ଆରେ ଦେଖ କେମିତି ହାୱା ବଦଳୁଛି, ରାହୁଲ ହରେଇଲେ ମୋଦୀ ଙ୍କୁ, ୨୦୨୪ ରେ ଆମେ ବି ପୁଣି ଦିଲ୍ଲୀ ହାତେଇବୁ. କେବଳ ଗୋଟେ ନାମ କେଜ୍ରିୱାଲ

 
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ସୁପ୍ରିମକୋର୍ଟ କହିଲେ ଗୋଟିଏ କଥା,କେନ୍ଦ୍ରରେ ଅଧ୍ୟାଦେଶ ରେ କୁହାଯାଉଛି ଭିନ୍ନ କଥା।ବିଜେପି ଆପ ମୁହାଁମୁହିଁ ହୋଇଛନ୍ତି।
କେହି କାହା କଥା ଶୁଣୁ ନାହାନ୍ତି।ଅଫିସର ବଦଳି କରି ଆପ ସରକାର।ଏହି ନୂଆ ନିୟମ ମୋଦି ସରକାର ଜାରି କରିଛନ୍ତି।ପୁଣି କୋର୍ଟ ଙ୍କ ଦ୍ଵାରା ଖଟ ଖଟାଇଲେ କେଜ୍ରିୱାଲ।କେନ୍ଦ୍ର ରାଜ୍ୟ ଲଢେ଼ଇ ରେ ଅଫିସର ବେହାଲ୍।
କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଲଢେ଼ଇ ଭିତରେ ପୁଣିଥରେ ଦିଲ୍ଲୀ ପ୍ରଶାସନିକ ଲଢେ଼ଇ ଦେଖିବାକୁ ମିଳିଛି।ଦିଲ୍ଲୀ ସରକାର ମନ ଇଚ୍ଛା ଅଫିସର ମାନଙ୍କ ବଦଳି ଆଉ ପୋଷ୍ଟିଙ୍ଗ କେଉଁଠି କରିବେ ନାହିଁ ବୋଲି କେନ୍ଦ୍ର ସରକାର ଏକ ନୂଆ ଅଧ୍ୟାଦେଶ ଆଣିଛନ୍ତି।
ଜାତୀୟ ରାଜଧାନୀ ପ୍ରଶାସନିକ ସେବା ଉପରେ ଦିଲ୍ଲୀ ସରକାର ନୁହେଁ ବରଂ ସେଠାକାର ଉପ ରାଜ୍ୟପାଳ ଏବଂ ଏଲ ଜି ଙ୍କ ଅଧିକାର ରହିଛି ବୋଲି ଏଥିରେ କୁହାଯାଇଛି।
ଏଲ ଜି ଦିଲ୍ଲୀ ରେ ପୂର୍ବ ଭଳି ବଦଳି ଏବଂ ନିଯୁକ୍ତି ସଂକ୍ରାନ୍ତ ଅଧିକାର କାର୍ଯ୍ୟକାରୀ କରିବେ ବୋଲି ଅଧ୍ୟାଦେଶ ରେ କୁହାଯାଉଛି।ଏହି ଅଧ୍ୟାଦେଶ ମାଧ୍ୟମରେ କେନ୍ଦ୍ର ସରକାର ଜାତୀୟ ରାଜଧାନୀ ସେବା କତୃପକ୍ଷ ଗଠନ କରିଛନ୍ତି।
କେନ୍ଦ୍ରର ଏଭଳି ନିଷ୍ପତି କୁ ନେଇ ଆମ ଆଦମୀ ପାର୍ଟି ପୁଣି ଥରେ ଖପା ହୋଇଛି।ଏଭଳି ଅଧ୍ୟାଦେଶ କୁ ଅସାମ୍ବିଧାନିକ ବୋଲି ଦଳ ପକ୍ଷରୁ କୁହାଯାଇଛି ବୋଲି ଜଣାପଡିଛି।
କିଛି ଦିନ ତଳେ ଏନେଇ ସୁପ୍ରିମକୋର୍ଟ ଙ୍କ ରାୟ ଆସିଥିଲା।ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ଼ ଙ୍କ ଅଧ୍ୟକ୍ଷତା ରେ ଗଠିତ ଏହି ସାମ୍ବିଧାନିକ ଖଣ୍ଡପୀଠ ଅଫିସର ମାନଙ୍କ ନିଯୁକ୍ତି
 ଏବଂ ବଦଳି ଦିଲ୍ଲୀର ନିର୍ବାଚିତ ସରକାର କରିପାରିବେ ବୋଲି କହିଥିଲେ।ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।