ଅର୍ଚ୍ଚନା ନାଗ ଘଟଣା ତଦନ୍ତ ନ ସରୁଣୁ ଆରମ୍ଭ ହେଲା ପ୍ରୀତି ଦେଶାଇ ଦେଖନ୍ତୁ କେତେ ଆଡେ ଲମ୍ବିଛି ଚେର

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୁନ୍ଦରୀ ଅର୍ଚ୍ଚନା ଙ୍କ କଳା କାହାଣୀ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ଏବେ ଅର୍ଚ୍ଚନା ନାଗ ଙ୍କ ଭଳି ଧରା ପଡିଛି ଆଉ ଏକ ଲେଡୀ ବ୍ଲାକ ମେଲର। ଯିଏ କି ଅର୍ଚ୍ଚନା ଙ୍କୁ ମଧ୍ଯ କାଟି ଦେଇଛନ୍ତି।

ତାଙ୍କ ନାମ ହେଉଛି ସୁନ୍ଦରୀ ପ୍ରୀତି ଦେଶାଇ। ତାଙ୍କ ଅତ୍ୟାଚାର ରେ ଜଣେ ବ୍ୟବସାୟୀ ନିଜର ଜୀବନ ମଧ୍ଯ ହାରି ଦେଇଛନ୍ତି। ଯାହାକୁ ମଧ୍ୟ ଭୁବନେଶ୍ବର ରୁ ଧରିଛି ରାଜସ୍ଥାନ ପୋଲିସ।

ଏହି ମହିଳା ଜଣକ କେବଳ ଭୁବନେଶ୍ୱର ନୁହେଁ ବରଂ ରାଜସ୍ଥାନ କର୍ଣ୍ଣାଟକ ଏଭଳି ଦେଶର ଅନେକ ସ୍ଥାନ ମାନଙ୍କରେ ନିଜର ମାୟା ଜାଲ ବିଛାଇି ଥିଲେ। ଏବଂ ସେମାନଙ୍କ ଠାରୁ ମଧ୍ଯ କୋଟି କୋଟି ଟଙ୍କା ଲୁଟି ନେଇ ଚାଲି ଯାଉଥିଲେ।
ସବୁ ଠାରୁ ବଡ କଥା ହେଉଛି ତାଙ୍କ ମାୟା ଜାଲ ରେ ଛନ୍ଦି ହୋଇ କର୍ଣ୍ଣାଟକ ର ଜଣେ କପଡ଼ା ବ୍ୟବସାୟୀ ନିଜର ଜୀବନ ହାରି ଦେଇଛନ୍ତି।
ଏବଂ ରାଜସ୍ଥାନ ଥାନାରେ ଅଭିଯୋଗ ପରେ ପୋଲିସ ଶନିବାର ଦିନ ଭୁବନେଶ୍ଵର ଥାନାରେ ମଧ୍ଯ ପହଞ୍ଚି ଥିଲା। ଏବଂ ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ପ୍ରୀତି କୁ ଗିରଫ କରିଛି ପୋଲିସ୍।
ସବୁ ଠାରୁ ମଧ୍ଯ ବଡ଼ କଥା ଏହା କି ଏହି ବିଦେଶୀ ସୁନ୍ଦରୀ ଜଣକ ଚନ୍ଦ୍ରଶଖରପୁରର ଜଣେ ବ୍ୟବସାୟୀ ଙ୍କୁ ମଧ୍ଯ ନିଜର ପ୍ରେମ ଜାଲରେ ଫସାଇ ଥିଲେ। ଏବଂ ତାଙ୍କ ଠାରୁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି।
ଏବଂ ଏହି ମୟାବିନି ଜଣକ ଙ୍କ ଘର ହେଉଛି କର୍ଣ୍ଣାଟକ ରେ। ଶିକ୍ଷାଗତ ଯୋଗ୍ୟତା ତାଙ୍କ ବିଟେକ ହୋଇଥିବା ବେଳେ ସେ ଏହି ସବୁ କାରବାର କରନ୍ତି।
ଏବଂ ସେ ଅର୍ଚ୍ଚନା ନାଗ ଙ୍କ ଠାରୁ ଅନେକ ଦୃତ ମଧ୍ୟ ଅଟନ୍ତି। ସେ ଫେସବୁକ ଓ ଇନ୍ଷ୍ଟାଗ୍ରାମ ରେ ନିଜର ଶିକାର ମଧ୍ୟ ଖୋଜି ଥାଆନ୍ତି। ତେବେ ଏହି ମହିଳା ଜଣକ ଏବେ ପୋଲିସ ହେପାଜତ ରେ ପୋଲିସ ଘଟଣାର ତଦନ୍ତ ମଧ୍ୟ କରୁଛି।