ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଙ୍କୁ ଗୁ-ଳି ମାଡ଼ ଦେଖନ୍ତୁ କାହିଁକି ହେଲା ଏମିତି ଘଟଣା

 
ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ପାକିସ୍ତାନ ର ମୁଖ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଙ୍କୁ ଗୁଳି ମାଡ଼ ହୋଇଥିବାର ସୂଚନା ମିଳିଛି। ରାଲି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ଇମ୍ରାନ ଙ୍କ ଉପରକୁ ମରଣାତ୍ମକ ଭାବରେ ଫାୟରିଂ କରାଯାଇଛି।ଏଥିରେ ପ୍ରଧାନମନ୍ତ୍ରୀ ଇମ୍ରାନ ଙ୍କ ଦେହରେ ଗୁଳି ବାଜିବାରୁ ଆହତ ହୋଇଛନ୍ତି।
ତେବେ ତାଙ୍କ ଦେହରେ ଗୁଳି ବାଜିବାରୁ ସଙ୍ଗେ ସଙ୍ଗେ ହସ୍ପିଟାଲ ରେ ଭର୍ତି କରାଯାଇଥିଲା।ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ଇମ୍ରାନ ଙ୍କ ଗୋଡ଼ରେ ଗୁଳି ବାଜିଛି।ତେବେ ହସ୍ପିଟାଲ୍ ରେ ପ୍ରାଥମିକ ଉପଚାର ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବେ ବିପଦ ମୁକ୍ତ ଥିବାର କୁହାଯାଉଛି।ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଙ୍କ ବ୍ୟତୀତ ଆକ୍ରମଣରେ ଅନେକ ଲୋକ ଆହତ ହୋଇଥିଲେ ଏବଂ ଜଣେ ବ୍ୟକ୍ତିଙ୍କର ଏଥିରେ ମୃ-ତ୍ୟୁ ହୋଇଛି ବୋଲି ମଧ୍ୟ ସୂଚନା ମିଳିଛି।
ଯେଉଁ ସମୟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଙ୍କ ଉପରେ ଆକ୍ରମଣ ହୋଇଥିଲା ସେହି ସମୟରେ ବିଟିଆଇ ନେତା ଲୋକମାନଙ୍କୁ ସମୋହିତ କରୁଥିଲେ।ଏହି ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି।ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଛନ୍ତି ଯେ ଆଲ୍ହା ତାଙ୍କୁ ନୂଆ ଜୀବନ ଦେଇଛନ୍ତି।ତାଙ୍କୁ ପୁନର୍ଜନ୍ମ ମିଳିଛି।ସେମାନେ ପୁଣିଥରେ ଫେରିବେ ଏବଂ ଲଢେଇ ଜାରି ରଖିବେ ବୋଲି କହିଛନ୍ତି।
ତେବେ ସବୁଠାରୁ ବଡ଼ କଥା ହେଉଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଙ୍କ ଗୋଡ଼ରେ ଗୁଳି ବାଜିବା ପରେ ମଧ୍ୟ ଲୋକଙ୍କୁ ହାତ ହଲାଇ ଅଭିବାଦନ କରିଥିଲେ।ସେହି ସମୟରେ ଭିଡିଓ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଯେଉଁଥିରେ ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀ ଇମ୍ରାନ ଆହତ ହେବା ସତ୍ବେ ମଧ୍ୟ ନିଜ ଅନ୍ଦାଜ ରେ ହାତ ହଲାଇ ଲୋକ ମାନଙ୍କୁ ଅଭିବାଦନ କରିଥିଲେ।