ଜୟନ୍ତ ମୋ ଦେହ କୁ ଝୁଣି ଖାଇଲା ଏବେ ବାହା ହେଉନି

 
ବର୍ତ୍ତମାନ ଏକ ଲଜ୍ୟା ଜନକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଏଭଳି ଏକ ଘଟଣା ଭଦ୍ରକ ଜିଲ୍ଲାର ଦୋଳ ସାହି ପଞ୍ଚାୟତ ହଳଧର ବିନ୍ଧା ଗ୍ରାମରେ ଦେଖିବାକୁ ମିଳିଛି।
ସୂଚନା ଅନୁସାରେ ସେହି ଗ୍ରାମର ପ୍ରେମିକ ଜୟନ୍ତ ବଳ ଓ ପ୍ରେମିକା ଅଞ୍ଜନା ପରିଡ଼ା ଦୁହେଁ ଦୁହିଁଙ୍କୁ ବାର ବର୍ଷ ହେବ ଭଲ ପାଉଥିଲେ।ପ୍ରେମିକ ଜୟନ୍ତ ବାରମ୍ବାର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ।
ଏଭଳି ବର୍ଷ ପରେ ବର୍ଷ ଗଡି ଚାଲିଲା।ପ୍ରେମିକ ଜଣଙ୍କ ପ୍ରେମିକା ସହିତ ଶା-ରୀ-ରି-କ ସଂପର୍କ ରଖୁଥିଲେ।ସୂଚନା ଅନୁସାରେ ଅଞ୍ଜନା ୬ ଥର ପିଲା ନଷ୍ଟ ମଧ୍ୟ କରି ସାରିଲେଣି।
ପରେ ପ୍ରେମିକା ଜଣଙ୍କ ପ୍ରେମିକ ଙ୍କୁ ବାହା ହେବା ପାଇଁ କହିଥିଲେ।କିନ୍ତୁ ପ୍ରେମିକ ଜଣଙ୍କ ଆଜି ବାହା ହେବା କାଲି ବାହା ହେବା କହି ଦିନ ଗଡ଼ାଇ ଚାଲିଥିଲେ।କିନ୍ତୁ ବାହା ହେଲେ ନାହିଁ।ପ୍ରେମିକା ଜଣଙ୍କ ବହୁତ ଚିନ୍ତାରେ ରହୁଥିଲେ। କଣ କରିବେ କିଛି ଜାଣି ପାରୁ ନଥିଲେ।
ଶେଷରେ ଯୁବତୀ ଙ୍କ ପରିବାର ଲୋକେ ଏହି ବିଷୟରେ ଜାଣିବାକୁ ପାଇଥିଲେ।ଏହାପରେ ସରପଞ୍ଚ ଙ୍କୁ ଜଣାଇଥିଲେ।ସରପଞ୍ଚ ଏହି ବିଷୟରେ ଜାଣିବା ପରେ ଉଭୟ ପକ୍ଷ ଙ୍କୁ ଡକାଇ ପଞ୍ଚାୟତ ରେ ବୈଠକ ବସାଇ ଥିଲେ।
ଏହାପରେ ସାତ ଦିନ ଭିତରେ ବିବାହ କରିବାକୁ କହିଥିଲେ।କିନ୍ତୁ ପ୍ରେମିକ ଓ ତାଙ୍କ ପରିବାର ଲୋକେ ଏହି ବାହାଘର ପାଇଁ ରାଜି ହୋଇ ନଥିଲେ।ଏହାପରେ ପ୍ରେମିକ ଓ ତାଙ୍କ ପରିବାର ସେଠାରୁ ଚାଲି ଆସିଥିଲେ।
ଶେଷରେ ଏହି ଘଟଣା କୁ ନେଇ ଅଞ୍ଜନା ଆଉ ତାଙ୍କ ପରିବାର ଲୋକେ ଥାନାରେ ପ୍ରେମିକ ଙ୍କ ନାମରେ ଅଭିଯୋଗ କରିଥିଲେ।ଆଜିକୁ ୨୦ ଦିନ ବିତି ଯାଇଥିଲେ ମଧ୍ୟ ଏହି ଘଟଣାରେ ପୋଲିସ କିଛି ବି
 କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି।ପ୍ରେମିକା ଜଣଙ୍କ ନ୍ୟାୟ ପାଇଁ ଅପେକ୍ଷା କରି ରହିଛନ୍ତି।ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।