୭୨ ବର୍ଷ ବୟସରେ JCB ଚଳାଉଛନ୍ତି ମହିଳା ଦେଖନ୍ତୁ ସମସ୍ତଙ୍କ ପାଇଁ କେମିତି ସାଜିଛନ୍ତି ଉଦାହରଣ

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜିକାଲି ମହିଳା ମାନେ କୌଣସି ଗୁଣରେ ମଧ୍ୟ କମ୍ ନୁହଁନ୍ତି। ସେମାନେ ସବୁ କାର୍ଯ୍ୟରେ ପାରଜ୍ଞମ ଅଟନ୍ତି। ପୁରୁଷ ମାନଙ୍କ ଭଳି ସେମାନେ ମଧ୍ଯ ସମସ୍ତ କାର୍ଯ୍ୟ କରି ପାରନ୍ତି।

ପ୍ରତି କ୍ଷେତ୍ରରେ ଆଗକୁ ବଢିବା ସହ ପ୍ରତ୍ୟେକ ପଦବୀ ମଧ୍ଯ ହାସଲ କରି ପାରୁଛନ୍ତି। ଆପଣ ମାନେ ଜାଣିଥିବେ ପ୍ରତ୍ୟେକ କାର୍ଯ୍ୟ ପାଇଁ ମନରେ ଆଗ୍ରହ ରହିବା ଦରକାର ଅଟେ।

କାରଣ ଆଗ୍ରହ ଥିଲେ ହିଁ ସମସ୍ତ କାର୍ଯ୍ୟ ସଫଳ ହୋଇଥାଏ। ତେଣୁ ସର୍ବ ପ୍ରଥମେ ମନରେ ଆଗ୍ରହ ଥିବା ଏକାନ୍ତ ଜରୁରୀ ଅଟେ। ଆଗ୍ରହ ଦ୍ବାରା ସମସ୍ତ କାର୍ଯ୍ୟ ମଧ୍ଯ ସଫଳ ହୋଇଥାଏ।
ଆଜି ଆମେ ଆପଣଙ୍କୁ ସେଭଳି କିଛି ଦୃଶ୍ୟ ଦେଖାଇବାକୁ ଯାଉଛୁ ଯାହାକୁ ଦେଖି ଆପଣ ମାନେ ମଧ୍ୟ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଜଣେ ମହିଳା ଯାହାଙ୍କର ବୟସ ୭୨ ବର୍ଷ।
ହେଲେ ମହିଳା ଜଣକ ଏକାଧିକ ଭାରିଜାନ ଚଳାଇବାରେ ସକ୍ଷମ ଅଟନ୍ତି। ନିକଟରେ ମଧ୍ୟ ସେ ଜେସିବି ଚଳାଇବା ପାଇଁ ଲାଇସେନ୍ସ ମଧ୍ଯ ପାଇଛନ୍ତି। ତାଙ୍କ ନାମ ହେଉଛି ରାଧାରାଣୀ ଅମ୍ବାନୀ।
୭୨ ବର୍ଷ ରେ ପାଦ ଥାପି ସାରିଥିଲେ ଶୁଦ୍ଧା ତାଙ୍କ କାର୍ଯ୍ୟ ଦକ୍ଷତା ଶୁଣିଲେ ଅନ୍ୟ କେହି ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ସେ ୧୧ ପ୍ରକାରର ଭାରିଜାନ ଚଳାଇ ପାରନ୍ତି। ଏବେ ସେ ଏଭଳି କାର୍ଯ୍ୟ କରି ସମସ୍ତଙ୍କ ପାଇଁ ଏକ ଉଦାହରଣ ମଧ୍ଯ ସୃଷ୍ଠି କରିଛନ୍ତି।
୧୯୮୧ ମସିହାରେ ସେ ଡ୍ରାଇଭିଂ ଲାଇସେନ୍ସ ପ୍ରାପ୍ତ କରିଥିଲେ। ଗାଡ଼ି ଚାଳନା ଦିଗରେ ତାଙ୍କର ରୁଚି ଥିବାରୁ ଏହା ସମ୍ଭବ ହୋଇଥିବାର କହିଛନ୍ତି ରାଧାମଣି।
ବର୍ତ୍ତମାନ ତାଙ୍କର ସବୁ ଗାଡି ଚଳାଇବା ପାଇଁ ଲାଇସେନ୍ସ ଥିବାର ସେ କହିଛନ୍ତି। ତାଙ୍କ ସ୍ଵାମୀ ମଧ୍ଯ କୁଚି ରେ ଏକ ଡ୍ରାଇଭିଂ ସ୍କୁଲ ଚଳାଉ ଥିଲେ। ସେଠାରୁ ହିଁ ରାଧାରାଣୀ ସେଠାରୁ ହିଁ କାର ଚଳାଇବା ଶିଖିଥିଲେ। ଏବଂ ଏବେ ସବୁ ଭାରି ଯାନ ଚଳାଉଛନ୍ତି।