ଶ୍ଵେତା ମୃ-ତ୍ୟୁ ମାମଲାରେ Soumyajit ଙ୍କୁ ଜେରା କଲା ପୋଲିସ ଦେଖନ୍ତୁ କଣ ହେଲା

 
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବହୁ ଚର୍ଚ୍ଚିତ ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ମୃ-ତ୍ୟୁ ମାମଲାକୁ ମାସେ ପୂରିବାକୁ ବସିଛି। ହେଲେ ଏଯାଏ ଏହି ମାମଲାରେ ସେପରି କିଛି ପଦକ୍ଷେପ ନେଇ ନ ଥିବା ପୁଲିସ୍‌ ଏବେ କିନ୍ତୁ ହଠାତ୍‌ ଚଳଚଞ୍ଚଳ ହୋଇ ଉଠିଛି। ଶ୍ୱେତାଙ୍କ ମୃ-ତ୍ୟୁ ପାଇଁ ପରିବାର ଲୋକେ ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ଦାୟୀ କରି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଆସୁଥିଲେ। ଏହି ମାମମଲାରେ ପୁଲିସ ଚାର୍ଜସିଟ୍ ଦାଖଲ କରିବାକୁ ଯାଉଥିବାବେଳେ ଏହା ପୂର୍ବରୁ ସୌମ୍ୟଜିତଙ୍କୁ ପଚରାଉଚରା କରାଯାଇଥିବା ଅନୁମାନ କରାଯାଉଛି।  
ଅଗଷ୍ଟ ୧୯ ତାରିଖର ବିଳମ୍ବିତ ରାତିରେ ଶ୍ୱେତା ଆ-ତ୍ମ-ହ-ତ୍ୟା କରିଥିଲେ। ଶ୍ୱେତାଙ୍କ କଲ୍‌ ଡିଟେଲ୍ସ ବାହାରିବା ପରେ ମୃ-ତ୍ୟୁର ଅଧଘଣ୍ଟା ପୂର୍ବରୁ ସେ ସୌମ୍ୟଙ୍କୁ ୧୫ ଥର କଲ୍ କରିଥିବା ବେଳେ ସୌମ୍ୟଜିତ୍ କିନ୍ତୁ ତାଙ୍କ ଫୋନ ଉଠାଇ ନଥିବା ଜଣାପଡ଼ିଥିଲା। ଉଭୟଙ୍କ କଥାବାର୍ତ୍ତା ଅଡିଓ ଭାଇରାଲ ହେଉଥିବା ବେଳେ ସେଥିରେ ସୌମ୍ୟଜିତ ଶ୍ୱେତାଙ୍କୁ ଗାଳିଗୁଲଜ କରୁଥିବା ଶୁଣିବାକୁ ମିଳିଥିଲା।
ଝିଅର ଅଚାନକ ମୃ-ତ୍ୟୁରେ ଭାଙ୍ଗି ପଡ଼ିଥିବା ତାଙ୍କ ପରିବାର ଏଥିନିମନ୍ତେ ସୌମ୍ୟଜିତ ମହାପାତ୍ରଙ୍କୁ ଦାୟୀ କରିଥିଲେ। ଏନେଇ ଶ୍ୱେତାଙ୍କ ବାପା କହିଥିଲେ, ସୌମ୍ୟଜିତ ମୋ’ ଝିଅକୁ ଆ-ତ୍ମ-ହ-ତ୍ୟା କରିବାକୁ ବାଧ୍ୟ କରିଥିଲା। ମୋ’ ଝିଅକୁ ନି-ର୍ଯା-ତ-ନା ଦେଉଥିଲା, ତା’ ଫଟୋ ଭାଇରାଲ କରିଦେବାର ଧମକ ଦେଉଥିଲା। ନି-ର୍ଯା-ତ-ନା ଅସହ୍ୟ ହେବାରୁ ମୋ ଝିଅ ଜୀବନ ହାରିଲା। ମୋ ଝିଅ ମରିବା ପାଇଁ କେବଳ ସୌମ୍ୟଜିତ ହିଁ ଦାୟୀ ଶ୍ୱେତଙ୍କ ବାପା କହିଥିଲେ।
କିନ୍ତୁ ଏବେ ସୌମ୍ୟଜିତଙ୍କୁ ତଦନ୍ତ ପାଇଁ ପୁଲିସ ଡାକିଥିଲା ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି ତାହା ଅସ୍ପଷ୍ଟ ରହିଛି। ସୌମ୍ୟଙ୍କୁ ପଚରାଉଚରା ନେଇ ପୁଲିସ କୌଣସି ସୂଚନା ଦେଇନାହିଁ । ସୌମ୍ୟଜିତଙ୍କ ସହ ତାଙ୍କ ବାପା ଓ ସମ୍ପର୍କୀୟ ଭାଇ ମଧ୍ୟ ଥାନାକୁ ଆସିଥିବା ଜଣାପଡିଛି।ଶ୍ୱେତା ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ସୌମ୍ୟଜିତଙ୍କ ବିରୋଧରେ ୩୦୬ ଦଫା ଲାଗିଥିବା ବେଳେ ତାଙ୍କୁ ଡାକି ପଚରାଉଚରା କରିବାରେ ପୁଲିସ୍‌କୁ କ’ଣ ପାଇଁ ମାସେ ଲାଗିଗଲା, ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।