ଦିନେ ଅମିତାଭ ବଚନ ବିତାଉ ଥିଲେ ଏମିତି ଜୀବନ ଦେଖନ୍ତୁ କହିଲେ ନିଜ ଜୀବନର ଅକୁହା କଥା

 
ଆପଣମାନେ ବଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଚନ ଙ୍କୁ ବହୁତ ଭଲ ଭାବରେ ଜାଣିଥିଲେ। ସେ ହେଉଛନ୍ତି ଆଙ୍ଗ୍ରି ୟଙ୍ଗ ମ୍ୟାନ।ସେ ହେଉଛନ୍ତି ସେହେନସା।ସେ ହେଉଛନ୍ତି ବଲିଉଡ଼ ର ବିଗ୍ ବି।ହିନ୍ଦୀ ଚଳଚ୍ଚିତ୍ର ଜଗତର ଏହି ମହାନାୟକ ଙ୍କ ର ରହିଛି ଏମିତି ଅନେକ ପରିଚୟ।ସଫଳତା ର ଶିଖର ଛୁଇଁବା ସତ୍ବେ ନିଜର ସରଳ ଓ ନମ୍ର ସ୍ଵଭାବ ପାଇଁ ବେଶ୍ ଜଣାଶୁଣା ମେଘା ଷ୍ଟାର ଅମିତାଭ ବଚ୍ଚନ।ତାଙ୍କୁ ବହୁତ ସମ୍ମାନ ମିଳିଥାଏ।
ଖାଲି ଅଭିନୟ ନୁହେଁ ବରଂ ନିଜର ମଧୁର ବ୍ୟବହାର ଓ ସାଧାରଣ ଜୀବନ ଶୈଳୀ ପାଇଁ ଦର୍ଶକ ଙ୍କ ହୃଦୟରେ ରହିଛି ସ୍ଵତନ୍ତ୍ର ସ୍ଥାନ।ଦୀର୍ଘ ଚାରି ଦଶନ୍ଧି ଧରି ବଲିଉଡ଼ କୁ ନିଜ ଅଭିନୟ ମାଧ୍ୟମରେ ସମ୍ବୃଢୀ କରି ଆସିଥିବା ଅଭିନେତା ଅମିତାଭ ଛୋଟ ପରଦାରେ ମଧ୍ୟ ସାଉଁଟି ଛନ୍ତି ଅନେକ ପ୍ରଶଂସା।ଲୋକପ୍ରିୟ ଟିଭି ଶୋ କନ୍ ବନେଗା କରୋଡ ପତି ର ପରିଚାଳନା ମାଧ୍ୟମରେ କାର୍ଯ୍ୟକ୍ରମ ଉପସ୍ଥାପନ ରେ ନିଜର ଏକ ସ୍ବତନ୍ତ୍ର ଛାପ ସୃଷ୍ଟି କରିଛନ୍ତି।
କିନ୍ତୁ ତାଙ୍କର ସଂଘର୍ଷ ମୟ ଅତୀତକୁ ଖୁବ୍ କମ୍ ଲୋକ ଜାଣିଥିବେ।ବର୍ଷ ବର୍ଷ ଧରି ପରଦା ଉପରେ ରାଜୁତି କରୁଥିବା ଏହି ମହାନ ଅଭିନେତା ଯେ ଦିନେ ହଲରେ ଫିଲ୍ମ୍ ଦେଖିବାକୁ ପଇସା ପାଉ ନଥିଲେ। ଏହି କଥା ସହଜରେ କେହି ବିଶ୍ବାସ କରି ପାରିବେ ନାହିଁ।କିନ୍ତୁ ଏକଥା ବିଲକୁଲ୍ ସତ।କାରଣ ନିଜ ମୁହଁରେ ଏହି କଥା ସ୍ବୀକାର କରିବାକୁ କୁଣ୍ଠାବୋଧ କରି ନାହାନ୍ତି ଅଭିନୟ ଜଗତର ଏହି ମହାନ୍ ତାରକା।
ଲୋକପ୍ରିୟ ଟିଭି ଶୋ କନ୍ ବନେଗା କରୋଡ ପତି ର ପରିଚାଳନା କରୁଥିବା ବେଳେ ଅଭିନେତା ଅମିତାଭ ତାଙ୍କ ବିଷୟରେ କହିଥିଲେ।ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।ବର୍ତ୍ତମାନ ତାଙ୍କୁ ଏକ ନୂଆ ଚଳଚ୍ଚିତ୍ର ରେ ଦେଖିବାକୁ ମିଳିବ।ସେହି ଚଳଚ୍ଚିତ୍ର ରେ ଅଭିନୟ କରିଥିବା ଅଭିନେତା ଆଉ ଅଭିନେତ୍ରୀ ମାନେ କନ ବନେଗା କରୋଡ ପତି ରେ ଆସିଥିଲେ।ସେଠାରେ ବହୁତ କଥା ଗପିଥିଲେ।ସେହି ସମୟରେ ଅମିତାଭ ସମସ୍ତଙ୍କୁ ନିଜ ବିଷୟରେ କହିଥିଲେ।