ସହର ଭିତରେ ବୁଲୁଛି ଅଜଣା ଜନ୍ତୁ ଦେଖନ୍ତୁ ସାମ୍ନାକୁ ଆସିଲା ଭିଡିଓ କ୍ଲିପ୍

 
ବର୍ତ୍ତମାନ ଦେଖିବାକୁ ମିଳିଛି ଯେ ସହରରେ ବୁଲୁଛି ଜଙ୍ଗଲି ଜନ୍ତୁ।ଏନେଇ ସହରର ଗଳିକନ୍ଦି ରେ ବିଳମ୍ବିତ ରାତିରେ ଟର୍ଚ୍ଚ ଲାଇଟ୍ ଧରି ଜଙ୍ଗଲି ପଶୁ କୁ ଲୋକମାନେ ଖୋଜିବାରେ ଲାଗିଛନ୍ତି।ଏନେଇ ସ୍ଥାନୀୟ ଲୋକମାନେ ଆତଙ୍କିତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। ତେବେ ଦିନକୁ ଦିନ ଜଙ୍ଗଲ କାଟି ସଫା କରି ଦିଆଯାଉଥିବାରୁ ଜଙ୍ଗଲି ପଶୁ ମାନେ ଜଙ୍ଗଲ ଛାଡ଼ି ସହରକୁ ଚାଲି ଆସିଛନ୍ତି।
ସେହିପରି ଜଙ୍ଗଲରେ ଖାଦ୍ୟ ଅଭାବରୁ ଜଙ୍ଗଲି ପଶୁ ମାନେ ସହର ରେ ପଶି ଯାଉଥିବାର ମଧ୍ୟ ଦେଖିବାକୁ ମିଳୁଛି।ତେବେ ଲୋକମାନେ ଜଙ୍ଗଲି ଜନ୍ତୁ ଖୋଜୁଥିବା ର ଏଭଳି ଦୃଶ୍ୟ ଢେଙ୍କାନାଳ ସହରରୁ ସାମ୍ନାକୁ ଆସିଛି।ସୂଚନା ଅନୁସାରେ ଢେଙ୍କାନାଳ ସହରରେ ଗତକାଲି ମଧ୍ୟରାତ୍ରରେ ବାରହା କେଉଁଆଡେ ପଶି ଆସି ଥିଲା।ପ୍ରାୟ ଦୁଇ ଘଣ୍ଟା କାଳ ବଜାର ଭିତରେ ଥିବା ବିଭିନ୍ନ ଗଳିକନ୍ଦି ରେ ଦୌଡ଼ିବାକୁ ଲାଗିଥିଲା ଏହି ବାରହା।
ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା।ତେବେ ବନ ବିଭାଗ କର୍ମଚାରୀ ବାରହା କୁ କାବୁ କରିବାକୁ ଅନେକ ଚେଷ୍ଟା କରିଥିଲେ ତକୁ ଧରିବାକୁ ଅସଫଳ ହୋଇଥିଲେ।ଶେଷରେ ବାରହା କୁ ଘଉଡାଇ ନେଇ ଏକ ଜଙ୍ଗଲ ଭିତରକୁ ନେଇ ଛାଡ଼ି ଥିବାର ଜଣାପଡିଛି।ଢେଙ୍କାନାଳ ସହରର ଚାରିଆଡ଼େ ପାହାଡ଼ ଆଉ ଜଙ୍ଗଲ ଥିବାରୁ ଅନେକ ସମୟରେ ଜଙ୍ଗଲି ଜନ୍ତୁ ସହର ଭିତରକୁ ଚାଲି ଆସିଥାନ୍ତି।
ତେବେ ଏନେଇ ସ୍ଥାନୀୟ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।କିଏ କଣ କରିବେ କିଛି ଜାଣି ପାରୁ ନାହାଁନ୍ତି।ବାରହା ବଜାରରେ ବୁଲୁଥିବା ବେଳେ ସମସ୍ତେ ଭୟଭୀତ ହୋଇ ଘର ଭିତରେ ପଶି ଯାଇଥିଲେ।ବର୍ତ୍ତମାନ ଏହିଭଳି ଘଟଣା ପ୍ରାୟ ସମୟରେ ଘଟୁଥିବାର ଦେଖିବାକୁ ମିଳୁଛି।ଏହି ଘଟଣା ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।