ବାଜି ମାରିଲେ ଆଦାନୀ ଏଥର ଖାଇବା ତେଲ ୩୦ ଟଙ୍କା ହେଲା ଶସ୍ତା ଦେଖନ୍ତୁ କେତେ ହେଲା

 
୩୦ ଟଙ୍କା ପର୍ଯ୍ୟନ୍ତ ଖାଇବା ତେଲ ହ୍ରାସ ହେଲା।କେନ୍ଦ୍ର ସରକାରଙ୍କ ତାଗିଦ ପରେ ଦର କମାଇଲା ଆଦାନୀ ଗ୍ରୁପ।ଭାରତର ଅନ୍ୟତମ ପ୍ରମୁଖ ଖାଇବା ତେଲ ପ୍ରସ୍ତୁତକାରୀ ଫର୍ଚ୍ୟୁନ କମ୍ପାନୀ ତାର ଦାମ ହ୍ରାସ କରିଛି । ସରକାରଙ୍କ ଆଦେଶ ପରେ ଆଦାନୀ ଗ୍ରୁପର କମ୍ପାନୀ ଆଦାନୀ ୱେଲମାର ଫର୍ଚ୍ୟୁନ ତେଲର ଦର ହ୍ରାସ କରିବା ପାଇଁ ନିଷ୍ପତି ନେଇଛି।
ସୋୟାବିନ ତେଲରେ ସବୁଠୁ ଅଧିକ ଦର ହ୍ରାସ ପାଇଛି। ଏହା ପୂର୍ବରୁ ଧାରା ବ୍ରାଣ୍ଡର ଖାଇବା ତେଲ ବିକ୍ରି କରୁଥିବା କମ୍ପାନୀ ମଦର ଡାଏରୀ ମଧ୍ୟ ରାଇସ ବ୍ରାନ ଦାମରେ ଲିଟର ପିଛା ୧୪ ଟଙ୍କା କମାଇଥିଲା।ତେବେ ସୂଚନା ଯୋଗ୍ୟ ଯେ ଏଡିଭିଲ ଅଏଲ ଆସୋସିଏସନକୁ ତୁରନ୍ତ ଦର ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ନିର୍ଦେଶ ଦେଇଥିଲେ ।
ଦର ହ୍ରାସ ପାଇବା ଦ୍ବାରା ଏହା ସାଧାରଣ ଜନତାଙ୍କୁ ଫାଇଦା ପହଞ୍ଚେଇବ ବୋଲି କଂପାନୀ ପକ୍ଷରୁ କୁହା ଯାଇଛି।ବଡ କଥା ହେଉଛି ଗତ ମାସରେ ବି ତୈଳ ଦର କମା ଯାଇଥିଲା।ତେବେ କେଉଁ ତେଲ କେତେ କମିଲା।ଫର୍ଚ୍ୟୁନ ତେଲ ପୂର୍ବରୁ ଲିଟର ପ୍ରତି ୧୯୫ ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ ସେଥିରେ ୩୦ ଟଙ୍କା ହ୍ରାସ ହେଇ ୧୬୫ ଟଙ୍କା ହୋଇଚି।
ସେହିପରି ସୂର୍ଯ୍ୟମୁଖୀ ତେଲ ପ୍ରତି ଲିଟର ପିଛା ୨୧୦ ଟଙ୍କା ବିକ୍ରି ହେଉଥିବା ବେଳେ ଏବେ ତାହା ୧୯୯ ଟଙ୍କାରେ ମିଳିବ।
ସୋରିଷ ତେଲର ଦାମ ୧୯୫ ଟଙ୍କାରୁ କମି ୧୯୦ ଟଙ୍କା ହୋଇ ଯାଇଛି।ଫର୍ଚ୍ୟୁନ ରାଇସ ବ୍ରାନ ତେଲର ଦାମ ୨୨୫ ଟଙ୍କାରୁ ହ୍ରାସ ପାଇ ୨୧୦ ଟଙ୍କା ହୋଇ ଯାଇଛି।