କୁନି ପିଲାର ଚିଠିର ଜବାବ ରଖିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଖନ୍ତୁ କଣ ରଖିଲେ ଉତ୍ତର

 
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପ୍ରାୟ ସମୟରେ କୁନି କୁନି ପିଲା ମାନେ ତାଙ୍କର ବିଭିନ୍ନ କାରଣ ପାଇଁ ମୁଖ୍ୟ ମନ୍ତ୍ରୀ ଓ ପ୍ରଧାନ ମନ୍ତ୍ରୀ ଙ୍କ ନିକଟକୁ ଚିଠି ଲେଖି ଥାଆନ୍ତି। ଏବଂ ତାଙ୍କ ଚିଠି ଲେଖିବାର କାରଣ ମଧ୍ଯ ସଂପୂର୍ଣ୍ଣ ଭାବରେ ନିଆରା ଥାଏ। ତେବେ ଏବେ ଆମେ ଆପଣଙ୍କୁ ଏଭଳି କିଛି କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
ପ୍ରଥମେ ପ୍ରଧାନମନ୍ତ୍ରୀ ଙ୍କୁ ଚିଠି ଏବଂ ଏହାପରେ ମୁଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପକୁନି ପିଲାଟିର ଚିଠି ପାଇଁ। ଏହି କୁନି ପିଲା ଟି ହେଉଛି ଜଗତସିଂହପୁର ଜିଲ୍ଲାର ଜଗନ୍ନାଥପୁର ଗ୍ରାମର ଦିବ୍ୟାଙ୍ଗ ନାରାୟଣ ସ୍ୱାଇଁ ଙ୍କ ପୁଅ ଆଶୁତୋଷ ସ୍ୱାଇଁ। ସେ ନିଜ ଗ୍ରାମର ଅସୁବିଧାକୁ ଦେଖି ପ୍ରଥମେ ପ୍ରଧାନମନ୍ତ୍ରୀ ଓ ପରେ ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ଚିଠି ଲେଖିଥିଲେ। ଏହି ଚିଠି ପାଇବା ପରେ କେଉଁ ଭିତ୍ତିରେ ରାଜପଥ ସ୍ଥାନାନ୍ତର ହେଲା ,
ତାକୁ ନେଇ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ଏକ ରିପୋର୍ଟ ଦେବା ପାଇଁ କୃତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।ଖବର ମୁତାବକ ପାରାଦ୍ଵୀପ ରୁ ଏରସମା ଦେଇ ବାଲିକୁଦା ବ୍ଲକ୍ ର ମାଳମର୍ଚି ପୁର ଅଞ୍ଚଳ ର ଚାରି ପଞ୍ଚାୟତ କୁସୁପୁର , ଅନନ୍ତପୁର, କରମୁଣ୍ଡଳି ଓ ସହରଣା ଦେଇ ଏକ ସାମୁଦ୍ରିକ ରାଜପଥ ଦେବୀ ନଦୀ ଉପର ଦେଇ ଅସ୍ତରଙ୍ଗ କୁ ଛୁଇଁବା କଥା।
ଏହି ରାସ୍ତା ପାଇଁ ସ୍ଥାନ ଚିହ୍ନଟ ମଧ୍ଯ ହୋଇ ସାରିଥିଲା। ହଳଦିଆ ରଙ୍ଗର ପୋତା ମଧ୍ଯ ଦିଆ ଯାଇଥିଲା। ହେଲେ ଏହି ରାସ୍ତା ସମୂଦ୍ର କୂଳ ରୁ ପାଞ୍ଚ କିଲୋମିଟର ପରିବର୍ତ୍ତେ ୩୦ କିଲୋମିଟର ଦୂରରେ ଯାଉଛି। ଯାହାକୁ ନେଇ ନାଉଗାଁ ବ୍ଲକ୍ ର ତିନି ପଞ୍ଚାୟତ ବିରୋଧ କରି ଆସୁଛନ୍ତି। ଏହି ଆନ୍ଦୋଳନରେ କୁନି ଛାତ୍ର ଆଶୁତୋଷ ମଧ୍ୟ ସାମିଲ ହୋଇଥିଲେ। ଏଥି ପାଇଁ ପୋଷ୍ଟ କାର୍ଡ ସାହାଯ୍ୟରେ ସମସ୍ତଙ୍କୁ ଚିଠି ମଧ୍ୟ ଲେଖିଥିଲେ।