୧୮ ରୁ ପୁଣି ଛେଚିବ ବର୍ଷା ଦେଖନ୍ତୁ ପାଣିପାଗ ତରଫରୁ ମିଳିଲା ବଡ ସୂଚନା

 
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବଙ୍ଗୋପସାଗରରେ ବାରମ୍ବାର ଆସୁଛି ଲଘୁଚାପ। ଗୋଟିଏ ପରେ ଗୋଟିଏ ଲଘୁଚାପ ହେବାରେ ଲାଗିଛି ବଙ୍ଗୋପସାଗରରେ। ଏହାର ପ୍ରଭାବରେ ଏବେ ମୌସୁମୀ ସକ୍ରିୟ ହେବାକୁ ଯାଉଛି। ଏପଟେ ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଅବପାତ ଏବେ ଦୁର୍ବଳ ହେବାକୁ ଯାଉଛି। ତେବେ ଏହା ଏବେ ଦୁର୍ବଳ ହେଇସାରି ପୁଣି ଲଘୁଚାପରେ ପରିଣତ ହେବାକୁ ଯାଉଛି।
ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପଟି ଅବପାତରେ ପରିଣତ ହେବାପରେ ଦୁର୍ବଳ ହୋଇଯାଇଛି। ଫଳରେ ମଙ୍ଗଳବାରଠୁ ରାଜ୍ୟରେ ବର୍ଷା ପରିମାଣ କମିବ। ଏପଟେ କିନ୍ତୁ ମୌସୁମୀ ସକ୍ରିୟ ରହିଥିବା ଯୋଗୁ ରାଜ୍ୟରେ ଦୁଇ ଦିନ ଯାଏ କିଛି ଜିଲ୍ଲାରେ ବର୍ଷା ହୋଇପାରେ। ଏପଟେ ପୁଣି ୧୮ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। 
ଏହାର ପ୍ରଭାବରେ ରାଜ୍ୟ ରେ ବର୍ଷା ର ପରିମାଣ ବଢିପାରେ ବୋଲି କୁହାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ପକ୍ଷ ରୁ ଏନେଇ ସୂଚନା ଦିଆଯାଇଛି। ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ମଙ୍ଗଳବାର ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଏଥିପାଇଁ ପାଣିପାଗ ପକ୍ଷ ରୁ ୟେଲୋ ୱର୍ଣିଂ ଜାରି କରାଯାଇଛି। ସେହିପରି ବୁଧବାର ବି କିଛି ଜିଲ୍ଲା ରେ ଏଭଳି ସ୍ଥିତି ଜାରି ରହିବା ସହ, ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ। ବର୍ତମାନ ସୁଦ୍ଧା ଚଳିତ ବର୍ଷା ଋତରେ 1084.3 ମିମି. ବର୍ଷା ରେକଡ୍ କରାଯାଇଛି। ଯାହାକି ସ୍ଵାଭାବିକ ବର୍ଷା ତୁଳନା ରେ 5% ଅଧିକ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।