ଜାଣନ୍ତୁ ମହାଦେବ ସବୁବେଳେ କାହାକୁ ଧ୍ୟାନ କରନ୍ତି ଜାଣନ୍ତୁ ଏହି ରହସ୍ୟ

 
ନମସ୍କାର ପାଠକ ବନ୍ଧୁଗଣ। ବନ୍ଧୁଗଣ ହିନ୍ଦୁ ଧର୍ମ ରେ ଯେଉଁ ଦେବା ଦେବୀ ମାନେ ଅଛନ୍ତି ତାଙ୍କ ଠାରୁ ସର୍ବଶ୍ରେଷ୍ଠ ଓ ସବୁଠାରୁ ଉଚ୍ଚ ସ୍ଥାନ ରେ ଅଛନ୍ତି ଦେବାଧି ଦେବ ମହାଦେବ ଭଗବାନ ଶିବ ତାଙ୍କ ମହିମା ଙ୍କୁ ତ ସମସ୍ତେ ଗ୍ରହଣ କରିଚନ୍ତି।
ସିଏ ଶ୍ରୀ ହରି ବ୍ରହ୍ମା ହୁଅନ୍ତୁ ଭଗବାନ ବିଷ୍ଣୁ ହୁଅନ୍ତୁ ବା ଅନ୍ୟ କେହି ଦେବା ଦେବୀ ଭଗବାନ ଶିବ ଙ୍କ ର ମହିମା ଆଗରେ ସମସ୍ତେ ନତମସ୍ତକ ହୁଅନ୍ତି।
ବନ୍ଧୁଗଣ ଆପଣ କେବେ ଭାବିଛନ୍ତି କି ଯେ ସବୁ ଦେବା ଦେବୀ ଙ୍କ ର ଆରାଧ୍ୟ ଅଟନ୍ତି ସେ ସ୍ଵୟଂ କାହାର ଆରଧନା କରନ୍ତି କାହାର ଧ୍ୟାନ କରନ୍ତି ଏହି ପ୍ରଶ୍ନ କେବଳ ଆପଣ ମାନଙ୍କ ମନ ରେ ନୁହେଁ ଏହା ମାତା ପାର୍ବତୀ ଙ୍କ ମନ ରେ ମଧ୍ୟ ଆସିଥିଲା ଯେ ଭଗବାନ ଶିବ କାହାର ଧ୍ୟାନ କରୁଛନ୍ତି।
କୈଲାସ ର ଶିବ ସମାଧି ସ୍ଥଳେ ବସି ସବୁବେଳେ ଧ୍ୟାନ ସମାଧି ରେ ଲୀନ ଭଗବାନ ଶିବ ଙ୍କ ର ମନ ରେ କହାର ଧ୍ୟାନ ରହେ ଆସନ୍ତୁ ଜାଣିବା।
ଏହି ପ୍ରଶ୍ନ ଯେତେବେଳେ ମା ପାର୍ବତୀ ଶିବ ଙ୍କୁ ପଚାରିଲେ ସେ କହିଲେ ଖୁବ୍ ଶୀଘ୍ର ମୁଁ ଏହାର ଉତ୍ତର ଦେବି। ଏହାର କିଛି ଦିନ ପରେ ମହାଦେବ ବୁଦ୍ଧ କୌସିକ ଋଷି ଙ୍କ ସ୍ଵପ୍ନ ରେ ଆସିଲେ ଆଉ ତାଙ୍କୁ ଆଦେଶ ଦେଲେ ଯେ ତୁମେ ରାମରକ୍ଷ ସ୍ତୋତ୍ର ଲେଖ 
କିନ୍ତୁ ସ୍ଵପ୍ନ ରେ ଋଷି କୌସିକ ମହା ବିନମ୍ରତା ର ସହ କହିଲେ ହେ ପ୍ରଭୁ ମୁଁ ଏହି ସ୍ତୋତ୍ର ଲେଖିବାକୁ ଅସମର୍ଥ ଅଟେ।
ଏହା ପରେ ମହାଦେବ ତାଙ୍କୁ ସ୍ଵପ୍ନ ରେ ହିଁ ଏହି ସ୍ତୋତ୍ର ଶୁଣାଇ ଥିଲେ ଓ ଏହା ପର ଦିନ ହିଁ ଋଷି କୌସିକ ଏହାକୁ ଲେଖି ଦେଇଥିଲେ।
ଏହା ପରେ ମହାଦେବ ଦେବୀ ପାର୍ବତୀ ଙ୍କୁ କହିଲେ
ସେ ସର୍ବଦା ରାମ ନାମ ହିଁ ସ୍ମରଣ କରୁଥାନ୍ତି। ତା ପରେ ମାତା ପାର୍ବତୀ ପଚାରିଲେ ଶ୍ରୀ ରାମ ତ ଭଗବାନ ବିଷ୍ଣୁ ଙ୍କ ର ଅବତାର ଅଟନ୍ତି ତାହେଲେ ଆପଣ ବିଷ୍ଣୁ ଙ୍କୁ ସ୍ମରଣ ନ କରି ରାମ ନାମ ର କାହିଁକି ସ୍ମରଣ କରୁଥାନ୍ତି।
ଏହା ପରେ ମହାଦେବ କହିଲେ ଯେଉଁ ପରି ଜଣେ ଶୋଷିଲା ଲୋକ ପାଣି କୁ ପାଇବା ପାଇଁ ଭଗବାନ ଙ୍କୁ ସ୍ମରଣ କରେ ଠିକ୍ ସେ ସେହିପରି ବ୍ୟାକୁଳ ହୋଇ ବିଷ୍ଣୁ ଙ୍କ ର ସ୍ୱରୂପ ହିଁ ସ୍ମରଣ କରିଥାନ୍ତି।