ଘଟଣା ମାନ ଘଟୁଛି।
ପ୍ରତ୍ୟେକ ଦିନ ଆମ ଦେଶ ଓ ରାଜ୍ୟରେ ଏଭଳି କିଛି ଘଟଣା ଘଟୁଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ପକାଉଛି। ଗଞ୍ଜାମ ଜିଲ୍ଲା କୋଟି ନଡ଼ା ଥାନା ଅନ୍ତର୍ଗତ , ବେଣିଆ ଗ୍ରାମରେ ଏକ ଯୁବକ ଙ୍କ ଉନ୍ମୋତ କାଣ୍ଡ ଦେଖିବାକୁ ମିଳିଛି।
ଗୋଟିଏ ଧାରୁଆ ଅସ୍ତ୍ର ରେ ଜଣେ ଯୁବକ ଙ୍କ ବେକ କାଟିଲେ ଦୁଇ ମଦ୍ୟପ ଯୁବକ। ଗୁରୁତର ଯୁବକ ହେଲେ ବେଣିଆ ଗ୍ରାମର ୧୯ ବର୍ଷୀୟ ଚନ୍ଦନ କାମ୍ପ।
ତାଙ୍କ ଚିକିତ୍ସା ନିମନ୍ତେ ତାଙ୍କୁ ଆସିକା ଉପଖଣ୍ଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇ ଅଛି। ଏହାପରେ ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ପଠା ଯାଇ ଅଛି। ଏ ନିମନ୍ତେ ସୁଚନା ମିଳିଛି।
ଅନ୍ୟ ପକ୍ଷରେ ଦୁଇ ମଦ୍ୟପ ଯୁବକ ମହୁରୀ ପରିଡ଼ା ଓ ଉଦୟ ମିଶ୍ର ଙ୍କୁ ଗ୍ରାମବାସୀ ମାନେ ଅଟକ ରଖି ନିସ୍ତୁକ ମାଡ଼ ମଧ୍ୟ ମାରିଛନ୍ତି। କୋଟି ନଡ଼ା ପୋଲିସ ଗ୍ରାମରେ ପହଞ୍ଚି ଦୁଇ ଯୁବକ ଙ୍କୁ ଗିରଫ ମଧ୍ଯ କରିଛି।
ଆଉ ସେହି ଗୁରୁତର ହୋଇଥିବା ବ୍ୟକ୍ତି ଜଣକୁ ମଧ୍ଯ ମେଡିକାଲ ରେ ଭର୍ତି କରିଥିଲେ। ଏହି ଆକ୍ରମଣ ର ପ୍ରକୃତ କାରଣ ଏବେ ପର୍ଯ୍ୟନ୍ତ ମଧ୍ଯ ଅସ୍ପଷ୍ଟ ରହିଛି। ଏନେଇ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।
ଆପଣ ମାନେ ଜାଣି ପାରୁଥିବେ କି ମଦ୍ୟପାନ କରିବା ଦ୍ୱାରା ଲୋକ ମାନେ କିଭଳି ବ୍ୟବହାର କରିଥାନ୍ତି। ସେମାନେ ନିଜେ ନିଜ କଥା କିଛି ଭାବି ନଥାନ୍ତି। ଏବଂ ଅନ୍ୟ କାହା ବିଷୟରେ ମଧ୍ୟ କୌଣସି କଥା ଭାବି ପାରନ୍ତି ନାହିଁ।
ପୋଲିସ ଘଟଣାର ତଦନ୍ତ କରିବା ପରେ ହିଁ ଘଟଣାର ସତ୍ୟାସତ୍ୟ ଜଣା ପଡିବ। ତେବେ ଆପଣ ଙ୍କ ଏହି ଘଟଣା ପ୍ରତି ପ୍ରତିକ୍ରିୟା କଣ ତାହା ଆପଣ ମାନେ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।