ପୁଣି ଆସୁଚି ଗୋଟେ ବଡ଼ ଲଘୁଚାପ, ବର୍ଷା ପାଣି ରେ ବୁଡିବ ଗାଆଁ ସହର

 
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଆସନ୍ତା ୭ ତାରିଖ ରୁ ବର୍ଷା ହେବାକୁ ଯାଉଛି।୮ ତାରିଖ ରେ ଲଘୁଚାପ ହେବାର ସମ୍ଭାବନା ରହିଛି।ସୂଚନା ଅନୁସାରେ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟ ର ପାଗ ସମ୍ପୂର୍ଣ୍ଣ ଶୁଖିଲା ଆଉ ଖରା ବହୁତ ରହିବ।
ଆସନ୍ତା ୨ ଦିନରେ ରାଜ୍ୟ ର ତାପମାତ୍ରା ପାଖାପାଖି ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ।ଏହାପରେ ରାଜ୍ୟ ରେ ବିଭିନ୍ନ ସ୍ଥାନରେ ବିଶେଷ କରି ୭ ତାରିଖ ଦିନ କନ୍ଧମାଳ ଜିଲ୍ଲା
 ଗଜପତି,ଗଞ୍ଜାମ,ନୟାଗଡ଼,ରାୟଗଡ଼ା,ବୌଦ୍ଧ,ଅନୁଗୁଳ,କୋରାପୁଟ,ମାଲକାନଗିରି,ନବରଙ୍ଗପୁର,ଢେଙ୍କାନାଳ ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥଳରେ ବିଜୁଳି ଘରଘଡି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ନିକଟରେ ପଶ୍ଚିମା ଝଡ଼ ପ୍ରଭାବରେ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ହେଉଥିଲା।
ଓଡ଼ିଶା ସମେତ କେନ୍ଦୁଝର ଜିଲ୍ଲା,ମୟୂରଭଞ୍ଜ ଜିଲ୍ଲା,ସୁନ୍ଦରଗଡ଼,ଦେବଗଡ଼,ଅନୁଗୁଳ,ଢେଙ୍କାନାଳ ଜିଲ୍ଲାର ବହୁ ସ୍ଥଳରେ ବର୍ଷା ହୋଇଥିଲା।ସୋମବାର ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଖରା ହୋଇଥିଲା।
ସକାଳ ପ୍ରାୟ ୭ ଟା ସମୟରେ ଖରାର ପ୍ରକୋପ ଆରମ୍ଭ ହୋଇଥିଲା ବୋଲି ଦିନ ୨ ଟା ବେଳକୁ ସାମାନ୍ୟ ମେଘୁଆ ପାଗ ରାଜ୍ୟ ବାସୀ ମାନଙ୍କୁ ଖରା ରୁ ଆଶ୍ବସ୍ତ କରିଥିଲା।
ମଙ୍ଗଳବାର ଦିନ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ସମ୍ପୂର୍ଣ୍ଣ ଖରାଟିଆ ଥିଲା।ଦିବର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୩ ଡିଗ୍ରୀ ରହିଥିଲା।
୭ ତାରିଖ ରେ ବର୍ଷା ହେବା ସହିତ ୮ ତାରିଖ ରେ ଲଘୁଚାପ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି।ଏହି ଖବର ଜାଣିବା ପରେ ଲୋକମାନେ ବହୁତ ଭୟଭୀତ ହୋଇ ପଡିଛନ୍ତି।ଏହି ଖବରଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।